‘ମୁଁ କ୍ଷମା ମାଗିବିନି, କହୁ କହୁ ଟିକେ ପାଟିରୁ ବାହାରିଗଲା, ତା’ ବୋଲି କଣ…’ ଦେଖନ୍ତୁ ମିଡିଆ ଆଗରେ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ନିଶ୍ଚୟ ଜାଣିଥିବେ । ସୁର ଭାଇ ହେଉଛନ୍ତି ଆମ ଓଡିଶାର ଜଣେ ଲୋକପ୍ରିୟ ନେତା । ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ପିସିିସି ସଭାପତି ଚୟନ ପ୍ରସଙ୍ଗରେ ଜଟଣୀ ବିଧାୟକ ସୁର ରାଉତରାୟ କିଛି ଦିନ ତଳେ ଗଣମାଧ୍ୟମକୁ ରୋଚକ ବୟାନ ଦେଇଥିଲେ ।

ପିସିସି ସଭାପତି କିଏ ହେବେ, ସେ ନିଷ୍ପତ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ ନିଅନ୍ତି । ତେବେ ସେ କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ, ଏହାର ଶୀଘ୍ର ଉତ୍ତର ଦେବାକୁ ସୁରଙ୍କୁ ଚିଠି କରିଛନ୍ତି ପିସିସି ସଭାପତି । ଏନେଇ ନିରଞ୍ଜନଙ୍କ ଚିଠି ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁର ରାଉତରାୟ ।ସୁର ଭାଇଙ୍କ ମତରେ-‘ପିସିସି ସଭାପତି ନିଜେ କହିଥିଲେ ମୁଁ ଯେଉଁଟା କହିଛି ।

ନିରଞ୍ଜନ ପଟ୍ଟନାୟକ ନିଜେ କହିଥିଲେ । ଜୟଦେବ ଜେନା ନିଜେ କହିଥିଲେ ଏହି ମନ୍ତବ୍ୟ ଦେଇଥିଲେ । ଆଉ ମୁଁ ଦେଇଦେଲି ଯେ କଣ ଭାସି ଗଲା । ମୁଁ ଯାଉଥିଲି ନବୀନ ନିବାସ ପଟେ ସାମ୍ବାଦିକ ଭାଇ ମାନେ ବେଡି ଗଲେ । ଏଠି 90 ଭାଗ ପଞ୍ଚାୟତ ଆଉ ମୁନିସପାଲଟିରେ ସେମାନେ ନେଇକି ଆଜି ଋଭ୍ୟୁ କରୁଛନ୍ତି 100 ଭାଗ ଭୋଟ କେମିତି ପାଇବେ ।

ମୁଁ କହିଲି ତାଙ୍କର ତ ସବୁ ଆଉ ନବୀନ ବାବୁଙ୍କର ସବୁ । ନିରଞ୍ଜନ ବି ତାଙ୍କର ଚେଲା ତାଙ୍କର । ମୁଁ ତାକୁ କହିଲି ଏ ଦଳ ହେଉଛି ଜାତୀୟ ଦଳ ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀ ଯାହାର ନେତା । ଆମେ କ୍ୟାଡର ଆମକୁ କେହି ଚେଞ୍ଜ କରିପାରିବେ ନାହିଁ । ସୋନିଆ ଗାନ୍ଧୀ-ରାହୁଲ ଗାନ୍ଧୀ ଜାତୀୟ କଂଗ୍ରେସ । ଆଉ କହିଦେଲି ଗୋଟେ ପାଟିରୁ ସ୍ଲିପ କରିଗଲା କଣ ଭାସି ଗଲା ।

ଏହା ହେଉଛି କଥା ମୁଁ କ୍ଷମା ପ୍ରାର୍ଥନା କରିବି ନାହିଁ । କଣ କହିଛି କି ମୁଁ କ୍ଷମା ମାଗିବି । ସେ ନିଜେ ନିରଞ୍ଜନ ପଟ୍ଟନାୟକ ଆଗେ କ୍ଷମା ମାଗନ୍ତୁ । ଜୟଦେବ ଜେନା କ୍ଷମା ମଗନ୍ତୁ ତା ପରେ ମୁଁ ମାଗିବି । ଯଦି ସେମାନେ ନ ମାଗିବେ ତା ହେଲେ ମୁଁ କାହିଁକି ମାଗିବି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *