‘ଶିବ କଥା ଶୁଣି ମୁଁ ଛାନିଆ…’ ଚାଞ୍ଚଲ୍ୟକର ବୟାନ ଦେଲେ ସ୍ଥାନୀୟ ବାସିନ୍ଦା ଓ ଅଭିଯୁକ୍ତ ଶିବ ସାହୁ ବିଷୟରେ ଯାହା ସବୁ କହିଲେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ଏକ ବଡ ଖୁଲାସା ସାମ୍ନାକୁ ଆସୁଛି । ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଛି । ଆଜି କ୍ରାଇମ ରି-କ୍ରିଏସନ କରୁଛି ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ । ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ ।

ତେବେ ରକ୍ତ ମୁଉଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ ଜଣେ ବ୍ୟକ୍ତି ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବ୍ୟକ୍ତିଙ୍କ ମତରେ-‘ସକାଳୁ ଆମେ କିଛି କଥା ହେଇନୁ ଆମ ଗାଁରୁ ୧୦ଟି ୧୦.୩୦ ହେବ ପଡୋଶୀ ଆମେ ଟୁକୁନା ଦାଦା ସେ ମୋତେ ଫୋନ କରି କହିଲେ ଆରେ ସେ କାଲି ରାତିରେ କଣ ଝଗଡା ଝାଟି ହେଉଥିଲେ ଏ ପର୍ଯ୍ୟନ୍ତ ଦୋକାନ ଖୋଲି ନାହାନ୍ତି । ଆଉ କଣ ତାର ବ୍ୟବସ୍ଥା କରୁନୁ ଥାନାକୁ ଫୋନ କରୁନୁ ସେ ଆସି ଦେଖନ୍ତୁ କଣ ହେଇଛି । ମୁଁ ଥାନାକୁ ଫୋନ କଲି ଥାନା ବାଲା କହିଲେ ତାମେ ଆଗେ ଆସି ଦେଖ ଯେ, ଦୁଇ ଚାରି ଜଣଙ୍କୁ ନେଇ ତାଙ୍କୁ କବାଟ ବାଡେଇ ଡାକ ।

ସେ ଆଗକୁ କହିଛନ୍ତି-‘ଆମେ ଡାକିଲୁ ହେଲେ କେହି ବି ଆସିଲେ ନାହିଁ ଆମେ ପୁଣି ଥାନାକୁ କଲ୍ କଲି । ଥାନା ବାଲା କହିଲେ ଶିବର ନମ୍ବର ଦିଅ ଆମେ ଶିବ ନମ୍ବର ଦେବା ପରେ ଶିବ ମୋତେ ଫୋନ କରି ଡକେଇଲା । ଶିବ ଯେଉଁଠି ଭଡା ନେଇ ରହୁଥିଲା ବଣିଆ ଘର ପାଖରେ ସେଠି ଡକାଇଲା । ଜଗବନ୍ଧୁ ଶେଠୀ, ମୁଁ ଆଉ ଦୁଇଜଣ ତାଙ୍କ ପାଖକୁ ଗଲୁ । ସେଠାକୁ ଗଲା ପରେ ସେ ମୋ ସହ ଏକା କଥା ହେବା ପାଇଁ ଚାହିଁଲା’ ।

ଏହା ପରେ ସେ ଆଗକୁ କହିଛନ୍ତି-କଥା ହେବା ପରେ ସେ ମୋତେ ଯେତେବେଳେ କହିଲା ସେ ପାଞ୍ଚ ଜଣଙ୍କୁ ମାଆରିଇ ଦେଇଛି ଆଉ ସେ ଥାନା ଯାଇ ଆତ୍ମ ସମର୍ପଣ କରିବ ବୋଲି କହିଲା । ଏହା ଶୁଣି ମୁ ଅଧର୍ଜ୍ୟ ହୋଇଗଲି ଛାନିଆ ହେଇଗଲି । ଏହା ପରେ ମୁଁ ଆମ ଲୋକଙ୍କ ସହ ଫେରି ଆସିଲି ଆଉ ତା ପରେ ସେ ଭିଡିଓ କରି ପଠେଇଲା’ ।

Leave a Reply

Your email address will not be published. Required fields are marked *