ଜୀବନରେ ସଫଳ ହେବା ପାଇଁ କାଉଠାରୁ ଏହି ୪ଟି କଥା ଶିଖନ୍ତୁ – Chanakya Neeti

ଆଚାର୍ଯ୍ୟ ଚାଣକ୍ୟ ପାଟଳୀ ପୁତ୍ରର ମହାନ ବିଦ୍ଵାନ ଥିଲେ । ଚାଣକ୍ୟ ଙ୍କୁ ତାଙ୍କର ନ୍ୟାୟପ୍ରିୟ ଆଚରଣ ପାଇଁ ସମସ୍ତେ ଜାଣନ୍ତି । ଏତେ ବଡ ମନ୍ତ୍ରୀ ହେବା ପରେ ମଧ୍ୟ ସେ ଏକ ସାଧାରଣ କୁଡିଆରେ ରହୁଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ଜୀବନ ଅତ୍ୟନ୍ତ ସରଳ ଥିଲା । ଚାଣକ୍ୟ ନିଜ ଜୀବନରେ ପାଇଥିବା ଅନୁଭବ କୁ ଚାଣକ୍ୟ ନୀତିରେ ଉପସ୍ଥାପିତ କରିଥିଲେ । ଚାଣକ୍ୟ ନୀତି ରେ କିଛି ଏପରି କଥା କୁହା ଯାଇଛି ଯଦି କୌଣସି ବ୍ୟକ୍ତି ତାହାକୁ ପାଳନ କରେ ତେବେ ତାହାକୁ ବିଜୟ ହାସଲ କରିବାରେ କେହି ଅଟକାଇ ପାରିବେ ନାହିଁ । ଆଜି ମୁଁ ଆପଣଙ୍କୁ ଚାଣକ୍ୟ କହିଥିବା 4 ଟି ଏପରି କଥା କହିବୁ ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣି ପାରିବ । ତାହା କଣ ଅଟେ ଆସନ୍ତୁ ଜାଣିବା ।

ଚାଣକ୍ୟ ଙ୍କ କହିବା ଅନୁସାରେ ଯେପରି ଏକ କାଉ ସବୁବେଳେ ଚଞ୍ଚଳ ରହିଥାଏ ଓ ତାର ଦ୍ରୁଷ୍ଟି ସବୁବେଳେ ଚାରି ଆଡକୁ ରହିଥାଏ ଠିକ ସେହିପରି ବ୍ୟକ୍ତି କୁ ସବୁବେଳେ ନିଜ ଚାରି ପାଖକୁ ନଜର ଦେବା ଉଚିତ । ତାକୁ ତାର ଚତୁର୍ପାର୍ଶ୍ବରେ କଣ ଘଟୁଛି ସବୁ କଥା ପ୍ରତି ଦ୍ରୁଷ୍ଟି ଦେବା ଉଚିତ । ଯେପରି କେହି ତାହାର କିଛି ବି କ୍ଷତି କରି ନପାରେ ।

 

ଏହା ବ୍ଯତୀତ ଚାଣକ୍ୟ ଏହା ମଧ୍ୟ କହିଛନ୍ତି କି କିଛି ଏମିତି କଥା ଯାହା କାହାକୁ ମଧ୍ୟ କହିବା ଉଚିତ ନୁହେଁ ।

୧. ଚାଣକ୍ୟ ନୀତିରେ ଉଲ୍ଲେଖ ଅଛି ଯେ ନିଜର ଯେତେ ଅନ୍ତରଙ୍ଗ ବନ୍ଧୁ ହୋଇଥାନ୍ତୁ ନା କାହିଁକି କେବେ ବି ନିଜର ବ୍ୟକ୍ତିଗତ ସମସ୍ଯା କାହା ଆଗରେ କହିବା ଉଚିତ ନୁହେଁ । ଚାଣକ୍ୟଙ୍କ ଅନୁସାରେ ସମସ୍ଯା ଅନ୍ୟ ଆଗରେ କହିବା ଦ୍ଵାରା ଲୋକମାନେ ଆପଣଙ୍କୁ ସହାନୁଭୁତି ଦେଖାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଆପଣଙ୍କ ଅମଙ୍ଗଳ ଚିନ୍ତା କରି ଆପଣଙ୍କୁ ଅସୁବିଧାରେ ପକାଇଥାନ୍ତି ।

୨. ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତି କୁ ନିଜ ଅପମାନ ବିଷୟରେ କାହାକୁ ମଧ୍ୟ କହିବା ଉଚିତ ନୁହେଁ । ଯଦି କେହି ଆପଣଙ୍କର ଅପମାନ କରୁଛି ତା ହେଲେ ଏହା ବିଷୟରେ ଅନ୍ୟମାନଙ୍କୁ କୁହନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କର ଅପମାନ ଅଧିକ ବଢିଥାଏ ଓ ଲୋକେ ଆପଣଙ୍କୁ ଥଟ୍ଟା କରିଥାନ୍ତି । ଏହା ଆପଣଙ୍କ ସମ୍ମାନ ଉପରେ ଖରାପ ପ୍ରଭାବ ପକାଇଥାଏ ।

୩. ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ ବ୍ୟକ୍ତି କୁ ଅନ୍ୟ ମାନଙ୍କ ଆଗରେ ନିଜ ପତ୍ନୀ ଙ୍କ ଚରିତ୍ର ବା ସ୍ଵଭାବ ବିଷୟରେ କହିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆପଣଙ୍କର ସମ୍ମାନ ମଧ୍ୟ ହାନି ହୋଇଥାଏ ଓ ଅନ୍ୟମାନଙ୍କୁ ଆପଣଙ୍କୁ ପରିହାସ କରିବାର ସୁଯୋଗ ମିଳିଥାଏ ।

୪। ଏହା ବ୍ଯତୀତ ଚାଣକ୍ୟ ନୀତିରେ କୁହା ଯାଇଛି ଯେ ନିଜ ବେପାର ସମ୍ବନ୍ଧିତ କଥା ବିଷୟରେ ଅନ୍ୟମାନଙ୍କ ଆଗରେ କଦାପି ଆଲୋଚନା କରିବା ଉଚିତ ନୁହେଁ । ବେପାରରେ ଲାଭ ହେଉ ବା କ୍ଷତି କାହାକୁ ମଧ୍ୟ କହିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ଵାରା ସେ ଆପଣଙ୍କ ପରିସ୍ଥିତି ସମ୍ବନ୍ଧରେ ଜାଣି ଯିବ । ଯେତେବେଳେ ଆପଣଙ୍କୁ ତାଙ୍କର ସହାୟତା ଆବଶ୍ୟକ ହେବ ସେତେବେଳେ ଆପଣଙ୍କୁ ତାଙ୍କର ସହଯୋଗ ମିଳି ପାରିବ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *