ଯେତେବେଳେ ଭକ୍ତର କଷ୍ଟ ସହି ନପାରି ବାବା କେଦାରନାଥ କରିଥିଲେ ଚମତ୍କାର, ପୂଜାରୀ ବି ଦେଖି ହେଇଗଲା ଆଶ୍ଚର୍ଯ୍ୟ

କେଦାରନାଥ ଧାମ ଏକ ପ୍ରାଚୀନ ଶିବ ମନ୍ଦିର ଅଟେ ଓ ଶିବଙ୍କ ୧୨ ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଗୋଟିଏ ହେଉଛି କେଦାରନାଥ । ଏହି ମନ୍ଦିରକୁ ଜାଗୃତ ମାହାଦେବ ମଧ୍ୟ କୁହାଯାଏ । ବାବା କେଦାରନାଥ ସମୟକୁ ରୋକିବାର ଶକ୍ତି ରଖନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଶିବଭକ୍ତ ବିଷୟରେ କହିବୁ, ଯାହାର ଭକ୍ତି ପାଇଁ କେଦାର ବାବା ମନ୍ଦିର ବାହାରକୁ ଆସିଲେ । ତେବେ ଆସନ୍ତୁ ଜାଣିବା ଏହି ଚମତ୍କାରୀ ଘଟଣା ବିଷୟରେ ।

ଏହି ଘଟଣାଟି ବହୁତ ପୁରୁଣା ସମୟରେ ହେଇଥିଲା, ସେତେବେଳେ ବସ ଓ ଯାନବାହନ ଚଳା ଚଳ ହେଉନଥିଲା । ସେତେବେଳେ ବଳଦଗାଡି ଓ ଚାଲି ଚାଲି ଲୋକମାନେ ଯିବା ଆସିବା କରୁଥିଲେ । ସେହି ସମୟରେ ବହୁତ କମ ଲୋକ କେଦାରନାଥରେ ପହଞ୍ଚି ପାରୁଥିଲେ । ସେତେବେଳେ ଜଣେ ଗରିବ ଲୋକ ଶିବଙ୍କ ଦର୍ଶନ ପାଇଁ ନିଜ ପାଦରେ ଚାଲି ଚାଲି କେଦାରନାଥ ଯାଇଥିଲା ।


ସେହି ଲୋକଟି ବହୁତ ଗରିବ ହେଲେ ମଧ୍ୟ ମନରେ ଶିବଙ୍କ ଭକ୍ତି ନେଇଯାଇଥିଲା । ସେହି ବୃଦ୍ଧ ଲୋକଟିକୁ କେଦାରନାଥର ରାସ୍ତା ଜଣା ନଥିଲା, ହେଲେ ମହାଦେବଙ୍କ କୃପାଦୃଷ୍ଟି ହେତୁ ମହାଦେବ ତାକୁ ରାସ୍ତା ଦେଖାଇଥିଲେ, ଶେଷରେ ଦୁଇମାସର କଷ୍ଟ ପରେ ଲୋକଟି କେଦାରନାଥ ପହଞ୍ଚିଥିଲା । ହେଲେ ସେଠାରେ ଯାଇ ଆଶ୍ଚର୍ଯ୍ୟ ହୋଇଥିଲା, କାରଣ ସେଠାରେ କୌଣସି ଲୋକ ନଥିଲେ । ସେହି ଲୋକକୁ କୌଣସି ଶ୍ରଦ୍ଧାଳୁ ନଜର ଆସିନଥିଲେ । ଏହା ପରେ ସେ ଆଗକୁ ବଢିଥିଲା ଓ ଦେଖିଲା ପୂଜାରୀ ତାଙ୍କର କିଛି ସେବକଙ୍କ ସହ ମନ୍ଦିରର କବାଟ ବନ୍ଦ କରି ଘରକୁ ଫେରୁଛନ୍ତି ।


ଭକ୍ତ ଜଣକ ପୂଜାରୀକୁ ଶିବଙ୍କ ଦର୍ଶନ କରିବା ପାଇଁ କହିଲା, ହେଲେ ପୂଜାରୀ ଜଣକ କହିଲେ- ଆପଣଙ୍କୁ ବୋଧେ ଏହି ମନ୍ଦିରର ପ୍ରଥା ଜଣା ନାହିଁ, ଏହି ମନ୍ଦିର ୬ ମାସ ଖୋଲା ହୁଏ ଓ ୬ ମାସ ସଂପୂର୍ଣ୍ଣ ରୂପେ ବନ୍ଦ ରୁହେ । ଦୀପାବଳି ପୂର୍ବଦିନରୁ ଏହି ମନ୍ଦିର ୬ ମାସ ପର୍ଯ୍ୟନ୍ତ ବନ୍ଦ ରୁହେ କାରଣ ଏଠି ବରଫ ଜମା ହୋଇଯାଏ । ୬ ମାସ ପରେ ଅର୍ଥାତ ଏପ୍ରିଲ ମାସରେ ମନ୍ଦିରର କବାଟ ଖୋଲିବ, ସେତେବେଳେ ଆସି ଆପଣ ମନ ଭରି ଶିବଙ୍କ ଦର୍ଶନ କରିପାରିବେ ।

ପୂଜାରୀର ଏହି କଥା ଶୁଣି ଭକ୍ତ ଜଣକ ପାଦରୁ ମାଟି ଖସିଯାଇଥିଲା । ଭକ୍ତ ଜଣକ ପୂଜାରୀକୁ କହିଲା- ସେ ଦୁଇମାସ ଚାଲି ଚାଲି ଏଠାକୁ ଆସିଛି ସେଥିପାଇଁ ତାକୁ ଦର୍ଶନ କରାଇଦେବା ପାଇଁ, ହେଲେ ପୂଜାରୀ ତାକୁ ରୋକଠୋକ ମନା କରିଦେଇ କହିଥିଲେ ଆପଣ ୬ ମାସ ପରେ ଆସନ୍ତୁ କିମ୍ବା ଏଠି ଅପେକ୍ଷା କରନ୍ତୁ ହେଲେ ମୋତେ କାହିଁ ଲାଗୁନି ଆପଣ ଭୋକ ଉପାସରେ ବରଫରେ ୬ ମାସର ଅପେକ୍ଷା କରିବେ ।

 

ହେଲେ ଭକ୍ତ ଜଣକ ସେହି ସ୍ଥାନରେ ଅପେକ୍ଷା କରିଥିଲା । ଅଧିକ ଥଣ୍ଡା ହେତୁ ଭକ୍ତ ଆଖିରୁ ପାଣି ବାହାରୁଥିଲା, ହେଲେ ସେଠାରେ ସେ ଶିବଙ୍କ ଧ୍ୟାନରେ ବସିବାକୁ ନିଷ୍ପତ୍ତି ନେଇଥିଲା । ସେହି ସମୟରେ ଏକ ଉଜ୍ଵଳ ଆଲୋକରୁ ଜଣେ ଅଘୋରୀ ଆସିଥିଲେ, ସେହି ଅଘୋରି ଜଣକ ବାଘ ଚାଲ ପିନ୍ଧିଥିଲେ, ବେକରେ ରୁଦ୍ରାକ୍ଷ ମାଳ ଓ ହାତରେ ତ୍ରିଶୂଳ ଧରିଥିଲେ । ଅଘୋରୀ ବାବା ଜଣକ ଭକ୍ତ ପାଖକୁ ଆସି କାଠରେ ନିଆଁ ଜଳେଇଥିଲେ ଓ ଭକ୍ତକୁ କିଛି ଖାଇବା ପାଇଁ ଦେଇଥିଲେ, ଭକ୍ତ ଖାଦ୍ୟ ଖାଇ ଶୋଇପଡିଥିଲା, ହେଲେ ତା ପରଦିନ ସକାଳ ସମୟରେ ଭକ୍ତ ଜଣକ ଯେତେବେଳେ ଉଠିଲା ସେତେବେଳେ କୌଣସି ବରଫ ନ ଥିଲା ।

ସେହି ସମୟରେ ପୂଜାରୀ ତାଙ୍କ ସେବକଙ୍କ ସହ ଆସୁଥିଲେ । ଭକ୍ତ ଜଣକ ପୂଜାରୀ ପାଖକୁ ଯାଇ ନିଜ ପରିଚୟ ଦେଲା ଓ କହିଲା ପୂଜାରୀ ଆପଣ ତ କହିଥିଲେ ଏହି ମନ୍ଦିର ୬ ମାସ ପରେ ଖୋଲିବ ଆପଣ କାଲି ଯାଇଥିଲେ ଆଜି କଣ ୬ ମାସ ହୋଇଗଲା । ପୂଜାରୀ ଜଣକ ଆଶ୍ଚର୍ଯ୍ୟ ହୋଇ ଭକ୍ତକୁ ଚାହିଁଥିଲେ ଓ କହିଲେ ଭକ୍ତ ମୁ ୬ ମାସ ପରେ ଆସିଛି ତମେ ସେମିତି ଶିବଙ୍କ ଦର୍ଶନ ପାଇଁ ୬ ମାସ ପର୍ଯ୍ୟନ୍ତ ଅପେକ୍ଷା କରିଛ ।

ସେତେବେଳେ ଭକ୍ତ ଜଣକ ଜାଣିପାରିଲା ଯେ ସେ ରାତିରେ ଶୋଇ ସକାଳେ ଉଠିବା ପରେ ୬ ମାସ ହୋଇଛି ଓ କାଲି ତାଙ୍କ ପାଖକୁ ଆସିଥିବା ଅଘୋରୀ ଜଣକ ଥିଲେ ମହାପ୍ରଭୁ କେଦାରନାଥ । ଭଗବାନ ଶିବ ତାଙ୍କ ଭକ୍ତର ସମୟ କାଳକୁ ଆଗକୁ ବଢେଇ ଥିଲେ । ଏହା ଜାଣି ଭକ୍ତ ଜଣକ ବହୁତ ଖୁସିରେ ଶିବଙ୍କ ଦର୍ଶନ କରିଲା ଓ ନିଜ ଘରକୁ ଫେରିଗଲା ।

ବନ୍ଧୁଗଣ ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *