କରିସ୍ମା କପୂର କହିଲେ ନିଜ ଦୁଃଖ କାହାଣୀ, ଯେତେବେଳେ ହନିମୁନ ବାହାନାରେ ସ୍ଵାମୀ ଲଗାଇଥିଲେ ତାଙ୍କର ନିଲାମି…

ଆପଣମାନେ ସମସ୍ତେ ଭାରତୀୟ ଆକ୍ଟ୍ରେସ କରିସ୍ମା କପୁରଙ୍କୁ ନିଶ୍ଚୟ ଜାଣିଥିବେ । କରିସ୍ମା ୯୦ ଦଶକରୁ ଫିଲ୍ମ କରିଛନ୍ତି । ସେ ନିଜ କାରିୟରରେ ସଫଳତା ହାସଲ କରିଛନ୍ତି । କରିସ୍ମା କପୁର ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । କରିସ୍ମା କପୁର ନିଜ ସୁନ୍ଦରତା ଓ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଲୋକମାନେ କରିସ୍ମା କପୁରଙ୍କ ଅଭିନୟ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଫିଲ୍ମ ଲାଇନରେ କାମ କରୁଥିବା ସମୟରେ କରିସ୍ମା କପୁର ଅଭିନେତା ଅଭିଷେକ ବଚନଙ୍କ ସହ ରିଲେସନସିପରେ ଥିଲେ । କରିସ୍ମା ଅଭିଷେକଙ୍କ ସହ ବିବାହ ମଧ୍ୟ କରିବା ପାଇଁ ଚାହୁଁଥିଲେ ।

ହେଲେ ଏହି ଦୁଇଜଣକ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା । ଅଭିଷେକଙ୍କ ପରେ କରିସ୍ମା ୨୦୦୩ରେ ବିଜନେସମ୍ୟାନ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ । ଏହା ପରେ ଏହି ଦୁଇଜଣଙ୍କର ଦୁଇଟି ଛୁଆ ମଧ୍ୟ ଜନ୍ମ ହୋଇଥିଲେ । ହେଲେ ସଞ୍ଜୟଙ୍କ ଅଫେୟାର ପାଇଁ ଏହି ଦୁଇଜଣଙ୍କ ମଧ୍ୟରେ ୨୦୧୬ରେ ତଲାକ ହୋଇଥିଲା । କରିସ୍ମା କପୁର ସଞ୍ଜୟ କପୁରଙ୍କର ଦୁତୀୟ ପତ୍ନୀ ଥିଲେ ।

ଏହି ବିବାହ କରିସ୍ମାଙ୍କ ପାଇଁ ବହୁତ ବଡ ଜଞ୍ଜାଳ ହୋଇଯାଇଥିଲା । କରିସ୍ମା ଏହି ବିବାହରେ ଖୁସି ନଥିଲେ । ଏହି କିଛି ଦିନ ମଧ୍ୟରେ କରିସ୍ମା ଏକ ୱେବସିରିଜ ‘ମେଣ୍ଟେଲହୁଡ’ରେ ନଜର ଆସିଛନ୍ତି । ଏଥିରେ ସେ ମା’ର ଭୂମିକା କରିଛନ୍ତି । ଲୋକମାନେ ତାଙ୍କର ଏହି ଭୂମିକାକୁ ବହୁତ ପସନ୍ଦ କରିଛନ୍ତି । ଏହା ମଧ୍ୟରେ କରିସ୍ମା ନିଜ ବିବାହ ଓ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି ।

ଏହି କିଛି ସମୟ ପୂର୍ବରୁ ଏକ ଇଣ୍ଟରଭ୍ୟୁରେ କରିସ୍ମା ନିଜ ସ୍ଵାମୀଙ୍କ ବିଷୟରେ କିଛି ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ବିବାହ ପରେ କରିସ୍ମା ଓ ସଞ୍ଜୟ ହନିମୁନ ପାଇଁ ଆମେରିକା ଯାଇଥିଲେ । ହନିମୁନରେ ତାଙ୍କର ପୂର୍ବତମ ସ୍ଵାମୀ ସଞ୍ଜୟ କପୁର କରିସ୍ମାଙ୍କର ନିଲାମି ଲଗାଇଥିଲେ । ଏହି କଥା ବିଷୟରେ କରିସ୍ମା କହିଥିଲେ କି କୌଣସି ଲୋକ ଏହି କଥା ବିଶ୍ଵାସ କରି ନ ପାରନ୍ତି କିନ୍ତୁ ଏହା ସତ । ଆଜ୍ଞା ହଁ, କରିସ୍ମାଙ୍କୁ ହନିମୁନ ବାହାନାରେ ନେଇ ସଞ୍ଜୟ କପୂର ତାଙ୍କର ନିଲାମି ଲଗାଇଥିଲେ ।

ଏହା ସହିତ ଯେତେବେଳେ କରିସ୍ମା ପ୍ରଥମ ଥର ପ୍ରେଗ୍ନେଣ୍ଟ ଥିଲେ ସେତେବେଳେ କରିସ୍ମା ଫିଟ ଦେଖା ଯାଉନଥିଲେ । ଏହା ଦ୍ଵାରା କରିସ୍ମାଙ୍କ ଶାଶୁ କରିସ୍ମାଙ୍କ ଉପରେ ଦୁର୍ବ୍ୟବହାର ଓ ମାରପିଟ ମଧ୍ୟ କରୁଥିଲେ । ମାରପିଟର ଚିହ୍ନକୁ କରିସ୍ମା ମେକଅପ୍ ଦ୍ଵାରା ଲୁଚାଉ ଥିଲେ । ଏହି ଦୁଇଜଣ ବର୍ତ୍ତମାନ ଅଲଗା ହୋଇସାରିଛନ୍ତି । ହେଲେ ଏହି ଦୁଇଜଣଙ୍କର ପିଲା କରିସ୍ମାଙ୍କ ପାଖରେ ରହୁଛନ୍ତି । କରିସ୍ମାଙ୍କ ଝିଅ ସମ୍ୟାରା ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାର ଖବର ଆସିଛି ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *