କନିଆଁ ଗୋଟିଏ ରାତିରେ ହିଁ ବରକୁ ପହଞ୍ଚାଇ ଦେଲା ହସ୍ପିଟାଲରେ, ବର କହିଲା ‘ବହୁତ ହିଁ ନିର୍ଲଜି ଥିଲା ସେ’

ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ରୂପେ ମାନି ଥାନ୍ତି । ସେଥିପାଇଁ ମାତା ପିତା ନିଜ ଛୁଆ ମାନଙ୍କ ପାଇଁ ବହୁତ ଯାଞ୍ଚ କରି ଭଲ ଜୀବନ ସାଥି ବାଛିଥାନ୍ତି । ହେଲେ ଆପଣ ଭାବନ୍ତୁ ଯେ, ଆପଣ ନିଜ ପିଲାର ବିବାହ ବହୁତ ଧୁମ ଧାମରେ କରିଛନ୍ତି, ହେଲେ ବିବାହ ସରିବା ପରେ ଆପଣଙ୍କୁ ଜଣା ପଡିବ ଆପଣଙ୍କ ସହ ଧୋକା ହୋଇଛି । ସେତେବେଳେ ମାମଲା ବହୁତ ଜଘନ୍ୟ ହୋଇଥାଏ । ଏହିପରି ଏକ ଘଟଣା ଉତ୍ତର ପ୍ରଦେଶରେ ହୋଇଛି । ଯାହା ବିଷୟରେ ଆପଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବହୁତ ଧୁମ ଧାମରେ ହୋଇଥିଲା ବିବାହ


ଏହି ଘଟଣାଟି ଉତ୍ତର ପ୍ରଦେଶ ଥାନା ଅନ୍ତର୍ଗତ ସେକୋହାବାଦର ନିବାସୀ ଧର୍ମେନ୍ଦ୍ରଙ୍କ ସହ ହୋଇଛି । ଧର୍ମେନ୍ଦ୍ରଙ୍କ ବିବାହରେ ତାଙ୍କ ପରିବାର ଲୋକ ବହୁତ ଖୁସି ଥିଲେ । ବିବାହ ସମୟରେ ଉଭୟ ପୁଅ ଘର ଓ ଝିଅ ଘର ପରିବାର ମଧ୍ୟରେ ଥିବା ସମ୍ପର୍କ ବହୁତ ଭଲ ଥିଲା । ଯାହାଫଳରେ ଏମାନେ କିଛି ନଜାଣି ନଶୁଣି ବହୁତ ଶୀଘ୍ର ବିବାହ କରିଦେଇଥିଲେ । ଯେତେବେଳେ ବୋହୁ ଶାଶୁ ଘରକୁ ଆସିଲା ସେତେବେଳେ ବହୁତ ଧୁମ ଧାମରେ ବୋହୁର ସ୍ଵାଗତ କରାଯାଇଥିଲା ।

ମିଠାରେ ମିଶିଥିଲା ନିଶା ଔଷଧ


ବିବାହ ପରେ ବୋହୁ ଘରୁ ଯାହା ମିଠା ଆସିଥିଲା ସେଥିରେ ନିଶା ଔଷଧ ମିଶା ହୋଇଥିଲା । କାରଣ ଏହି ମିଠା ଖାଇବା ପରେ ଯେମିତି ସମସ୍ତେ ବେହୋସ ହୋଇଯିବେ ତାପରେ ବୋହୁ ଘରର ସମ୍ପତ୍ତି ନେଇ ଯେମିତି ଫେରାର ହୋଇଯିବ । ଏହି ପ୍ଳାନରେ ଆସିଥିଲା ମହିଳା ଜଣକ । ଦୁର୍ଭାଗ୍ୟ ବଶତଃ ସମସ୍ତେ ସେହି ମିଠା ଖାଇ ବେହୋସ ହୋଇଥିଲେ । ଏହା ପରେ ଘରର ସମସ୍ତ ଟଙ୍କା, ସୁନା ଓ ଗହଣା ନେଇ ମହିଳା ଜଣକ ଫେରାର ହୋଇଯାଇଥିଲା । ଏହି ମାମଲାଟି ବହୁତ ଜଘନ୍ୟ ରୂପ ନେଇଥିଲା । ଏହା ପରେ ପୋଲିସକୁ ଏହି ଖବରର ସୂଚନା ଦିଆ ଯାଇଥିଲା । ପୁଅର ପରିବାର ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ସଦମାରେ ଅଛନ୍ତି ।

ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ପୁଅର ପରିବାର


ବିବାହର ପର ଦିନରେ ପୁଅର ସମସ୍ତ ପରିବାର ସଦସ୍ୟ ହସ୍ପିଟାଲରେ ଭର୍ତି ହୋଇଥିଲେ । ବିବାହ ଦିନ ବୋହୁ ନିଜ ହାତରୁ ସମସ୍ତଙ୍କୁ ମିଠା ଖୁଆଇ ଥିଲା । ଯାହା ଫଳରେ ପରିବାରର ସମସ୍ତ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ଏହାର ସୂଚନା ପୋଲିସକୁ ଦିଆଯାଇଛି । ପୋଲିସ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ କରି ସାରିଛି ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *