କେବଳ ମାତ୍ର ୨ ଥର ପିଅନ୍ତୁ ଏହି ଜିନିଷ, ବୁଢାପା, ମୋଟାପଣ, ରକ୍ତର ଅଭାବ, କ୍ୟାଲସିୟମ ଅଭାବ, ଅଣ୍ଟାରେ କଷ୍ଟ ୯୦ ବର୍ଷ ପର୍ଯ୍ୟନ୍ତ ହେବନି- Health Tips

ବନ୍ଧୁଗଣ କଣ ଆପଣଙ୍କ ଅଣ୍ଟାରେ ବହୁତ ଅଧିକ କଷ୍ଟ ରହୁଅଛି, ବହୁତ ଅଧିକ ମୁଣ୍ଡବିନ୍ଧା ହେଉଅଛି , କିମ୍ବା ହାତରେ ବା କାନ୍ଧରେ କଷ୍ଟ ହେଉଅଛି । ଆପଣଙ୍କୁ ଯେମିତି ବି ହାଡ ଜନିତ କଷ୍ଟ ରହୁଅଛି , ଆଜି ଏହି ଲେଖା ମାଧ୍ୟମରେ ଗୋଟିଏ ଘରୋଇ ଉପଚାର ନେଇ ଆସିଛୁ । ଯଦି ଆପଣ ଏହାକୁ ସେବନ କରନ୍ତି ତେବେ ଆପଣଙ୍କୁ ଆଣ୍ଠୁଗଣ୍ଠି କଷ୍ଟ ଓ କାନ୍ଧର କଷ୍ଟରୁ ଆରାମ ମିଳିବ । ହାଡ ଜନିତ ସମସ୍ତ ପ୍ରକାର କଷ୍ଟରୁ ଆପଣଙ୍କୁ ଆରାମ ମିଳିବ ।

ବନ୍ଧୁଗଣ ଆମର ଏହି ଆବଶ୍ୟକତା ପାଇଁ ଦରକାର ବଜାରରୁ ଶୁଖିଲା ଖଜୁରି । ମାର୍କେଟରେ ଗୁଡ ମିଶ୍ରୀତ ଖଜୁରୀ ମିଳେ , କିନ୍ତୁ ଆମେ ଶୁଖିଲା ଖଜୁରୀ ଆଣିବା , ଏହା ଆପଣଙ୍କର ଲୋକାଲ ମାର୍କେଟରୁ ବହୁତ ସହଜରେ ମିଳିଯିବ । ଯଦି ନ ମିଳେ ଆପଣ ଏହାକୁ ଅନଲାଇନ କିଣି ପାରିବେ । ପୋଷ୍ଟିକତାରେ ଭରପୁର ହୋଇଥାଏ ଶୁଖିଲା ଖଜୁରୀ , ଏହା ଆମ ଶରୀର ପାଇଁ ବହୁତ ଗରମ ହୋଇଥାଏ । ଶିତ ଦିନରେ ଏହାର ସେବନ ବହୁତ ଲାଭ ଦାୟକ ଅଟେ । ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଥାଏ , ସେଥିପାଇଁ ହାଡ ଜନିତ ସମସ୍ତ କଷ୍ଟରୁ ଆରାମ ଦେଇଥାଏ । ଏହା ଛଡା ଏହା ଆମ ଶରୀରର ଅନେକ ପ୍ରକାର ରୋଗରୁ ଦୂରରେ ରଖିଥାଏ ।

ଏହି ଉପଚାରକୁ ବନେଇବା ପାଇଁ ଆପଣ ୫ -୧୦ଟି ଶୁଖିଲା ଖଜୁରୀ ନିଅନ୍ତୁ । ତାହାକୁ ଏକ ପାତ୍ରରେ ବୁଡେଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଅଧଘଣ୍ଟା ପରେ ଏହା ହାଲକା ନରମ ହୋଇଯିବ । ଏବେ ଏହାକୁ ଆପଣ ଛଡାଇ ମଞ୍ଜି ବାହାର କରି ଦିଅନ୍ତୁ । ବନ୍ଧୁଗଣ ଏହି ମଞ୍ଜିକୁ ଫୋପାଡନ୍ତୁ ନାହିଁ, ଏହି ମଞ୍ଜି ବହୁତ ଲାଭ ଦାୟକ ଅଟେ । ଯଦି ଆପଣଙ୍କର ଆଖି ଆଲୁଅ ବାହାରିଛି ତେବେ ଏହି ମଞ୍ଜିକୁ ଘୋରି ଆପଣ ଆଖି ଆଲୁଅରେ ଲଗାନ୍ତୁ । ଆପଣଙ୍କ ଆଖି ଆଲୁଅ ଭଲ ହୋଇଯିବ ।

ସବୁ ଖଜୁରୀରୁ ମଞ୍ଜି କାଢିବା ପରେ ଏହାକୁ ଛୋଟ ଛୋଟ ପିସ କରି କାଟି ନିଅନ୍ତୁ । ଆମେ ଯେଉଁ ଉପଚାର ତିଆରି କରୁଚେ ଏହା ଖାଇବା ଦ୍ଵାରା ଆମର ହାଡ ଜନିତ କଷ୍ଟତ ଦୂର ହୋଇଥାଏ , ପାଇଲ୍ସକୁ ଠିକ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାର ସେବନ ଦ୍ଵାରା କବ୍ଜ ଭଳି ସମସ୍ୟାର ମଧ୍ୟ ଲାଭ ହୋଇଥାଏ । ଆଜମା ବା ଶ୍ଵାସ ଜନିତ ସମସ୍ୟାରେ ଯଦି ଆପଣ ଅଛନ୍ତି ଏହାକୁ ସେବନ କରିଥାନ୍ତି ତେବେ ବହୁତ ଆରାମ ମିଳିଥାଏ । ଯାହାର ବାରମ୍ବାର ୟୁରିନ ଇନଫେକ୍ସନ ହେଉଅଛି ତାହା ପାଇଁ ଶୁଖିଲା ଖଜୁରୀ ବହୁତ ଲାଭ ଦାୟକ ହୋଇଥାଏ ।

ଆମେ ଏକ ଗ୍ଳାସ ଗାଈ କ୍ଷୀର ନେବା ତାକୁ ଏକ ପାତ୍ରରେ ଫୁଟାଇବା । ଆପଣ ଫୁଟା କ୍ଷୀରର ପ୍ରୟୋଗ ଏଥିପାଇଁ କରିପାରିବେ । ଯଦି ଆପଣ ଓଜନ କମ କରିବାକୁ ଚାହୁଛନ୍ତି ତେବେ କ୍ଷୀରର ସର ଏଥିରେ ମିଶାନ୍ତୁ ନାହିଁ । କ୍ଷୀର ଯେତେବେଳେ ହାଲକା ଫୁଟିବାକୁ ଲାଗିବ ଆଗରୁ କାଟି ରଖିଥିବା ଖଜୁରୀକୁ ଏଥିରେ ପକାନ୍ତୁ । ଏବେ ଏହାକୁ ଆପଣ ଭଲ ଭାବରେ ୬ – ୭ ମିନିଟ ଫୁଟାନ୍ତୁ । ଏହା ଏଥର ସିଝିଯିବ । ଖଜୁରୀ କ୍ଷୀର ମିଠା ହୋଇଥାଏ ।

ତଥାପି ଯଦି ଆପଣ ଏହାର ସ୍ଵାଦ ବଢେଇବାକୁ ଚାହାନ୍ତି ତେବେ ଆପଣ ଏଥିରେ ହାଲକା ମିଶ୍ରି ମିଶେଇ ପାରିବେ । ଯଦି ଆପଣଙ୍କର ଶାରୀରିକ ଦୁର୍ବଳତା ଅଛି , ପତଳାପଣ ଅଛି ତେବେ ଏହାର ସେବନ ଦ୍ଵାରା ତାହା ଦୂର ହୋଇ ଥାଏ । ସାଥିରେ ଯେଉଁ ମାନଙ୍କର ରକ୍ତର ଅଭାବ ଅଛି ସେହି ମାନଙ୍କ ପାଇଁ ଏହି କ୍ଷୀର ଅଧିକ ଲାଭ ଦାୟକ ଅଟେ । ତେବେ ଏଥିରେ ସ୍ଵାଦ ପାଇଁ ଏବେ ଅଳ୍ପ ମିଶ୍ରି ମିଶାଇବା କିନ୍ତୁ ଯଦି ଆପଣ ଡାଇବେଟିସ ରୋଗୀ ଅଟନ୍ତି ତେବେ ମିଶ୍ରି ଜମା ମିଶାନ୍ତୁ ନାହିଁ । ଏହାକୁ ଆପଣ ହାଲକା ଉଷୁମ ଥାଇ ସେବନ କରନ୍ତୁ । ରାତି ସମୟରେ ଏହାକୁ ସେବନ କରନ୍ତୁ । ଆପଣଙ୍କୁ ବହୁତ ଆରମ ମିଳିବ ।

ଏଥିରେ ବହୁତ ମାତ୍ରାରେ କ୍ୟାଲସିୟମ ମିଳୁଥିବାରୁ , ଏହା ଆପଣଙ୍କର ଶରୀରରେ କ୍ୟାଲସିଅମ କମିକୁ ଦୂର କରିଥାଏ । ହାର୍ଟ ରୋଗୀଙ୍କ ପାଇଁ ଏହା ବହୁତ ଅଧିକ ଲାଭ ଦାୟକ ଅଟେ । ଏହା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିଥାଏ । ମହିଳା ମାନେ ଯଦି ଏହି କ୍ଷୀରକୁ ସେବନ କରନ୍ତି ତେବେ ତାଙ୍କର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଶିତଦିନେ ଆପଣ ଏହି ଖଜୁରୀ ନିଶ୍ଚିତ ଖାଆନ୍ତୁ , ଯଦି ଆପଣଙ୍କୁ କ୍ଷୀର ପସନ୍ଦ ନଥାଏ ତେବେ ଏହି ଶୁଖିଲା ଖଜୁରୀ ଆପଣ ଚୋବେଇ ଚୋବେଇ ଖାଆନ୍ତୁ ଏବଂ ତା ପରେ ଏକ ଗ୍ଳାସ ଉଷୁମ ପାଣି ପିଇ ନିଅନ୍ତୁ ।

କିନ୍ତୁ ଆପଣ ମନେ ରଖନ୍ତୁ ଯଦି ଆପଣ ଏହି ଖଜୁରିବାଲା କ୍ଷୀର ପିଉଛନ୍ତି ତେବେ ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ । କାରଣ ଏହାର ସେବନ ଦ୍ଵାରା ଆମ ଶରୀର ଯେମିତି ଗରମ ରହିବ । ଶିତଦିନେ ଆପଣ ଏହାର ସେବନ ରାତିରେ କରନ୍ତୁ , ପ୍ରଥମେ କ୍ଷୀର ପି ନିଅନ୍ତୁ ତାହା ପରେ ଖଜୁରୀକୁ ଚୋବେଇ ଚୋବେଇ ଖାଆନ୍ତୁ । ଏହାର ସେବନ ଦ୍ଵାରା କଣ ଫାଇଦା ମିଳିଲା ଆମକୁ ନିଶ୍ଚେ ଜଣାନ୍ତୁ କମେନ୍ଟ କରି ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *