ଓଡିଶାରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ Draupadi Murmu, ସ୍ବାଗତ ବେଳେ ଗିନି ବଜାଇ ଖୁସିରେ ନାଚିଲେ ସାଂସଦ ଅପରାଜିତା ଷଡଙ୍ଗୀ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୌପଦୀ ମୁର୍ମୁଙ୍କୁ ସ୍ଵାଗତ ଜଣାଇବାକୁ ଯାଇ ସାଂସଦ ଅପରାଜିତା ଶଢଙ୍ଗୀ ଝାଞ୍ଜ ବଜାଇ ନିଜେ ଏୟାରପୋର୍ଟରେ ନାଚିବାକୁ ଲାଗିଲେ । ଉତ୍ସବର ମାହୋଲରେ ସମସ୍ତେ ଅପେକ୍ଷା କରି ରହିଥିଲେ ଯେ ଦ୍ରୌପଦୀ ମୁର୍ମୁ କେତେବେଳେ ଭୁବନେଶ୍ବରରେ ପାଦ ରଖିବେ ଏବଂ ତାଙ୍କୁ ସମ୍ଭୋଧୀତ କରାଯିବ । ସବୁ ନେତା ସବୁ ବିଧାୟକ ସମସ୍ତେ ଏୟାରପୋର୍ଟରେ ପହଞ୍ଚିଥିଲେ । ଦଳମତ ନିର୍ବିଶେଷରେ ସମସ୍ତଙ୍କ ଅପେକ୍ଷା ଥିଲା ଯେ ଦୌପଦୀ କେତେବେଳେ ପହଞ୍ଚିବେ ।

ତାଙ୍କୁ ସମ୍ଭୋଧିତ କରାଯିବ ତଥା ତାଙ୍କୁ ଆଲୋଚନା କରାଯିବ । ଓଡିଆ ମାଟିର ଝିଅ ଏବଂ ଓଡିଆ ମାଟିର ବୋହୁ ଏବଂ ସେ ବର୍ତ୍ତମାନ ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦଅଙ୍କୃତ କରିବାକୁ ଯାଉଛନ୍ତି ଏହାଠାରୁ ବଡ ଗୌରବର ମୂହୁର୍ତ୍ତ ବା କ’ଣ ହୋଇପାରେ ? ଏଥିପାଇଁ ଭୁବନେଶ୍ବରର ସାଂସଦ ଙ୍କ ସମେତ ସମସ୍ତେ ଯାଇ ପହଞ୍ଚିଥିଲେ ସ୍ଵାଗତ କରିବା ନିମନ୍ତେ ।

ରେଡ କାର୍ପେଟର ବନ୍ଧୋବସ୍ତ କରାଯାଇଥିଲା ଯେଉଁଠାରେ ତାଙ୍କୁ ସମ୍ଭୋଧୀତ କରାଯିବ । ସାଂସଦ ଅପରାଜିତଙ୍କ ସହିତ ସମସ୍ତ ବିଧାୟକ ସମସ୍ତ ସାଂସଦ ଦୌପଦୀ ମୁର୍ମୁଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ଵାଗତ ଜଣାଇବେ । ପରବର୍ତ୍ତୀ ସମୟରେ ମୁର୍ମୁ ଷ୍ଟେଟ ଗେଷ୍ଟ ହାଉସ ଯିବେ କିଛି ସମୟର ବିଶ୍ରାମ କରିବା ପରେ, ସେ ବିଧାନ ସଭା ପରିସରକୁ ଯିବେ ଯେଉଁଠାରେ ବିଜୁ ଜନତା ଦଳର ବିଧାୟକ ଏବଂ ସାଂସଦ ମାନେ ଦ୍ରୌପଦୀ ମୁର୍ମୁ ଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ପରବର୍ତ୍ତୀ ସମୟରେ ସେଠାରୁ ଷ୍ଟେଟ ଗେଷ୍ଟ ହାଉସକୁ ପୁନର୍ବାର ଦୌପଦୀ ଫେରିବେ, ଯେଉଁଠାରେ ଭାରତୀୟ ଜନତା ପାର୍ଟିର ସାଂସଦ ଏବଂ ବିଧାୟକ ମାନଙ୍କ ସହିତ ସେ ଆଲୋଚନା କରିବେ ଏବଂ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନାର ମଧ୍ୟ କାର୍ଯ୍ୟକ୍ରମ ରହିଅଛି । ତେବେ ଦ୍ରୌପଦୀ ମୁର୍ମୁ ପହଞ୍ଚିବାର ବିମାନ ବନ୍ଧରରେ ବିଳମ୍ବ ହୋଇଥିଲା । ଏହାପରେ ଅଳ୍ପ ବ୍ୟବଧାନ ପରେ ଦ୍ରୌପଦୀ ମୁର୍ମୁ ବିମାନ ବନ୍ଧରରେ ଆସି ପହଞ୍ଚିଲେ ।

ସେଠାରେ ଟାଇଟ ଶିକୁରିଟି ରହିଥିଲା ଏବଂ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବରେ କଡାକଡି କରାଯାଇଅଛି । ଏବଂ ସ୍ଵାଗତ ସମ୍ଭୋଧନା କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଅଛି । ଏକ ଉତ୍ସବମୁଖର ପରିବେଶ ଭୁବନେଶ୍ୱର ବିମାନ ବନ୍ଧର ପରିଶରେ ସୃଷ୍ଟି ହୋଇଥିଲା । ଏବଂ ଦଳମତ ନିର୍ବିଶେଷରେ ବିଜେପି ର ତମାମ ନେତୃବୃନ୍ଦ, ବିଜେଡି ର ତମାମ ନେତୃବୃନ୍ଦ ଉପସ୍ଥିତ ଥିଲେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *