ଭୋ-ଭୋ ହେଇ କାନ୍ଦୁଛି ପୁଅ, ମା’କୁ କିଏ କରିଛି ବନ୍ଦୀ, ଶୁଣନ୍ତୁ କଣ କହୁଛନ୍ତି ଏହି ବ୍ୟକ୍ତି ଜଣକ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ହେଉଛି ନୂତନ ବର୍ଷ ର ଶୁଭ ଆରମ୍ଭ ଏହିଦିନ ସମସ୍ତେ ଖୁସି ମନରେ ଉତ୍ସବ ପାଳନ କରୁଛନ୍ତି ନାଚ ଗୀତ ଭୋଜି ଭାତ ମଧ୍ୟ କରୁଛନ୍ତି । ତେବେ ସାରା ଦୁନିଆ ଆଜି ଖୁସି ମନାଉଥିବା ବେଳେ ଭୁବନେଶ୍ୱର ର ଜଣେ ପରିବାର ନିଜ ଘରେ ହିଁ ବନ୍ଦୀ ହୋଇ ରହିଛନ୍ତି ଏବଂ ପୁଅ ନିଜର ୭୬ ବର୍ଷୀୟ ମାଆ ଙ୍କୁ ଗୃହ ବନ୍ଦୀରେ ଦେଖି ସମ୍ପୂର୍ଣ୍ଣ ଭାଙ୍ଗି ମଧ୍ୟ ପଡୁଛନ୍ତି । ତେବେ ଜମା ବିବାଦକୁ ନେଇ ଭୁବନେଶ୍ୱରରେ ମାଆ-ପୁଅ ଗୃହବନ୍ଦୀ ।

ଘଣ୍ଟାଏ କି ୨ ଘଣ୍ଟା ନୁହେଁ, ୭ ଦିନ ହେଲାଣି ଗୃହବନ୍ଦୀ କରି ରଖାଯାଇଛି ।  ସିଆର୍‌ପି ଛକ ପ୍ରିୟଦର୍ଶନୀ ମାର୍କେଟ ପଛ ପଟେ ଏକ ଘରେ ବନ୍ଦୀ ରଖାଯାଇଛି । ମାଆପୁଅଙ୍କୁ ୭ ଦିନ ହେଲା ବାହାରୁ କେହି ତାଲା ପକାଇ ଦେଇଛି । ଉଭୟଙ୍କୁ ଉଦ୍ଧାର କରାଯାଉନଥିବାରୁ ଆଲୋଡନ ସୃଷ୍ଟି କରାଯାଇଛି । ଜାଗାବାଡ଼ିକୁ ନେଇ କିଛି ଆଇନଗତ ସମସ୍ୟା ଥିବା ଅନୁମାନ କରାଯାଉଛି । ଏନେଇ ପୁଲିସକୁ ଖବର କରାଯାଇଥିଲେବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି ।

ତେବେ ଏନେଇ ବନ୍ଦୀ ରହିଥିବା ବୃଦ୍ଧା ଅନସୂୟା ମହାନ୍ତି କହିଛନ୍ତି ଯେ ଦୀର୍ଘ ୪ରୁ ୫ଦିନ ହେଲାଣି ଆମେ ଗୋଟିଏ ଘରେ ବନ୍ଦୀ ହୋଇ ରହିଛୁ । କେବଳ ଚା, ବିସ୍କୁଟ ଖାଇ ରହିଛୁ । ଜମି ବିବାଦକୁ ନେଇ ଆମକୁ ବନ୍ଦୀ କରି ରଖିଛନ୍ତି । ଏନେଇ ଆମେ ପୋଲିସକୁ ଖବର ଦେଇଥିଲେ ବି ସେମାନେ ଶୁଣୁନାହାନ୍ତି । ଉଦ୍ଧାର ପାଇଁ ଭଗବାନଙ୍କୁ ଡାକୁଛୁ । ଏନେଇ ବୃଦ୍ଧାଙ୍କ ପୁଅ କାନ୍ଦି କାନ୍ଦି କହିଛନ୍ତି ଯେ ଏହା ଆମର ନିଜ ଘର ।

ନିଜ ଘରେ ଆମେ ନିଜେ ବନ୍ଦୀ ହୋଇଛୁ ।  ନୂଆବର୍ଷରେ ଆମେ ବନ୍ଦୀର ଜୀବନ ବିତାଉଛୁ । ୫ ଦିନ ହେଲାଣି ଆମେ ବନ୍ଦୀ ହୋଇ ରହିଛୁ । ମୋ ବୁଢୀ ମା ନଖାଇ ଦୁର୍ବଳ ହେବାକୁ ଲାଗିଲେଣି ।   ପୋଲିସ ମଧ୍ୟ କିଛି ଶୁଣୁ ନାହିଁ । ତେବେ ୭୪ ବର୍ଷୀୟ ମହିଳା ଅନୁସୟା ମହାନ୍ତି ଏବଂ ତାଙ୍କ ୪୪ ବର୍ଷୀୟ ସାନ ପୁଅ ମୃତ୍ୟୁଞ୍ଜୟ ମହାନ୍ତିଙ୍କୁ ଦୀର୍ଘ ୪-୫ ଦିନ ସେମାନଙ୍କୁ ବନ୍ଦୀ କରି ରଖାଯାଇଛି ।  କୋର୍ଟରୁ ଅଡର ଆଣି ତାଙ୍କ ପାଖରେ ରହୁଥିବା ଜଣେ ବ୍ୟକ୍ତି ତାଲା ପକାଇବା ଫଳରେ ଘରେ ବନ୍ଦୀ ଭଳି ରହିଥିବା ମା, ପୁଅ ହଇରାଣ ହରକତ ହେଉଛନ୍ତି ।

ପୋଲିସକୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି ।  ସୂଚନା ଅନୁସାରେ ଏହି ଘରକୁ ନେଇ ଦୀର୍ଘ ୯ ବର୍ଷ ହେଲା ବିବାଦ ଲାଗି ରହିଛି । ତେବେ ଏହି ନୂତନ ବର୍ଷ ରେ ଏଭଳି ଏକ ଘଟଣା ବହୁତ ଆଶ୍ଚର୍ଯ୍ୟ କରି ଦେଉଛି ଏବଂ ଜଣେ ଶିକ୍ଷୟତ୍ରୀ ଯିଏ କି ଜଣେ ବୟସ୍କ ଲୋକ ତାଙ୍କୁ ଏପରି ବନ୍ଦୀ କରିବା ଟା ଏକ ଲଜ୍ଜା ଜନକ କଥା । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *