‘ଖୁବଶୀଘ୍ର ଦେବି ଡିଭୋର୍ଷ ପାର୍ଟିକୁ ତୁମେ ଆସିବ ନିଶ୍ଚୟ ଭୋଜି ଖାଇବ, ନହେଲେ…’ Anubhav Mohanty

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ଅନୁଭବ କହିଛନ୍ତି ଯେ ଖୁବ ଶୀଘ୍ର ସେ ଦେବାକୁ ଯାଉଛନ୍ତି ଡିଭୋର୍ଷ ପାର୍ଟି । ତୁମେ ଆସିବ ବ୍ୟାଣ୍ଡ ବଜାଇ ବାଜା ବଜାଇ ଭୋଜି ଦେବି । ତେବେ କିଏ ଆସିବ ଅନୁଭବ ଙ୍କ ଡିଭୋର୍ଷ ପାର୍ଟି କୁ କିଏ ଆସି ଭୋଜି ଖାଇ ଯିବ ଅନୁଭବ ଦେବାକୁ ଯାଉଥିବା ଭୋଜିରେ ? ତେବେ କାହାକୁ ପ୍ରତକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ଇସାରା ଦେଇଛନ୍ତି ଅନୁଭବ ? ଏହିଭଳି କିଛି ଚର୍ଚ୍ଚା ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି ।

କହୁ କହୁ ଅନୁଭବ କହିଦେଲେ ବ୍ୟାଣ୍ଡ ବଜାଇ ସେ ଏକ ଡିଭୋର୍ଷ ପାର୍ଟି ଦେବାକୁ ଯାଉଛନ୍ତି । କାରଣ ସେ ଜଣେ ମ୍ୟାରେଡ ବ୍ୟାଚଲର ଅଟନ୍ତି । ଏହି ଘଟଣା ଥିଲା ବରିଷ୍ଠ ପ୍ରଯୋଜକ ଟୁଟୁ ନାୟକଙ୍କ ୨୫ ତମ ଆନିଭର୍ସରୀ । ଆଉ ଏଥିରେ ଦୁଇ ସୁପରଷ୍ଟାର ଅରିନ୍ଦମ ରାୟ ଏବଂ ଅନୁଭବ ମହାନ୍ତି ଷ୍ଟେଜ ଉପରେ ଉପସ୍ଥିତ ଥିଲେ ।

ସମସ୍ତେ ନେଇ ଯେତେବେଳେ ପ୍ରେମ ତଥା ବିବାହ ର କଥା ହେଉଥିଲେ ଠିକ ସେତିକି ବେଳେ ଅନୁଭବ ମହାନ୍ତି ମାଇକ୍ରୋଫୋନ ନେଇ କହିଥିଲେ ମୁଁ ଏହାରି ଭିତରେ ଏକ ବଡ ପାର୍ଟି ଦେବା ପାଇଁ ଯାଉଅଛି । ତାହା କୌଣସି ଆନିଭର୍ସରୀ ପାର୍ଟି ନୁହେଁ ଯେହେତୁ ସେ ମ୍ୟାରେଜ ବ୍ୟାଚଲର ସେଥିପାଇଁ ସେ ଏକ ଡିଭୋର୍ସ ପାର୍ଟି ଦେବେ, ଛାଡପତ୍ର ପାର୍ଟି ଯେଉଁଥିରେ ତୁମେ ଆସିବ ନିଶ୍ଚିତ ଆସିବ ।

ଅନୁଭବ ମହାନ୍ତି ଙ୍କର ଏଭଳି କିଛି ଇଙ୍ଗିତ ପରେ ସବୁଠାରେ ଚର୍ଚ୍ଚା ଯେ ସେ ଏହିଭଳି କାହାକୁ କହିଲେ ଅନୁଭବ ? କିଏ ଆସିବ ଛାଡପତ୍ର ପାର୍ଟି କୁ ଭୋଜି ଖାଇବା ପାଇଁ ? ଏହିଭଳି କିଛି ଚର୍ଚ୍ଚା ହେଉଥିବା ବେଳେ କିନ୍ତୁ ଅନୁଭବ ଙ୍କର କିଛି ପ୍ରତିକ୍ରିୟା ମିଳିପାରିନାହିଁ । ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଭାବୁକ ହୋଇ ଅନୁଭବ ପାଟିରୁ ଏହିଭଳି କିଛି କଥା ବାହାରି ପଡିଥିଲା ।

ଏହା ପରବର୍ତ୍ତୀ ସମୟରେ ବିବାଦ ସୃଷ୍ଟି କରିଥିଲା । ଅନୁଭବ ଏବଂ ବର୍ଷା ଉଭୟ ଫିଲ୍ମୀ ଦୁନିଆରୁ ପ୍ରେମ କରି ରିୟଲ ଲାଇଫରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଉଭୟଙ୍କ ଦାମ୍ପତ୍ୟ ଜୀବନ ଉତ୍ତମ ନଥିବାର ପରିଲକ୍ଷିତ ହେବାକୁ ଲାଗିଲା । ବର୍ତ୍ତମାନ କଟକ ହାଇକୋର୍ଟ ରେ ଉଭୟଙ୍କ ଛାଡପତ୍ର ମାମଲା ବିଚାରଧିନ ଅବସ୍ଥାରେ ଅଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *