ଖଣ୍ଡେ ଚିକେନ ପାଇଁ ଗଣିଲେ 30 ହଜାର ଗଣିଲେ, ଜାଣନ୍ତୁ କଣ ଅଟେ ପୁରା ଖବର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨ ଖଣ୍ଡ କହି କେବଳ ୧ ଖଣ୍ଡ ଚିକେନ ପାର୍ସଲ ହୋଇଥିଲା । ଯେଉଁଥି ପାଇଁ ଏବେ ଗଣିବ ହଜାର ହଜାର ଟଙ୍କାର ଫାଇନ । ହଁ ବନ୍ଧୁଗଣ ଜଣେ ବ୍ୟକ୍ତି ଚିକେନ ଖାଇବାକୁ ମନ ବଳାଇଥିଲେ । ସେଥିପାଇଁ ସେ ଗ୍ରାହକ ଅନଲାଇନରୁ ଚିକେନ ତଙ୍ଗଡି  ଖାଇବା ପାଇଁ ଅର୍ଡର କରିଥିଲେ । ତେବେ ସେ ୨ ପିସ ହିଁ ଅର୍ଡର କରିଥିଲେ । ଯାହାର ପ୍ରାଇସର ରହିଥିଲା ୮୨ ଟଙ୍କା ।

ତେବେ ଉପଭୋକ୍ତାଙ୍କ  ନିକଟରେ ଯେତେବେଳେ ଏହି ପାର୍ସଲ ଡେଲିଭରୀ ହୋଇଯାଇଥିଲା । ସେତେବେଳେ ଉପଭୋକ୍ତା ଜଣଙ୍କ ବହୁତ ଖୁସି ସହକାରେ ଚିକେନ ତଙ୍ଗଡି ଖାଇବା ପାଇଁ ପାର୍ସଲ ଖୋଳିବାରୁ ସେଠାରେ ସେ ୨ ଖଣ୍ଡ ଚିକେନ ପାଇନଥିଲେ । ସେଠାରେ ଥିଲା କେବଳ ୧ ଖଣ୍ଡ ଚିକେନ ତଙ୍ଗଡି  ।

ସେପ୍ଟେମ୍ବର ୮  ୨୦୧୯ ମସିହାରେ ଜଣେ ଖାଉଟି ପୂର୍ଣ୍ଣ ଚନ୍ଦ୍ର ଦଳାଇ ଚିକେନ ଖାଇବା ପାଇଁ ଅନଲାଇନ ଅର୍ଡର କରିଥିଲେ ।ସେ ସ୍ଵୀଗୀ ଅନଲାଇନରେ ଅର୍ଡର କରିଥିଲେ । କଟକରେ ଥିବା ବିରିଆନୀ ବକ୍ସରୁ ମଗାଇଥିଲେ ।  ଯେତେବେଳେ ଚିକେନ ପାର୍ସଲ ଆସିଥିଲା । ସେତେବେଳେ ରିସିଭରେ ସ୍ପଷ୍ଟ ଲେଖା ହୋଇଥିଲା କି ୨ ଟି ଚିକେନ ତଙ୍ଗଡି କବାବର ମୂଲ୍ୟ ୮୨ ଟଙ୍କା ।

ଅଫର ପ୍ରାଇସ ୬୦ ପ୍ରତିଶତ ରହି ରେଟ ଏତିକି ରହିଥିଲା । ହେଲେ ଡେଲିଭରି ପରେ ଉପଭୋକ୍ତା ପାକେଜ ଖୋଲି ଦେଖିଲା ବେଳକୁ ୨ ବଦଳରେ ୧ ଖଣ୍ଡ ପଡିଛି ତଙ୍ଗଡି କବାବ । ଉପଭୋକ୍ତା ଜଣଙ୍କ ଏହି ପାକେଜକୁ ଖୋଲିବା ସମୟରେ ଭିଡିଓ କରି ଜଣାଇଥିଲେ । ଯାହାକି ତାଙ୍କ ପକ୍ଷେ ଏକ ବହୁତ ବଡ ପ୍ରମାଣ ରହିଥିଲା ।

ଏହି ଭିଡିଓକୁ ନେଇ ଖାଉଟି କମିଶନଙ୍କର ଦ୍ଵାରସ୍ଥ ହେବା ପରେ ଏବେ କମିଶନ ଏହି ଖାଦ୍ୟ ପ୍ରସଙ୍ଗକୁ ବିଚାର ଭୁକ୍ତ କରିଥିଲେ । ୨ ପିସ ବଦଳରେ ୧ ପିସ ଦେଇଥିବାରୁ ଉପଭୋକ୍ତା ମାନସିକ ଆଘାତ କାରଣରୁ ୨୦ ହଜାର ଟଙ୍କା ଓ ଅଯଥାରେ କମ୍ପାନୀର ଭୁଲ ଯୋଗୁ ଗ୍ରାହକ ମାମଲା ପରିଚାଳନା କରିବା ହେତୁ ୧୦ ହଜାର କମ୍ପାନୀ ଉପଭୋକ୍ତାଙ୍କୁ ଫେରାଇ ବାକୁ ନିର୍ଦ୍ଧେଶ ରହିଛି ।

ତେବେ ଅର୍ଡର କରି ଠକାମୀର ଶିକାର ହୋଇଥିବା ଗ୍ରାହକଙ୍କୁ ତାଙ୍କ ଚିକେନ ତଙ୍ଗଡୀର ରେଟ ଅନୁଯାଇ ୮୨ ଟଙ୍କା ଫେରସ୍ତ ପାଇବେ । ଏହା ସହିତ କ୍ଷତିପୂରଣ ପାଇଁ ପ୍ରାୟ ୩୦ ହଜାର ଟଙ୍କା ଚିକେନ ତଙ୍ଗଡି କବାବ ଅର୍ଡର କରି ଠକାମୀର ଶିକାର ହୋଇଥିବା ଗ୍ରାହକ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *