ଖେଳ କରୁ ଥିଲା ଖଗା (Khageswar), କିଏ ଏହି ଖଗା ? Archana ସହ କଣ ରହିଛି ସମ୍ପର୍କ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଖଗା କିଏ ବର୍ତ୍ତମାନ ପ୍ରଶ୍ନ ଉଠିଛି ? ଖଗେଶ୍ଵରର ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କ ସହିତ କ’ଣ ରହିଛି ସମ୍ପର୍କ ? କାହିଁକି ଫେରାର ଏବେ ଖଗେଶ୍ଵର ? କଥା ଉଠୁଥିବା ଖଗେଶ୍ଵର ବର୍ତ୍ତମାନ କେଉଁଠାରେ ? କେଉଁଠାରେ ଲୁଚିଛି ଖଗା ? ତାକୁ ଖୋଜୁଛି ପୋଲିସ । ତେବେ କିଛି ଅଭିଯୋଗ ଜଣେ ଯୁବତୀ କରିଥିଲେ । ଏବଂ ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଅର୍ଚ୍ଚନା ନାଗ ଙ୍କୁ ଗିରଫ କରିଛି ।

ଅର୍ଚ୍ଚନା ଙ୍କ ସହିତ ଯେଉଁ ଦୁଇଟି ନାମ ଯୋଡି ହୋଇଛି ସେ ହେଉଛି ଜଗବନ୍ଧୁ ଏବଂ ଖଗେଶ୍ଵର । ଅର୍ଚ୍ଚନା ଙ୍କୁ ଗିରଫ କରାଯାଇଥିବା ବେଳେ ଅସୁସ୍ଥତା ଯୋଗୁଁ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଙ୍କୁ ନୋଟିସ ଜାରି କରିଛି ପୋଲିସ । ମାତ୍ର କୁଆଡେ ଗଲା ଏହି ଏଫୟାର ରେ ନାମ ଥିବା ଖଗେଶ୍ଵର ? ତଥା କେଉଁଠାରେ ଲୁଚିଛି ଖଗେଶ୍ଵର ? ଶୁଣିବାକୁ ମିଳିଛି ଯେ ୫ ଦିନ ତଳେ ଖଗେଶ୍ଵର କୁ ପୋଲିସ ପଚରା ଉଚରା କରୁଥିଲା ।

ଆଉ ଆଜି ହଠାତ କୁଆଡେ ଖଗେଶ୍ଵର ଖସି ଯାଇଛି । ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଆଉ ଆପଣ ଦେଖୁଥିବା ଏହି ଅଭିଯୋଗ ପତ୍ରଟି ଜଣେ ଯୁବତୀ ଙ୍କର । ୨୦୦୮ ମସିହାରେ ଯୁବତୀ ଜଣଙ୍କ ଥାନା ରେ ଏଫୟାର ଦେଇଥିଲେ ଆଉ ଏଥିରେ ଅର୍ଚ୍ଚନା ନାଗ ଆଗବନ୍ଧୁ ଚାନ୍ଦ ଏବଂ ଖଗେଶ୍ଵର ଙ୍କ ନାମ ଉଲ୍ଲେଖ ରହିଛି ।

ତେବେ ଏହି ଯୁବତୀ ଙ୍କ ଅଭିଯୋଗ ଆଧାରରେ ଯଦି ଅର୍ଚ୍ଚନା ନାଗ ଗିରଫ ହୋଇଛନ୍ତି ତଥା ଜଗବନ୍ଧୁ ଚାନ୍ଦ ଙ୍କୁ ନୋଟିସ ଜାରି କରାଯାଇଛି, ତେବେ ଖଗେଶ୍ଵର କେଉଁଠାରେ ଲୁଚିଛି ? ତେବେ ଏ ହେଉଛି ସେହି ଖଗେଶ୍ଵର ଯାହାର ଘର ହେଉଛି କଟକ ସହରର ନିଆଳି ଅଞ୍ଚଳରେ । ଖଗେଶ୍ଵର ରଶୁଲଗଡରେ ଏକ ଛୋଟିଆ ଦୋକାନ ଟିଏ କରିଥିଲା ।

ଏହାପରେ ଯେତେବେଳେ ଜଗବନ୍ଧୁ ଏବଂ ଅର୍ଚ୍ଚନା ସହିତ ମିଶାମିଶି ଆରମ୍ଭ କରିଲା ସେତେବେଳେ ପଳାଶୁଣି ଅଞ୍ଚଳରେ ଏକ ପୁରୁଣା ଗାଡି ସୋରୁମ କରିଥିଲା ।   ଆଉ ଏଠି ସହିତ ଅର୍ଚ୍ଚନା ଙ୍କ ନେଟୱର୍କ ମଧ୍ୟ ସମ୍ଭାଳୁଥିଲା । ତଥା କିଏ ଆସିବ କିଏ ଯିବ ? କିଏ କେତେବେଳେ କେଉଁଠି କାହାକୁ ଭେଟିବ ? ଏ ସବୁର ନେଟୱର୍କ ସମ୍ଭାଳୁ ଥିଲା ଖଗା । ଆଉ ଏହାପରେ ଛୋଟିଆ ଦୋକାନ କରିଥିବା ଖଗେଶ୍ଵର ବଡ ହୋଇଯାଇଥିଲା । କୁହା ଯାଉଅଛି ଯେ ଖାଲି ଗାଡି ସୋରୁମ କରି ନଥିଲା ଖଗେଶ୍ଵର । ଏହା ମଧ୍ୟରେ ସେ ବିଲଡର ମଧ୍ୟ ପାଲଟି ଯାଇଥିଲା ।

ଜମି ଲେଣଦେଣ ମଧ୍ୟ କରୁଥିଲା । ଜମି କିଣାବିକାରେ ଅନେକ ପଇସା ମଧ୍ୟ ରୋଜଗାର କରୁଥିଲା । ଆଉ ସବୁଠାରୁ ବଡ କଥା ହେଉଛି ଯେ ଖଗେଶ୍ଵର ର ମଧ୍ୟ ଏହିଭଳି ଏକ ଆଲିଶାନ କୋଠା ତାଙ୍କ ଗାଁ ରେ ରହିଛି । ତେବେ ଦେଖିବାକୁ ବାକି ରହିଲା ଯେ ଏହି ଖଗେଶ୍ଵର କେବେ ପୋଲିସ କବଜା କୁ ଆସୁଛି ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *