କଣ ଆପଣ ଜାଣିଛନ୍ତି କି ଏହି ସ୍ଥାନର ନାରୀ ଦୁନିଆର ସବୁଠୁ ଅଧିକ ସୁନ୍ଦରୀ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆର ସବୁଠାରୁ ସୁନ୍ଦରୀ ମହିଳା ମାନେ ଏହିଠାରେ ରହିଥାନ୍ତି । ଏଠାକାର ଲୋକ ମାନଙ୍କର ଆୟୁଷ ଅନ୍ୟ ଦେଶର ଲୋକ ମାନଙ୍କ ଠାରୁ ଖୁବ ଅଧିକ ହୋଇଥାଏ । ଏଠି ବୟସ ବଢିଲେ ମଧ୍ୟ ବହୁତ ଶୀଘ୍ର କେହି ବୃଦ୍ଧ କିମ୍ବା ବୃଦ୍ଧା ହୋଇନଥାନ୍ତି । ତେବେ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ସତ କିନ୍ତୁ ଏପରି ମଧ୍ୟ ଏକ ସ୍ଥାନ ରହିଛି । ଯେଉଁଠାରେ ଆମେ କହିଥିବା ଉପରୋକ୍ତ ଘଟଣାବଳୀ ଏହିଠାରେ ହିଁ ଦେଖିବାକୁ ମିଳିଥାଏ ।

କାରଣ ସୁନ୍ଦର ଓ ବହୁ ବର୍ଷ ପର୍ଯ୍ୟନ୍ତ ଯବାନ ରହିବାକୁ କିଏ ଅବା ଚାହିଁନଥାଏ । ହେଲେ ଏପରି ରହିବାକୁ ହେଲେ କଣ ଖାଇବାକୁ ପଡିଥାଏ । ଓ କିପରି ନିଜକୁ ରଖିବାକୁ ପଡିଥାଏ ସେହିପରି ବିଷୟରେ ଅଧିକ କାହାକୁ ଜଣା ମଧ୍ୟ ନଥାଏ । ହେଲେ ପାକିସ୍ତାନର ହୁଞ୍ଜା ଉପତ୍ୟକାରେ ବସବାସ କରୁଥିବା ଲୋକ ମାନଙ୍କର ଜୀବନଶୈଳୀ କିଛି ଏପରି ଧରଣର ହୋଇଥାଏ କି ! ଏଠାକାର ଲୋକ ମାନେ ୬୦, ୭୦ ବର୍ଷ ପରେ ବି ବୃଦ୍ଧ ନହୋଇ ଯବାନ ରହିଥାନ୍ତି ।

ଏପରି ଏହି ଲୋକମାନଙ୍କର ଆୟୁଷ ୧୦୦ ବର୍ଷ କିମ୍ବା ତା’ ଠାରୁ ବି ଅଧିକ ରହିବାର ସୂଚନା ମିଳିଛି । ଏପରିକି ଏଠାକାର ମହିଳା ମାନେ ୬୫ ବର୍ଷ ଓ ପୁରୁଷ ମାନେ ୭୦ ବର୍ଷ ପରେ ମଧ୍ୟ ବାପା ଓ ମାଅ ହେବାର ସକ୍ଷମତା ରଖିଥାନ୍ତି । କାରଣ ଏମାନଙ୍କର ଶାରୀରିକ ଗଠନ ଏମାନେ ସେହିପରି ହିଁ ସୁଦୃଢ କରି ରଖିଥାନ୍ତି । ଏହି ପାକିସ୍ଥାନର ହୁଞ୍ଜା ଉପତ୍ୟକାର ଲୋକ ମାନେ ସକାଳ ଭୋର ଭୋରରୁ ଉଠିଯାଇଥାନ୍ତି । ଏହା ସହ ସଂପୂର୍ଣ୍ଣ ଦିନରେ କେବଳ ୨ ବେଳା ଖାଇଥାନ୍ତି ।

ଏହା ସହିତ ଶାରୀରିକ କାର୍ଯ୍ୟ ବହୁ ମାତ୍ରାରେ କରିଥାନ୍ତି । ଏହା ଛଡା ଏଠାରେ କୃଷି କାର୍ଯ୍ୟରେ ରାସାୟନିକ ସାମଗ୍ରୀର ବ୍ୟବହାରର ପ୍ରତିବନ୍ଧକ ମଧ୍ୟ ଲଗାଯାଇଥାଏ । ତାପରେ ଏଠିକାର ଲୋକମାନେ ବିଭିନ୍ନ ପ୍ରକାର ସୁଷମ ଖାଦ୍ୟ ଖାଇବା ସହ ଡ୍ରାଏ ଫୃଟ୍ସ ମଧ୍ୟ ଯଥେଷ୍ଟ ପରିମାଣରେ ଖାଇଥାନ୍ତି । ଏହା ସହିତ ସବୁଠାରୁ ବଡ କଥା ହେଉଛି । ଜଣେ ଗବେଷକ ଏଠାକାର ଜଳବାୟୁ ଉପରେ ଗବେଷଣା କରି ଜାଣିବାକୁ ପାଇଥିଲେ ।

ଏହା କି ଯେ ଏହି ଉପତ୍ୟକାରେ ପ୍ରବାହିତ ହେଉଥିବା ଜଳରେ ବହୁ ମାତ୍ରାରେ ଖଣିଜ ପଦାର୍ଥ ତଥା ଆଣ୍ଟିଆକ୍ସିଡେଣ୍ଟ ମହଜୁଦ ରହିଛି । ଯେଉଁ କାରଣରୁ ଏହି ପାଣି ବ୍ୟବହାର କରୁଥିବା ଲୋକଙ୍କ ସ୍ଵାସ୍ଥଗତ ସମସ୍ଯା ମଧ୍ୟ ବିଶେଷ ଭାବରେ ଦେଖା ଯାଇନଥାଏ । ତେବେ ଏଠାକାର ଲୋକମାନେ କର୍କଟ ରୋଗରେ କେବେବି ଆକ୍ରାନ୍ତ ନହୋଇବା ସହ ଏହି ରୋଗ ବିଷୟରେ ଜାଣି ମଧ୍ୟ ନାହାନ୍ତି । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *