ଏହି ଦିଗକୁ ଗୋଡ଼ କରି ଶୋଇଲେ ହେବେ ଲକ୍ଷ୍ମୀଛଡ଼ା- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ, ଶୋଇବା ସମୟରେ କେଉଁ କାର୍ଯ୍ୟ ଦ୍ୱାରା ଆପଣ ଅସୁବିଧା ର ସମୁଖୀନ୍ନ ହୋଇଥାନ୍ତି। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ କିଛି ଏଭଳି କାର୍ଯ୍ୟ କରିଥାଏ ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେ ସେହି କାର୍ଯ୍ୟ ର ଫଳ ଭୋଗ କରିଥାଏ। ଶାସ୍ତ୍ର ଅନୁସାରେ ସବୁ କାର୍ଯ୍ୟ ର ସଠିକ ସମୟ ଏବଂ ସଠିକ ଉପାୟ ରହିଥାଏ। ସମୟ ହିସାବରେ ହିଁ କୌଣସି କାର୍ଯ୍ୟ କରିବା ଉଚିତ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ କିଛି ବ୍ୟକ୍ତି ଏଭଳି କାର୍ଯ୍ୟ କରିଥାନ୍ତି ଯାହା ଅନୁଚିତ ଏବଂ ଏପରି କରିବା ଦ୍ୱାରା ଧନ ର ହାନି ହୋଇଥାଏ ଏବଂ ଦାରିଦ୍ର୍ୟତା ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଏଭଳି କିଛି କାର୍ଯ୍ୟ ସମ୍ବନ୍ଧରେ ଯାହା ରାତିରେ ଶୋଇବା ସମୟରେ କରିବା ଦ୍ଵାରା ଆପଣ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି ଏକ ବିଭିନ୍ନ ପ୍ରକାର ସମସ୍ୟା ର ସମୁଖୀନ୍ନ ହୋଇଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ କେବେବି ରାତିରେ ଶୋଇବା ସମୟରେ ପୁସ୍ତକ କୁ ନିଜ ମୁହଁ ଉପରେ ବା ମୁଣ୍ଡ ତଳେ ରଖନ୍ତୁ ନାହଁ। ପୁସ୍ତକ କୁ ମୁହଁ ଉପରେ ରଖିବା ଦ୍ୱାରା ବିଦ୍ୟା ଦେବୀ ମାତା ସରସ୍ୱତୀ ଙ୍କ ଅପମାନ ହୋଇଥାଏ। ତେଣୁ ପୁସ୍ତକ କୁ ସର୍ବଦା ଉଚିତ ସ୍ଥାନ ରେ ରଖନ୍ତୁ।ନଚେତ ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିଥାଏ ଏବଂ ଧନ ସମ୍ପତ୍ତି ମଧ୍ୟ ହାନୀ ହୋଇଥାଏ।ଏହା ସହିତ ଯଦି ପୁସ୍ତକ କୁ ମୁଣ୍ଡ ତଳେ ରଖି ଆପଣ ଶୋଇଥାନ୍ତି ତେବେ ଆପଣଙ୍କୁ କେବେବି ଆପଣଙ୍କ ମନ ପସନ୍ଦ ର କ୍ୟାରିଅର ହାସଲ ହୋଇନଥାଏ।

୨. ରାତିରେ ଶୋଇବା ସମୟରେ କେବେବି ପ୍ରବେଶ ଦ୍ୱାର ଆଡ଼କୁ ଗୋଡ଼ କରି ଶୁଅନ୍ତୁ ନାହିଁ। ଆପଣ ଯେଉଁ ଦ୍ୱାର ରେ ପ୍ରବେଶ କରିଥାନ୍ତି ସେହି ଦ୍ୱାର ସମ୍ମୁଖ ରେ ଗୋଡ଼ ରଖି ଶୋଇବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ ଏବଂ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଯାହାଦ୍ୱାରା ଆପଣ ଲକ୍ଷ୍ମୀ ଛଡ଼ା ହୋଇଥାନ୍ତି ଏବଂ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଉତ୍ପନ୍ନ ହୋଇଥାଏ।

୩. ଯେଉଁ ବ୍ୟକ୍ତି ବହୁତ ଦିନ ଧରି କୌଣସି ରୋଗରେ ପୀଡ଼ିତ ଅଛନ୍ତି, ସେହି ବ୍ୟକ୍ତି ସର୍ବଦା ଦକ୍ଷିଣ ପଶ୍ଚିମ ଦିଗ ଆଡ଼େ ମୁହଁ କରି ଶୋଇବା ଉଚିତ।ଏହା ସହିତ ଇସାନ କୋଣ ରେ ଶୀତଳ ଜଳ ରଖିବା ଦ୍ଵାରା ରୋଗୀ ଶୀଘ୍ର ଭଲ ହୋଇଥାଏ।

୪. କେବେବି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ବା ମୁଣ୍ଡ ତଳେ ଘଡ଼ି ରଖି ଶୁଅନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଏହାଦ୍ବାରା ଆପଣଙ୍କ ଦୁଃଖ ଏବଂ ଚିନ୍ତା ବଢିଯାଇଥାଏ।

୫. ରାତିରେ ଶୋଇବା ସମୟ ରେ ସର୍ବଦା ନିଜ ମୁହଁକୁ ଦକ୍ଷିଣ ଦିଗରେ ଏବଂ ଗୋଡ଼କୁ ପଶ୍ଚିମ ଦିଗ ଆଡ଼କୁ କରି ଶୋଇବା ଦ୍ଵାରା ଗଭୀର ନିଦ୍ରା ର ଆନନ୍ଦ ପ୍ରାପ୍ତ ହୋଇଥାଏ।

୬. ଶୋଇବା ଘରେ କେବେବି ଠାକୁର ଙ୍କ ଫଟୋ ବା ମୂର୍ତ୍ତି ରଖିବା ଉଚିତ ନୁହେଁ। ଏହା ସହିତ କୌଣସି ମୃତ ବ୍ୟକ୍ତି ର ଫଟୋ ମଧ୍ୟ ଶୋଇବା ଘରେ ରଖନ୍ତୁ ନାହିଁ। ଏହା ଆପଣଙ୍କ ଉନ୍ନତି ରେ ବାଧା ସୃଷ୍ଟି କରିଥାଏ।

୭. ଶୋଇବା ଘରେ କେବେବି ଖଟ ବା ପଲଙ୍କ ଙ୍କୁ କାନ୍ଥ ରେ ଆଉଜି ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପତି ଏବଂ ପତ୍ନୀ ଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *