କେତେ ବି କମ୍ଜୋର ହେଇଥାଉ ନା କାହିଁକି ଆପଣଙ୍କ କେଶ, କେବଳ ଲଗାନ୍ତୁ ଏହି ଜିନିଷ, ମାତ୍ର ୭ ଦିନରେ ଦେଖନ୍ତୁ ଚମତ୍କାର- Hair Care Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ, ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ ଘନ ଏବଂ ଲମ୍ବା ହୋଇଯିବ। ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ। ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ। ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ମେଥି ଦ୍ୱାରା ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଏବଂ ଲମ୍ବା ହୋଇଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଏକ ପାତ୍ର ରେ ୨କପ ପାଣି ପକାନ୍ତୁ। ଏହା ପରେ ଆପଣଂକୁ ଯେଉଁ ସାମଗ୍ରୀ ର ଆବଶ୍ୟକ ରହିଛି ତାହା ହେଉଛି, ‘ମେଥି ଦାନା’। ବନ୍ଧୁଗଣ ମେଥି ଆମ କେଶ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଏବଂ ଏଥିରେ ଥିବା ପ୍ରୋଟିନ ଆମ କେଶ ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ବନ୍ଧୁଗଣ ଯଦି ଆପଣଙ୍କ କେଶ ବହୁତ ପତଳା ଅଛି ଅଥବା ଉପୁଡ଼ି ଯାଇଛି ତେବେ ମେଥି ର ପ୍ରୟୋଗ କରିବା ଦ୍ୱାରା ଏହାର ଲାଭ ନିଶ୍ଚିତ ଭାବରେ ପ୍ରାପ୍ତ ହୋଇଥାଏ।ଏହାପରେ ଆପଣ ପାଣି ରେ ୨ ରୁ ୩ ଚାମଚ ମେଥି ଦାନା ପକାନ୍ତୁ

୨. ବନ୍ଧୁଗଣ ଏହାପରେ କିଛି ସମୟ ପରେ ମେଥି ଦାନା କୁ ପାଣି ରୁ ଭଲ ଭାବରେ ଛାଣି ଦିଅନ୍ତୁ ଏବଂ ଅଲଗା କରି ଦିଅନ୍ତୁ। ଆପଣ ମେଥି ର ଦାନା ଏବଂ ସେହି ପାଣି କୁ ଅଲଗା ଅଲଗା ବ୍ୟବହାର କରି ପାରିବେ।

୩.ମେଥି ର ଦାନା କୁ ଆପଣ ପ୍ୟାକ ଭାବରେ ବ୍ୟବହାର କରି ପାରିବେ। ଏଥିପାଇଁ ଆପଣ ମେଥି ର ଦାନାକୁ ଭଲ ଭାବରେ ଗ୍ରଇଣ୍ଡିଙ୍ଗ କରି ଦିଅନ୍ତୁ ଏବଂ ସେଥିରେ ଅଳ୍ପ ଦହି ମିଶାନ୍ତୁ। ଏହି ଦୁଇ ସାମଗ୍ରୀ ର ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଦହି ରେ ଥିବା ପୋଷଳ ତତ୍ତ୍ୱ ଆମ କେଶରେ ଥିବା ଡ୍ୟାନ୍ଡ୍ରଫ କୁ ଦୁର କରିଥାଏ। ଆପଣ ଏଥିରେ ଗ୍ଲିସେରିଲ୍ ମଧ୍ୟ ମିଶାଇ ପାରିବେ। ଏହା କେଶକୁ ସାଇନ କରିବାରେ ସହାୟକ ହୋଇଥାଏ। ଏହାକୁ ଆପଣ ନିଜ କେଶର ମୂଳରେ ଲଗାଇ ଏକ ଘଣ୍ଟା ପର୍ଯ୍ୟନ୍ତ ରଖି ଧୋଇ ଦେବେ। ଏହି ଉପଚାର ଆପଣ ସପ୍ତାହ କୁ ଥରେ ପ୍ରୟୋଗ କରନ୍ତୁ।

୪. ମେଥି ଦାନା ର ପାଣି ସହିତ ଆପଣ ଗ୍ଲିସେରିଲ୍ ମିଶାଇ ଏହାକୁ କେଶରେ ପ୍ରୟୋଗ କରି ପାରିବେ। ଏହା ଆମ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆପଣ ଏହି ପାଣି କୁ ବହୁତ ଦିନ ପର୍ଯ୍ୟନ୍ତ ଷ୍ଟକ୍ କରି ମଧ୍ୟ ରଖି ପାରିବେ ଏବଂ ଏହାର ପ୍ରୟୋଗ କରି ପାରିବେ। ଏହାଦ୍ବାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ତୁରନ୍ତ ଦୂର ହୋଇଯିବ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *