ଜାଣନ୍ତୁ କେଉଁ ରାଜ୍ୟର ମୁଖ୍ୟ ମନ୍ତ୍ରୀ କେତେ ଶିକ୍ଷିତ ? ଦେଖନ୍ତୁ କିଏ ସବୁଠୁ ଅଧିକ ଶିକ୍ଷିତ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭାରତର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଯାଉଛୁ ଆଉ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଜଗନ ମୋହନ ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଅଟନ୍ତି ।

48 ବର୍ଷୀୟ ଜଗନ ହାଇଦ୍ରାବାଦର ନିଜାମ କଲେଜରେ ସେ ବି.କମ ଓ ଏମବିଏ କରିଛନ୍ତି । ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ । ପ୍ରେମା ବି ଭାରତର ଧନୀ ମୁଖ୍ୟମନ୍ତ୍ରୀ ଅଟନ୍ତି । ସେ ଦିଲ୍ଲୀର ହିନ୍ଦୁ କଲେଜରେ ଇତିହାସରେ ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ।

ସର୍ବାନନ୍ଦ ଦିବ୍ରୁଗଡ ୟୁନିଭର୍ସିଟିରେ ଏଲଏଲବି କରିଛନ୍ତି । ଏହା ପରେ ଆମ ଲିଷ୍ଟରେ ଅଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ ଏନଆଇଟି ପାଟଣାରେ ମେକାନିକାଲ ଇଞ୍ଜିନିୟରିଙ୍ଗ କରିଛନ୍ତି । ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ସେ ରାୟପୁରରେ ଏମଏ କରିଛନ୍ତି । ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ।

ଅରବିନ୍ଦ ଆଇଆଇଟି ଖଡକପୁରରେ ବି.ଟେକ କରିଛନ୍ତି । ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ । ପ୍ରମୋଦ ଆୟୁରବେଦ ମେଡିକାଲ କଲେଜରେ ନିଜ ପଢା ସମାପ୍ତ କରିଛନ୍ତି । ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଗୁଜୁରାଟର ବିଜୟ ରୁପାନୀ । ବିଜୟ ରାଜକୋଟର ଧର୍ମେନ୍ଦ୍ର କଲେଜରେ ଆର୍ଟ୍ସରେ ଡିଗ୍ରୀ ହାସଲ କରିଛନ୍ତି ।

ଏହା ପରେ ଆମ ଲିଷ୍ଟରେ ଅଛନ୍ତି ହରିୟଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର । ଖଟର ଦିଲ୍ଲୀ ୟୁନିଭର୍ସିଟିରେ ଆର୍ଟ୍ସରେ ଡିଗ୍ରୀ ହାସଲ କରିଛନ୍ତି । ଆମ ଲିଷ୍ଟରେ ଅଛନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସେ ପାଟଣା ୟୁନିଭର୍ସିଟିରେ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ଏହା ପରେ ଆମ ଲିଷ୍ଟରେ ଅଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ।

ପିନାରାୟଙ୍କ ଶିକ୍ଷାଗତ ଯୋଗ୍ୟତା ସନ୍ଦେହ ଘେରରେ ରହିଛି । ସେ କେବେ ଦ୍ଵାଦଶ ତ କେବେ ଗ୍ରାଜୁଏସନ କରିଛନ୍ତି ବୋଲି କୁହନ୍ତି । ସେ ଦ୍ଵାଦଶ ଶ୍ରେଣୀ ପାସ କରିଛନ୍ତି । ଏହା ପରେ ଆମ ଲିଷ୍ଟରେ ଅଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଉଦ୍ଧବ ଠାକରେ ଆର୍ଟ୍ସରେ ଗ୍ରାଜୁଏସନ କରିଛନ୍ତି । ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଆର୍ଟ୍ସରେ ଦିଲ୍ଲୀ ୟୁନିଭର୍ସିଟିରେ ଡିଗ୍ରୀ ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *