ଦୁନିଆର 5 ଭୟଙ୍କର କଏଦୀ, ଶେଷ ଇଚ୍ଛାରେ ଯାହା ମାଗିଲେ ଶୁଣି ପୋଲିସ ର ହୋସ ଉଡିଗଲା…

ବନ୍ଧୁଗଣ ଏହି ଦୁନିଆରେ ମଣିଷ ହେଉ ବା ଜୀବ ଜନ୍ତୁ ସମସ୍ତଙ୍କର କିଛି ନା କିଛି ଇଛା ଥାଏ । ସେଥିପାଇଁ ଜେଲରେ କ୍ରୀମିନାଲ ମାନଙ୍କୁ ଯେତେବେଳେ ଫାଶୀ ଦିଆଯାଏ ସେତେବେଳେ ସେମାନଙ୍କୁ ତାଙ୍କର ଶେଷ ଇଚ୍ଛା ବିଷୟରେ ପଚରା ଯାଏ । ହେଲେ କିଛି ଅପରାଧୀ ମାନଙ୍କର ଶେଷ ଇଛାକୁ ଶୁଣି ଜେଲର ମାନଙ୍କ ମୁଣ୍ଡ ବି ଘୂରାଇ ଦିଏ । ଆଜି ଆମେ ଆପଣ ମାନଙ୍କୁ କିଛି ଅପରାଧୀ ମାନଙ୍କର ଅଜବ ଗଜବ ଶେଷ ଇଛା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ଲରେନ୍ସ ରସେଲ ବ୍ରେବେଲ ଆମେରିକାର ଜଣେ ଅପରାଧୀ ଥିଲା ଆଉ ସେ ହତ୍ୟା କରିଥିଲା । ୨୦୧୧ରେ ଲରେନ୍ସକୁ ଫାଶୀ ଦଣ୍ଡ ଦିଆଗଲା ଯେତେବେଳେ ତାକୁ ଶେଷ ଇଛା ବିଷୟରେ ପଚରା ଗଲା ସେତେବେଳେ ଲରେନ୍ସ ଦୁଇଟି ଫ୍ରାଏଡ ଚିକେନ, ବର୍ଗର, ଅମଲେଟ, ପିଜା, ଚିକେନ ପକୋଡା ଓ ଗୋଟେ ବ୍ଲୁ ବେଲ ଆଇସ କ୍ରିମର ଅର୍ଡର ଦେଲା । ଏହା ସହ ସେ ଦୁଇଟି ବିୟର ଆଣିବାକୁ କହିଲା । ହେଲେ ଏ ସବୁ ଜିନିଷ ଆଣିବା ପରେ ସେ କହିଲା ତାକୁ ଭୋକ ନାହିଁ ।

୨. ପିଟର ଯେ ମିନେଲ ଜଣେ ହତ୍ୟାକାରୀ ଅଟେ । ୨୦୦୪ରେ ପିଟରକୁ ମୃତ୍ୟୁ ଦଣ୍ଡ ଦିଆଗଲା । ପିଟର ତାର ଶେଷ ଇଛା ପଚରା ହେଲା ସେତେବେଳେ ପିଟର ୨୦ଟି ବିଫ ଟେକୋସ, ୨୦ଟି ସାଣ୍ଡୱିଚ, ବର୍ଗର, ଫ୍ରାଏଡ ଚିକେନ, ପିଜା, ଚକିଲେଟ କେକ, ନୁଡଲ, ଆଇସ କ୍ରିମ, ଦୁଇଟି ପେପ୍ସି ଓ ଦୁଇଟି ବିୟର ଅର୍ଡର ଦେଲା ।

୩. ରୋନି ଲି କାର୍ଡନର ନାମକ ଜଣେ ହତ୍ୟାକାରୀ ଥିଲା ଆଉ ସେ ନିଜ ଶେଷ ଇଛାରେ ଖାଡି ମାଂସ, ସି ଫୁଡ, ଆପେଲ ପାଏ ଓ ଗୋଟେ ସେଭେନ ଅପ୍ ର ଅର୍ଡର ଦେଲା । ଆଉ ସେ କହିଲେ ସେ ଏ ଖାଦ୍ୟ ଲର୍ଡ ଅଫ ଦ ରିଙ୍ଗସ ଫିଲ୍ମ ଦେଖି ଖାଇବାକୁ ଚାହୁଁଛି । ରୋନିର ଏହି ଇଛା ପୂରଣ ହେଲା ଆଉ ରୋନି ପୁରା ୧୧ ଘଣ୍ଟା ସେହି ଫିଲ୍ମ ଦେଖି ଖାଇବା ଶେଷ କରିଲା ।

୪. ଟେଡ ଡଣ୍ଡି ଦୁନିଆର ସବୁଠୁ ଖତର୍ନାକ ଅପରାଧୀ ଥିଲା । ସେ ଝିଅ ମାନଙ୍କୁ କିଡନାପ କରି ବହୁତ କଷ୍ଟ ଦେଇ ମାରି ଦେଉଥିଲା । ଟେଡ ନିଜ ଶେଷ ଇଛାରେ ଏକ ସ୍ପେଶିଆଲ ଖାଇବା ଅର୍ଡର କରିଲା ହେଲେ ତାକୁ ତାହା ଦିଆଗଲା ନାହିଁ ତାକୁ ସାଧାରଣ କଏଦୀଙ୍କ ଖାଦ୍ୟ ଦିଆଗଲା । ଫଳରେ ଟେଡ ଖାଇବାକୁ ମନା କରିଲା । ଶେଷରେ ତାକୁ ଭୋକରେ ଫାଶୀରେ ଝୁଲାଇ ଦିଆଗଲା ।

୫. ଅଜମଲ କସାବକୁ ତ ଆପଣ ମାନେ ଭଲ ଭାବରେ ଜାଣିଥିବେ ଯେ ତାଜ ହୋଟେଲ ବମ୍ବ ବ୍ଳାଷ୍ଟରେ ବହୁତ ଲୋକଙ୍କୁ ହତ୍ୟା କରିଥିଲା । କସାବ ନିଜ ଶେଷ ଇଛାରେ କିଛି ଖାଇବା ପାଇଁ ମନା କରିଲା ହେଲେ ଆମ ଭାରତର ଆଇନ ଏତେ ବି ନିର୍ଦୟ ନୁହେଁ । ଜେଲର ତାକୁ ଏକ ଟ୍ରେରେ ଟମାଟୋ ଖାଇବାକୁ ଦେଇଥିଲେ ।

Leave a Reply

Your email address will not be published. Required fields are marked *