ନିଜ ଶେଷ ଇଚ୍ଛା ପୂର୍ଣ୍ଣ କରିବା ପାଇଁ କର୍କଟ ପୀଡିତ ଧୃବାନନ୍ଦ ଗାଇଲେ ଭାବ ଭକ୍ତି ଭରା ଜଗନ୍ନାଥ ଭଜନ “ଗଡେଇ ନେବୁ ମୋ ସଂସାର ରଥ”, Video ଦେଖିଲେ ଆପଣ ବି କାନ୍ଦି ପକେଇବେ

“ଗଡେଇ ନେବୁ ମୋ ସଂସାର ରଥ” – ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ଭାବ ଭକ୍ତି ଭରା ଭଜନ ଏବେ ରିଲିଜ ହୋଇ ସାରିଛି । ଗୀତା ଟିକୁ ଗାଇଛନ୍ତି କର୍କଟ ପୀଡିତ ଧୃବାନନ୍ଦ ଦାସ । ତାଙ୍କ କଣ୍ଠରେ ଗୀତଟି ଖୁବ ହୃଦୟସ୍ପର୍ଶୀ ଲାଗୁଛି ।

“ହାରିଲି କେତେ ମୁଁ ଜିତିଲି କେତେ, ସବୁର ହିସାବ ଅଛି ତୋ ହାତେ… ଶେଷ ଅନୁରୋଧ ରଖିବୁ କାଳିଆ, ଦୁଃଖୀ ଜୀବନର କଥା ଦିପଦ… ମୁଁ ଯେବେ ନ ଥିବି ଏହି ଦୁନିଆରେ, ଗଡେଇ ନେବୁ ମୋ ସଂସାର ରଥ ।” ଗୀତର ଏହି ପଦଟି ଆପଣ ଶୁଣିଲେ ଆପଣଙ୍କ ଆଖିରୁ ଆପେ ଆପେ ଲୁହ ବୋହି ଆସିବ । ଏବେର ଆଧୁନିକ ଦୁନିଆରେ ଆଜିର ଯୁବାପିଢି ଆଉ ଭଜନ ଶୁଣିବାକୁ ସେତେଟା ପସନ୍ଦ କରୁ ନାହାନ୍ତି । କିନ୍ତୁ ଧୃବାନନ୍ଦ ଦାସଙ୍କ ଏହି ଭକ୍ତିପୂର୍ଣ୍ଣ ଭଜନ ନିଶ୍ଚୟ ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ ।

ଏହି ଗୀତର ଗାୟକ ଧୃବାନନ୍ଦ ଦାସ ଏବେ ରକ୍ତ କର୍କଟ ବା ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି । ଗତ କିଛି ଦିନ ତଳେ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଆଶୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ସମସ୍ତ ପ୍ରକାର ଟେଷ୍ଟ ହେବା ପରେ ଯେତେବେଳେ ୮ ଦିନ ପରେ ତାଙ୍କର ରିପୋର୍ଟ ଆସିଥିଲା ସେଥିରୁ ସେ ଜାଣିବାକୁ ପାଇଥିଲେ କି ତାଙ୍କୁ ବ୍ଲଡ଼ କ୍ୟାନ୍ସର ହୋଇଛି ଓ ସେ କେବଳ ଅଳ୍ପ କିଛି ଦିନର ଅତିଥି ଅଟନ୍ତି ।

ତେବେ ସେ ଗୀତ ଗାନତି ବୋଲି ପ୍ରାୟ ଲୋକେ ଜାଣିଥିଲେ ଓ ତାଙ୍କର ମଧ୍ୟ ଇଚ୍ଛା ଥିଲା କି ଜୀବନରେ କେବେ ମଧ୍ୟ ମରିବା ପୂର୍ବରୁ ଗୀତ ଟିଏ ଗାଇବେ । ଧୃବାନନ୍ଦ ଦାସଙ୍କ ଏହି ଇଚ୍ଛାକୁ ପୂରଣ କରିଛନ୍ତି କଣ୍ଠଶିଳ୍ପୀ ଜୟଶ୍ରୀ ଧଳ । ଧୃବାନନ୍ଦ ଦାସଙ୍କ ପରିସ୍ଥିତିକୁ ଲକ୍ଷ୍ୟ କରି ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ଭକ୍ତିପୂର୍ଣ୍ଣ ଭଜନ ଟି ଲେଖା ହୋଇଛି । ଯାହା ପ୍ରତ୍ଯେକ ଲୋକଙ୍କ ମନକୁ ନିଶ୍ଚୟ ଛୁଇଁବ ।

ଏହି ମ୍ୟୁଜିକ ଭିଡିଓ ଏବେ ୟୁଟ୍ଯୁବରେ ରିଲିଜ ହୋଇ ସାରିଛି । ଭିଡିଓରେ ଧୃବାନନ୍ଦ ଓ ତାଙ୍କ ପରିବାରଙ୍କୁ କାଷ୍ଟ କରାଯାଇଛି । କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ନିଷ୍ପତ୍ତି ନେଇଛନ୍ତି କି ଏହି ଗୀତରୁ ଯାହା ରାଶି ତାଙ୍କୁ ଲାଭ ହେବ ତାହା ଧୃବାନନ୍ଦ ଦାସଙ୍କ ଚିକିତ୍ସା ଉଦ୍ଦେଶ୍ୟରେ ତାଙ୍କ ପରିବାରକୁ ଦାନ କରାଯିବ ।

 

ସେଥିପାଇଁ ସେ ଓଡିଶାବାସୀଙ୍କୁ ଏହି ଗୀତକୁ ବହୁଳ ପରିମାଣରେ ଦେଖିବାକୁ ଓ ଶୁଣିବାକୁ ଅନୁରୋଧ କରିଛନ୍ତି । ଧୃବାନନ୍ଦ ଦାସ ଯେପରି ଟଙ୍କା ଜୀବନରେ ହାରି ନ ଯାଆନ୍ତି ଓ ଏହିପରି ଆହୁରି ଅନେକ ଗୀତ ଗାଇବାକୁ ପାରିବେ ସେଥିପାଇଁ ତାଙ୍କର ମଙ୍ଗଳ କାମନା ମଧ୍ୟ କରିଛନ୍ତି । ଜୟଶ୍ରୀ ଧଳ କହିଛନ୍ତି ଏହିପରି ଏକ ଭକ୍ତିଭାବ ଗୀତର ସ୍ଵର ପ୍ରଭୁ ଜଗନ୍ନାଥ ହିଁ ତାଙ୍କୁ ବତେଇଛନ୍ତି ।

ତେବେ କର୍କଟ ପୀଡିତ ଧୃବାନନ୍ଦ ଦାସଙ୍କ ଏହି ଭଜନକୁ ଆପଣ ମାନେ ଖୁବ ପ୍ରେମ ଦିଅନ୍ତୁ ଓ ପ୍ରଭୁ ଜଗନ୍ନାଥଙ୍କ ପାଖେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଆପଣଙ୍କୁ ଧୃବାନନ୍ଦଙ୍କ ଏହି ମ୍ୟୁଜିକ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯେପରି ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଓ ଧୃବାନନ୍ଦଙ୍କୁ କିଛି ଆର୍ଥିକ ସାହାର୍ଯ୍ୟ ମିଳିପାରିବ । ଆଶା କରୁଛୁ ଆପଣ ମାନେ ଏଥିରେ ନିଜର ଯୋଗଦାନ ଦେବେ ।

Leave a Reply

Your email address will not be published. Required fields are marked *