କେବଳ ଏହି ଲୋକଙ୍କ ପାଇଁ Diesel ହେଲା ମହଙ୍ଗା, ଲିଟର ପ୍ରତି ବଢିଲା 25 ଟଙ୍କା…

ବନ୍ଧୁଗଣ ଗତ ବର୍ଷ ତଥା କରୋନାର ଦ୍ଵିତୀୟ ଲହର ଯିବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା । ତୈଳ ଦରକୁ ସରକାର ଅତି ଚତୁରତାର ସହ ଧୀରେ ଧୀରେ ବଢାଇ ୧୦୦ ଟଙ୍କା ଉପରକୁ ନେଇ ଆସିଲେ । ବର୍ତ୍ତମାନ ମଧ୍ୟ ତୈଳ ଦର ୧୦୦ ଟଙ୍କାରୁ ଅଧିକ ଅଛି । ତୈଳ ଦର ବୃଦ୍ଧି ହେତୁ ଜନସାଧାରଣ ମାନଙ୍କ ଉପରେ ଚିନ୍ତା ବଢି ଯାଇଛି । ବିନା ବାହନରେ କାମ ହୋଇପାରିବ ନାହିଁ ସେଥିପାଇଁ ସେମାନେ ଅଧିକ ଟଙ୍କା ଦେଇ ପେଟ୍ରୋଲ ଡିଜେଲ ପକାଇବା ପାଇଁ ବାଧ୍ୟ ହେଉଛନ୍ତି ।

ତେବେ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । କମ୍ପାନୀ ଗୁଡିକ ପାଇଁ ବଢି ଯାଇଛି ଡିଜେଲ ଦର ।

ସାଧାରଣ ଗ୍ରାହକଙ୍କ ଉପରେ ବଧିତ ତେଲ ଦରର ବୋଝ ପଡିବ ନାହିଁ କିନ୍ତୁ ବିପୁଳ ମାତ୍ରାରେ ଡିଜେଲ ସିଧା ସଳଖ ତେଲ କମ୍ପାନୀ ଗୁଡିକଙ୍କ ଠାରୁ କିଣୁ ଥିବା ବଡ ବଡ ଶିଳ୍ପ ସଂସ୍ଥା, ରେଳବାଇ ଓ ଠିକାଦାର ମାନଙ୍କୁ ଚଢା ଦରରେ ଡିଜେଲ କିଣିବାକୁ ପଡିବ । ଏ ବର୍ଗର ଗ୍ରାହକ ମାନଙ୍କ ପାଇଁ ଲିଟର ପିଛା ୨୫ ଟଙ୍କା ମହଙ୍ଗା ହୋଇଛି ଡିଜେଲ ଦର ।

ଋଷିଆ-ୟୁକ୍ରେନ ଯୁଦ୍ଧ ପରେ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି । ଏଥିପାଇଁ ସରକାରୀ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ପାଇଁ କ୍ଷତି ସହୁ ଛନ୍ତି । ଆଉ ଏହି କ୍ଷତିକୁ ଭରଣ କରିବା ପାଇଁ ଡିଜେଲ ଦରରେ ବୃଦ୍ଧି ହୋଇଛି । ହେଲେ ସାଧାରଣ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇ ନାହିଁ ।

ପୂର୍ବରୁ ସାଧାରଣ ଗ୍ରାହକ ମାନେ ଯେଉଁ ଦରରେ ଡିଜେଲ କିଣି ଥାନ୍ତି ତା ଠାରୁ କମ ଦରରେ ଶିଳ୍ପ ସଂସ୍ଥା ଓ ବଡ ବଡ କମ୍ପାନୀ ଡିଜେଲ କିଣି ଥାନ୍ତି । ଏବେ କିନ୍ତୁ ସେମାନଙ୍କ ପାଇଁ ଦର ବୃଦ୍ଧି ପାଇଥିବାରୁ ଏବେ ସେମାନେ ଡିଜେଲ ଲିଟର ପିଛା ୧୧୫ ଟଙ୍କାରେ କିଣିବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *