କଣ ଆପଣ ଜାଣିଛନ୍ତି ଏହି ନେତା ମାନଙ୍କ Salary କେତେ ? ଦେଖନ୍ତୁ କେଉଁ ମନ୍ତ୍ରୀ ନିଅନ୍ତି କେତେ ଦରମା…

ବନ୍ଧୁଗଣ ଆମ ଦେଶ ଏମିତିରେ ବହୁତ କିଛି ସ୍ଥାନ ଓ ଜିନିଷ ପାଇଁ ଫେମସ ଅଟେ ହେଲେ ଯଦି ରାଜନୀତି କଥା ଉଠେ ତା ହେଲେ ରାଜନୀତି ପାଇଁ ବି ଆମ ଦେଶ ବହୁତ ଫେମସ । ଆପଣ ମାନେ ସମସ୍ତେ ଆମ ଭାରତର ସମସ୍ତ ରାଜନେତା ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ରାଜନେତା ମାନଙ୍କ ଦରମା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସର୍ବ ପ୍ରଥମେ ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କ ବିଷୟରେ । ବନ୍ଧୁଗଣ ଆମ ଦେଶର ରାଷ୍ଟ୍ରପତିଙ୍କୁ ପ୍ରତି ମାସରେ 5 ଲକ୍ଷ ଟଙ୍କା ଦରମା ମିଳିଥାଏ । ଏହା ସହିତ ତାଙ୍କୁ ଅନେକ ସୁବିଧା ବି ଦିଆଯାଏ । ଏହା ପରେ ଅଛନ୍ତି ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କୁ ମାସିକ 4 ଲକ୍ଷ ଟଙ୍କା ଦରମା ଦିଆଯାଏ । ଏହା ପରେ ଆସନ୍ତୁ ଜାଣିବା ରାଜ୍ଯପାଳ ମାନଙ୍କ ବିଷୟରେ ।

ତେବେ ରାଜ୍ଯପାଳ ମାନଙ୍କୁ ମାସିକ ସାଢେ 3 ଲକ୍ଷ ଟଙ୍କା ଦରମା ଦିଆଯାଇ ଥାଏ । ଚିଫ ଜଷ୍ଟିସ ଅଫ ଇଣ୍ଡିଆ ପୋଷ୍ଟରେ ଯିଏ ଥାନ୍ତି ତାଙ୍କୁ ମାସିକ 2 ଲକ୍ଷ 80 ହଜାର ଟଙ୍କା ଦିଆ ଯାଏ । ସୁପ୍ରିମ କୋର୍ଟର ଜଜ୍ ଙ୍କ ଦରମା ଥାଏ ଅଢେଇ ଲକ୍ଷ ଟଙ୍କା । ଚିଫ ଇଲେକ୍ସନ କମିଶନର ଅଫ ଇଣ୍ଡିଆ ପୋଷ୍ଟରେ ଯିଏ ଥାନ୍ତି ତାଙ୍କୁ ମାସିକ ଅଢେଇ ଲକ୍ଷ ଟଙ୍କା ମିଳିଥାଏ । ୟୂନିଅନ ପବ୍ଲିକ ସର୍ଭିସ କମିଶନର ଚେୟାର ମ୍ୟାନଙ୍କୁ ଅଢେଇ ଲକ୍ଷ ଟଙ୍କା ମାସିକ ଦରମା ଦିଆଯାଏ ।

ହାଇକୋର୍ଟରେ ଚିଫ ଜଷ୍ଟିସଙ୍କ ଦରମା ବି ଅଢେଇ ଲକ୍ଷ ଟଙ୍କା ରହିଛି । ଯଦି ହାଇକୋର୍ଟର ଜଜ୍ ମାନଙ୍କ ଦରମା ଦୁଇ ଲକ୍ଷ 25 ହଜାର ଟଙ୍କା ରହିଛି । ମେମ୍ବର ଅଫ ପାର୍ଲାମେଣ୍ଟରେ ଯେଉଁ ମାନେ ଅଛନ୍ତି ତାଙ୍କୁ ମାସିକ 1 ଲକ୍ଷ ଟଙ୍କା ଦରମା ଆଉ ଅନ୍ୟାନ୍ୟ ସୁବିଧା ଦିଆଯାଏ । ଏବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ବିଷୟରେ । ଆମ ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ମାସିକ 1 ଲକ୍ଷ 60 ହଜାର ଟଙ୍କା ଦରମା ଦିଆ ଯାଏ ।

ଯଦି ଏମଏଲଏଙ୍କ କଥା କୁହାଯିବ ତା ହେଲେ ଅଲଗା ଅଲଗା ଷ୍ଟେଟରେ ଅଲଗା ଅଲଗା ଦରମା ଦିଆଯାଏ । ତେଲେଙ୍ଗାନାରେ ଏମଏଲଏ ମାନଙ୍କ ଦରମା ସବୁଠାରୁ ଅଧିକ ରହିଛି ଆଉ ନାଗାଲାଣ୍ଡରେ ଥିବା ଏମଏଲଏଙ୍କ ଦରମା ସବୁଠାରୁ କମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଦରମା ବିଷୟରେ ଯଦି କହିବା ତା ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦରମା 4 ଲକ୍ଷ 10 ହଜାର ଟଙ୍କା ଅଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦରମା 3 ଲକ୍ଷ 90 ହଜାର ଟଙ୍କା ରହିଛି । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଦରମା 3 ଲକ୍ଷ 40 ହଜାର ରହିଛି । ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦରମା  1 ଲକ୍ଷ 60 ହଜାର ଟଙ୍କା ଦରମା ଦିଆଯାଏ । ତେବେ ବନ୍ଧୁଗଣ ଅଲଗା ଅଲଗା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦରମା ଅଲଗା ଅଲଗା ଥାଏ । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *