ଖାଲି ପେଟରେ ଚା’ ପିଉଛନ୍ତି କି ? ପୁରୁଷମାନେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ସକାଳୁ ଉଠିବା ପରେ ଆମେ ଯାହା ସବୁ କରିଥାଉ ତାହାର ପ୍ରଭାବ ଆମ ଉପରେ ଶାରୀରିକ ଓ ମାନସିକ ରୂପରେ ପଡିଥାଏ , ଯଦି ଆପଣ ଜିମ ଯାଉଛନ୍ତି ଏହା ଦ୍ଵାରା ପୁରାଦିନ ଆପଣଙ୍କ ଶରୀର ଦିନସାରା ସୁସ୍ଥ ରହିଥାଏ । ପାୟତଃ ଦେଖାଯାଏ ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଚା ସେବନ କରିଥାନ୍ତି , ସେମାନଙ୍କୁ ଜାଣି ରଖିବାକୁ ହେବ ଯେ ଖାଲି ପେଟରେ ଚା’ ପିଇବା ଅନେକ ରୋଗର କାରଣ ହୋଇପାରେ । ତେଣୁ ଆଜି ଆମେ ଆପଣଙ୍କୁ ଆଜି ଚା’ ପିଇବା ଦ୍ଵାରା ହେଉଥିବା ଖ୍ଯାତି ବିଷୟରେ କହିବୁ । ଏହାକୁ ପୁରା ପଢିବା ପରେ ଆପଣ ଜାଣି ପାରିବେ ଯେ ଖାଲି ପେଟରେ ଚା ପିଇବା ବିଷ ପିଇବା ସହ ସମାନ ଅଟେ ।

ଖାଲି ପେଟରେ ଚା ପିଇବା ଶରୀର ପାଇଁ ହାନିକାରକ ଅଟେ, ତାହା ଯେ କୌଣସି ଚା ହେଉ ନା କାହିଁକି । କାରଣ କିଛି ଲୋକ ଭାବନ୍ତି ଯେ ଯଦି ଆମେ ଗ୍ରୀନ ଟୀ ଖାଲି ପେଟରେ ପିଉଛେ ତେବେ ତାହା ଆମ ଶରୀର ପାଇଁ ଭଲ ଅଟେ । କିନ୍ତୁ ଆପଣ ଜାଣି ରଖନ୍ତୁ ଯେ ଖାଲି ପେଟରେ ଚା ପିଇବା ଦେହ ପାଇଁ ହାନିକାରକ ଅଟେ ।

କାରଣ ଚା ରେ ଏସିଡ ରହିଥାଏ ଓ ଏହା ପେଟରେ ଥିବା ଲାଳ ଅଂସ ସହ ଯେତେବେଳେ ମିଶିଯାଏ ତେବେ ଆମ ଶରୀରରେ ଏହା ଏସିଡିଟି, ଗ୍ୟାସ ହେବା ଭଳି ପରିସ୍ଥିତି ସୃଷ୍ଟି କରିଥାଏ । ପେଟରେ ଗ୍ଯାସ ହେବା ଦ୍ଵାରା ଅନେକ ପ୍ରକାରର ରୋଗ ଜନ୍ମ ନେଇଥାଏ । ଆଉ ଗୋଟିଏ କଥା ମନେ ରଖନ୍ତୁ ଯଦି ଆପଣ କ୍ଷୀର ଚା ଖାଲି ପେଟରେ ପିଉଛନ୍ତି ତେବେ ତାହା ସବୁଠାରୁ ହାନିକରକ ଅଟେ । ଏଣୁ ଖାଲି ପେଟରେ ଚା ପିଆନ୍ତୁ ନାହିଁ , କାରଣ ଏହା ଦ୍ଵାରା ଯାହା କୁପ୍ରଭାବ ପଡିବ ତାହା ଆପଣ ସମ୍ଭାଳିବା ଚିନ୍ତାର ବିଷୟ ।

୧. ଖାଲି ପେଟରେ ଚା ପିଇଲେ ଏସିଡିଟି କରାଇଥାଏ ଓ ଏହା ଆମ ଶରୀରରେ ଗ୍ଯାସ ସୃଷ୍ଟି କରିଥାଏ ଓ ଏହା ଆମର ରକ୍ତ କଣିକାରେ ମିଶି କୋଲେଷ୍ଟ୍ରୋଲ ର ସମସ୍ଯା, ବ୍ଲଡ ପ୍ରେସରର ସମସ୍ଯା ଓ ହାର୍ଟଟାକ ଭଳି ବଡ ବଡ ସମସ୍ୟାଙ୍କୁ ଆମନ୍ତ୍ରଣ କରିଥାଏ ।

୨. କିଛି ଲୋକଙ୍କୁ ଲାଗେ ଯେ ମେଦବହୁଳ ବା ଚର୍ବି ବଢିବା ଫ୍ୟାଟ ଯୁକ୍ତ ଜିନିଷକୁ ଖାଇବା ଦ୍ଵାରା ହୋଇଥାଏ । କିନ୍ତୁ ଏହା ଭୁଲ । ଚର୍ବି ହୋଇଥାଏ ଯେତେବେଳେ ଆମେ କିଛି ଏଭଳି ଜିନିଷ ଖାଉ ଯାହା ଦ୍ଵାରା ଆମର ଡାଇଜେସନ ଖରାପ ହୁଏ ଓ ମେଟାବୋଲିଜ୍ମ କମ ହୁଏ । ଯଦି ଆପଣ ଖାଲି ପେଟରେ ଚା ପିଉଛନ୍ତି ତେବେ ଏହାର ସିଧା ପ୍ରଭାବ ଆପଣଙ୍କର ହଜମ ଶକ୍ତି ଉପରେ ପଡିଥାଏ । ଚା ଆପଣଙ୍କ ହଜମ ଶକ୍ତି କୁ କମ କରିଦିଏ ଯାହା ଦ୍ଵାରା ଆପଣଙ୍କର ଓଜନ ବଢିବାରେ ଲାଗେ ।

୩. ମଳକଣ୍ଟକ ବା ଅର୍ଶ ରୋଗୀମାନେ ଖାଲି ପେଟରେ ଚା ପିଇବା ଉଚିତ ନୁହେଁ । ଯଦି ଆପଣ ଏଥିରୁ ଦୂରେଇ ରହିବା ପାଇଁ ଚାହାଁନ୍ତି ତେବେ ଆପଣ ଏହି ଅଭ୍ୟାସ କରନ୍ତୁ ନାହିଁ ।

୪. ଯଦି ଆପଣ ଖାଲି ପେଟରେ ଚା କିମ୍ବା କଫି ପିଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ନିଦ ନ ଆସିବା ସମସ୍ଯା ଆହୁରି ବଢିଯାଇଥାଏ । ଭଲ ନିଦ ଚାହୁଁଥିଲେ ଖାଲି ପେଟରେ ଆଦୌ ଚା ପିଅନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *