ଖେଳ ଆରମ୍ଭ କରିଦେଲେ ଅପରାଜିତା, ପିପିଲି ଉପନିର୍ବାଚନରେ ପରାଜୟ ପରେ ଭୁବନେଶ୍ୱର ସାଂସଦ Aparajita Sarangi ଙ୍କ ଫର୍ମୁଲା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅପରାଜିତା ନିଜ କଡା ବୟାନ ଓ ନିଜ କାମ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ଅପରାଜିତା ଷଡଙ୍ଗୀଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ରାଜ୍ୟ ବିଜେପି ସଙ୍ଗଠନରେ ଭିତରେ ଭିତରେ କିଛି ଗୋଟାଏ ପରିବର୍ତ୍ତନ ଚାଲୁଥିବାର ଆଭାଷ ମିଳିଛି।

ପିପିଲି ଉପନିର୍ବାଚନରେ ପରାଜୟ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫର୍ମୁଲା ଉପରେ ଭରଷା କରିଛି ଦଳ। ରାଜ୍ୟ ବିଜେପିର ଅଘୋଷିତ ମୁଖିଆ ହୋଇଗଲେ କି ଅପରାଜିତା ଷଡଙ୍ଗୀ, ରାଜ୍ୟ ସଙ୍ଗଠନ ଉପରେ ଆଉ କାଟୁ କରିବନି କି କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତ୍ରଣା, ପୃଷ୍ଠା ପ୍ରମୁଖ କଣ, ଭୁବନେଶ୍ଵର ସାଂସଦଙ୍କ ନେତୃତ୍ଵରେ ବିଜେପି ଲ-ଢି-ବ କି ପଞ୍ଚାୟତ ନିର୍ବାଚନ ଓ କିଭଳି ଚାଲିଛି ବିଜେପିର ରାଜନୀତି ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।

ପିପିଲି ନିର୍ବାଚନ ପରେ ଅପରାଜିତା ଗୁଜୁରାଟ ଯାଇ ନିର୍ବାଚନ ବିଜୟର ମନ୍ତ୍ର ଶିଖିକି ଆସିଛନ୍ତି । ଏବେ ଏହାର ପ୍ରୟୋଗ କରାଯିବ ଓଡିଶା ରାଜ୍ୟରେ । କିଭଳି ଭାବରେ ଅଧିକ ଭୋଟ ଅଣା ଯାଇପାରିବ ତାକୁ ନେଇ ବିଚାର କରିଛନ୍ତି ଅପରାଜିତା ।ଗତ ସୋମବାର ଅପରାଜିତା ନିଜ ଦଳୀୟ ନେତା ମାନଙ୍କର କ୍ଳାସ ନେଇଥିଲେ । ନେତାଙ୍କ ସହ ରାଜ୍ୟ ସଭାପତି ଏବଂ ସଙ୍ଗଠନ ସମ୍ପାଦକ ମାନଙ୍କ ସମେତ କେନ୍ଦ୍ରୀୟ ପ୍ରଭାରି ଓ କେନ୍ଦ୍ର ମନ୍ତ୍ରୀ ମାନେ ବି ତାଙ୍କ କଥା ଶୁଣିଥିଲେ । କିଛି ସାଂସଦ ଓ ବିଧାୟକ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

ନିର୍ବାଚନ ଜାଣିବା ପାଇଁ ଅପରାଜିତା ୯ ସୂତ୍ରୀ ଫର୍ମୁଲା ଆପଣାଇ ଛନ୍ତି । ଭୋଟର ଲିଷ୍ଟର ପ୍ରତ୍ୟକ ପୃଷ୍ଟା ପାଇଁ ଜଣେ ଜଣେ ପୃଷ୍ଟା ପ୍ରମୁଖଙ୍କୁ ନିଯୁକ୍ତ କରାଯିବ । ଏମାନେ ପ୍ରତ୍ୟକ ଭୋଟ ଯେମିତି ବିଜେପି ଖାତାକୁ ଯିବ ସେନେଇ କାର୍ଯ୍ୟ କରିବେ । ବିଜେଡି କବଜାରୁ କିଭଳି ମହିଳା ଭୋଟରଙ୍କୁ ଛଡାଇ ଅଣା ଯାଇ ପାରିବ ସେନେଇ ମଧ୍ୟ ଗୁରୁ ମନ୍ତ୍ର ଦେଇଛନ୍ତି ଅପରାଜିତା ।

Leave a Reply

Your email address will not be published. Required fields are marked *