‘ଛୋଟ ପିଲାଙ୍କୁ ଯିଏ ମାରି ଦେଉଛି ତାକୁ…’, ଛାତ୍ର ବିଷୟରେ କହିବା ବେଳେ କାନ୍ଦି ପକାଇଲେ ପ୍ରଧାନ ଶିକ୍ଷକ, ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କାଲି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ସମ୍ପତ୍ତି ପାଇଁ ରକ୍ତର ହୋଲି ଖେଳିଛି ରକ୍ତ ସମ୍ପର୍କ । ନିଜ ସାନ ଭାଇ ଶୈତାନ ସାଜିଛି । ବଡ ଭାଇର ପରିବାରକୁ ପୁରା ନିପାତ କରିଦେଇଛି । ୫ ଜଣଙ୍କୁ କଟୁରିରେ ହାଣି ହତ୍ୟା କରିଛି ସାନ ଭାଇ । ବନ୍ଧୁଗଣ କଟକ ମାହାଙ୍ଗାରେ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଏହି କାଣ୍ଡ କରିବା ପରେ ଅଭିଯୁକ୍ତ ନିଜେ ଭିଡିଓ କରି ଭାଇରାଲ କରିଛି ।

ଭିଡିଓରେ ଅଭିଯୁକ୍ତ ନିଜ ଭୁଲ ସ୍ଵୀକାର କରିଛି । ଅଭିଯୁକ୍ତ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ ମଧ୍ୟ କରିଛି ।ତେବେ ବନ୍ଧୁଗଣ ହତ୍ୟାକାରୀଙ୍କ ନାମ ହେଉଛି ଶିବ ସାହୁ । ଏହି ଘଟଣାଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ମୃତକଙ୍କ ମଧ୍ୟରେ ଏକ ଛୋଟ ପିଲା ମଧ୍ୟ ଥିଲା । ସେହି ଛୋଟ ପିଲାର ଶିକ୍ଷକ ଗଣମାଧ୍ୟମ ସାମ୍ନାରେ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଶିକ୍ଷକ କହିଛନ୍ତି-‘ମୁଁ ନନ୍ଦ କିଶୋର ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ । ସେ ପିଲାଟି ଆମ ଭଲ ଛାତ୍ର ଥିଲା । ତାକୁ ବର୍ବର ଭାବରେ ତାର ଦାଦା ତାକୁ ମାରିଦେଇଛନ୍ତି । ଆମ ସ୍କୁଲର ସେ ଗୋଟେ ଭଲ ଷ୍ଟୁଡେଣ୍ଟ ଥିଲା ଆଉ ଭଲ ଲିଡରସିପ ବି ନେଉଥିଲା’ ।

ଆଗକୁ ସେ କହିଛନ୍ତି-‘ସ୍କୁଲର ସମସ୍ତ କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରୁଥିଲା ଓ ସଫଳତା ବି ପାଉଥିଲା । ବହୁତ ମର୍ମାହାତ ଏ ଖବରଟି ଯେତେବେଳେ ମୁଁ ପାଇଲି ସେତେବେଳେ ବହୁତ କଷ୍ଟ ଲାଗିଥିଲା । ସେ ଆମ ପିଲା ଭଳି । ଆମ ପୁଅଟି ଚାଲିଗଲା । ଏ କାମ ଯିଏ କରିଛି ତାକୁ କଠୋର ରୁ ଅତି କଠୋର ଦଣ୍ଡ ମିଳିବା ଉଚିତ । କାରଣ ପିଲା ମାନଙ୍କୁ ମାରିବା ଏତେ କଷ୍ଟକର କହିବା ବେଳକୁ ଆଖିରେ ଲୁହ ଚାଲି ଆସୁଛି’ ।

ଆଗକୁ ସେ କହିଛନ୍ତି-‘ଏଭଳି କାମ ଯିଏ କରୁଛନ୍ତି ସେ ସମାଜରେ ରହିବା ଉଚିତ ନୁହେଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଛୁଆଟିର ଶିକ୍ଷକ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *