Mihir Das ଙ୍କ ପରଲୋକରେ ଭୋ-ଭୋ ହେଇ କାନ୍ଦି ପକାଇଲେ Rai Mohan, କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଭେଟରାନ  ଅଭିନେତା ମିହିର ଦାସଙ୍କ ବିୟୋଗରେ ନିରବୀ ଯାଇଛି ଓଲିଉଡ ଜଗତ । ସତେ ଯେପରି ମିହିରଙ୍କ ଅଭିନୟ ଥିଲା ଅଦ୍ୱିତୀୟ । ତାଙ୍କର ପରଲୋକ ନିଶ୍ଚିତ ଓଡ଼ିଆ ସିନେ ଜଗତରେ ଏକ ଶୂନ୍ୟସ୍ଥାନ ରଖିବ । ତାଙ୍କର ବିୟୋଗରେ ଭାଙ୍ଗିପଡ଼ିଛନ୍ତି ଅଭିନେତା, ଅଭିନେତ୍ରୀ ଓ ଲକ୍ଷ ଲକ୍ଷ ଦର୍ଶକ । ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି । ସମସ୍ତେ ତାଙ୍କର ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ।

କଟକ ସ୍ଥିତ ବାସଭବନରେ ଅଭିନେତା, ପ୍ରଶଂସକଙ୍କ ଭିଡ଼ ଜମିଛି । ତେବେ ଶେଷ ଦର୍ଶନ କରିବାକୁ ଆସି କାନ୍ଦି ପକାଇଛନ୍ତି ଓଲିଉଡ୍‌ ଜଗତର ଭିଲେନ୍‌ ତଥା ଅଭିନେତା ରାଇମୋହନ ପରିଡା । କୋହଭରା କଣ୍ଠରେ ସେ କହିଛନ୍ତି ଯେ କେହି ଏ ଦୁନିଆରେ କେହି ରହିବେନି ।  ସମସ୍ତେ ଏ ଦୁନିଆରେ କିଛି ନା କିଛି କାମ ବିଦାୟ ନେବେ । ଆଖି ଆଗରେ ମିହିର ଭାଇ ଚାଲିଗଲେ । ତାଙ୍କ ଅମଳର ଲୋକ ଆମେ କିଛି ଅଛୁ ।

ଆଗକୁ କଣ ହେବ କଣ ନହେବ ଆମକୁ ବି ଅଜଣା । ତେବେ ସେ ଆହୁରି କହିଛନ୍ତି ଯେ ମିହିର ଭାଇ ଚାଲିଯିବା ଖବର ମୋତେ ଗଭୀର ଦୁଃଖ ଦେଇଛି କିନ୍ତୁ ଗର୍ବର ସହ ଏତିକି କହିବି ଯେ ଅଭିନୟର ପିକ୍‌ରେ ଥାଇ ସେ ଆମକୁ ଛାଡ଼ି ଚାଲିଗଲେ । ସେଥିପାଇଁ ମିହିର ସବୁବେଳେ ଅମର ରହିବେ ।  ତାଙ୍କର ଗୁଣ ବଖାଣିବାକୁ ଗଲେ ରାତି ପାହିଯିବ । ହଜାରେ ବର୍ଷ ପରେ ଏଭଳି ଅଭିନେତା ଜନ୍ମ ନିଅନ୍ତି ।

ତାଙ୍କ ଗୁଣର ପଟାନ୍ତର ନାହିଁ । ମୁଁ ସିନା ଭାଇ ଡାକୁଥିଲି କିନ୍ତୁ ସେ ମୋର ସାଙ୍ଗ ।  ସେଭଳି କଳାକାର ଓ ମଣିଷ ଆଉ ଜନ୍ମ ହେବନି । ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛି । ତାଙ୍କର ଅମର ଆତ୍ମାର ମୁଁ ସଦଗତି କାମନା କରିବି । ତେବେ ସୂଚନାଯୋଗ୍ୟ ଯେ ବରିଷ୍ଠ ସିନେ ଅଭିନେତା ମିହିର ଦାସ ଲୋକପ୍ରିୟ ଅଭିନେତା ମିହିର ଦାସ ଆଜି ପରଲୋକ ଘଟିଛି ।  କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।

ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । କିନ୍ତୁ ଆଜି ତାଙ୍କ ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା ।  ସେ ତିନି ଦଶନ୍ଧୀ ଧରି ଓଲିଉଡ୍‌ରେ ରାଜ କରିଆସୁଥିଲେ ।  ଏହା ଆମ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ ଦୁଃଖ ର କଥା ଏବଂ ଏକ ଅପୁରଣୀୟ କ୍ଷତି ମଧ୍ୟ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *