କେଉଁଠି ଓ କିପରି କରାଯିବ Naba Das ଙ୍କ ଦ୍ଵାଦଶ ଭୋଜି ! ମେୟର ସୁବାଶ ସିଂହ ଙ୍କ ସହ ବୁଲି ବୁଲି ସ୍ଥିତି ପରଖିଲେ ଝିଅ Dipali ଓ ତାଙ୍କ ଭାଇ

ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏଗାର ଦିନ ବିତି ସାରିଛି । ଏହାଭିତରେ ତାଙ୍କ ଶୁଦ୍ଧିକ୍ରିୟାର ମଧ୍ୟ ସମୟ ହୋଇସାରିଲାଣି । ମଣିଷ ଜୀବନ ଆଜିକୁ ମଲେ କାଲିକୁ ଦୁଇ ଦିନ । ନବ ଦାସଙ୍କ ଶୁଦ୍ଧି କ୍ରିୟା ପାଇଁ ତଥା ତାଙ୍କ ଦ୍ଵାଦଶ ଭୋଜି ପାଇଁ ଆୟୋଜନ କରାଯାଉଛି । ଆୟୋଜନ ହେଉଥିବା ଜାଗାକୁ ପରଖିବା ପାଇଁ ତାଙ୍କ ଝିଅ, ପୁଅ ଏବଂ ମେୟର ସୁବାସ ସିଂ ଯାଇଥିଲେ । ତେବେ ଏହା ସହ ଜଡିତ ଥିବା କଥା ଉପରେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ନଜର ପକାଇବା ।

ମନ୍ତ୍ରୀ ନବ ଦାସଙ୍କ ଦ୍ଵାଦଶ ଭୋଜିର ଆୟୋଜନ କରାଯାଉଛି । ସେ ଜଣେ ମନ୍ତ୍ରୀ ହୋଇଥିବା ହେତୁ ତାଙ୍କ ପରିବାର ଲୋକେ ଚାହୁଁଛନ୍ତି ତାଙ୍କର ଏହି ଦ୍ଵାଦଶ ଭୋଜିକୁ ବଡ ଆକାରରେ କରିବା ପାଇଁ । ଏବଂ ତାଙ୍କର ଏହି ଦ୍ଵାଦଶ ଭୋଜିରେ ତାଙ୍କ ସହ ଜଡିତ ଥିବା ସମସ୍ତ ନେତା ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ । ତେଣୁ ଏତେ ବଡ ଆୟୋଜନ କରିବା ପାଇଁ ହେଲେ ନିହାତି ଭାବରେ ଏକ ବଡ ଜାଗର ଆବଶ୍ୟକ ।

ତେଣୁ ଆଜି ତାଙ୍କ ଝିଅ ଦୀପାଳି ଏବଂ ପୁଅଙ୍କ ସହ ମେୟର ସୁବାସ ସିଂ ମଧ୍ୟ ଜାଗାର ସ୍ଥିତି ପରଖିବା ପାଇଁ ଯାଇଥିଲେ । ନବ ଦାସଙ୍କ ପାଇଁ ଫୁଲ ଶଜ୍ୟା ହେବା ନିମନ୍ତେ ଏକ ବଡ ଷ୍ଟେଜର ଆୟୋଜନ କରାଯାଉଛି । ତାଙ୍କ ଝିଅ ଏହା ଚାହୁଁଛନ୍ତି କି ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଅଲଗା ଜାଗାରେ ବ୍ୟବସ୍ତା କରିବା ପାଇଁ ।

କାରଣ ଏତେ ଲୋକ ଆସିବା ଫଳରେ ବହୁତ ଭିଡ ହୋଇପାରେ ତେଣୁ ଠେଲା ପେଲା ହେବାର ସମ୍ଭାବନା ସୃଷ୍ଟି ହେବ ବୋଲି ସିଏ କହିଛନ୍ତି । ନବ ଦାସଙ୍କ ପୁଅ ଝିଅ ମିଶି ତାଙ୍କର ସମସ୍ତ କାର୍ଯ୍ୟକୁ ସମ୍ପର୍ଣ କରିବାରେ ଲାଗି ପଡିଛନ୍ତି । ଛାତିରେ କଷ୍ଟ ଥିଲେ ମଧ୍ୟ ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟାରେ ସେ କୌଣସି କମି ହେବାକୁ ଦେବେ ନାହିଁ ବୋଲି ଆଶା ।

ତାଙ୍କ ଝିଅ ଦୀପାଳି ଚାହୁଁଛନ୍ତି ତାଙ୍କ ବାପାଙ୍କ ଦ୍ଵାଦଶ ଭୋଜିକୁ ଲୋକେ କିପରି ଶାନ୍ତି ଶୃଙ୍ଖଳାର ସହ ଖାଆନ୍ତୁ । ଏଥିପାଇଁ ଏହି ଦାୟିତ୍ଵ ସେମାନେ ଅନ୍ୟ ଉପରେ ନ ଛାଡି ନିଜେ ବୁଝୁଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *