ସେଦିନ ଦୁର୍ଘଟଣାକୁ ନେଇ କାନ୍ଦି କାନ୍ଦି ସବୁ ସତ କଥା କହିଲେ ରାଣୀପଣ୍ଡା ! ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଣୀ ପଣ୍ଡା ଙ୍କ କାର ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଯାହାଙ୍କ ନାମ ସୁକାନ୍ତ ବେହେରା, ତାଙ୍କର ଜୀବନ ଚାଲିଯାଇଛି । ଏହାକୁ ନେଇ ଅଭିନେତ୍ରୀ ରାଣୀ ପଣ୍ଡା ଦୁଃଖ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ଦ୍ଵାରା ଯାହା ଯେତିକି ସମ୍ଭବ ସେ ସୁକାନ୍ତ ଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଦେଇଛନ୍ତି । ଆଗକୁ ମଧ୍ୟ ସୁକାନ୍ତ ଙ୍କ ପିଲାଙ୍କ ଦାଇତ୍ଵ ନେବାପାଇଁ ଚେଷ୍ଟା କରିବେ । ରାଣୀ କହିଛନ୍ତି ଯେ ସେ ଏତେ ଅବିବେକୀ ତଥା ଏତେ ନିଷ୍ଠୁର ମଣିଷ ନୁହନ୍ତି ।

ତାଙ୍କର ଦୋଷ ନଥାଇ ବିନା ଦୋଷରେ ସେ ଦୋଷୀ । ସୁକାନ୍ତ ଙ୍କ ପରିବାର ଲୋକେ ରାଣୀ ଙ୍କୁ ଅନେକ କଥା କହୁଛନ୍ତି ବୋଲି ସେ କହିଛନ୍ତି । ନିନ୍ଦା ଅପବାଦ ଅନେକ ଦେଉଛନ୍ତି । ସେ କ’ଣ ଗାଡି ଚଲାଉଥିଲେ କି ? ସମସ୍ତେ ମିଛ କହୁଛନ୍ତି ଯେ ମ-ଦ-ୟପାନ କରି ଗାଡି ଚଳାଉଥିଲେ । ମାତ୍ର ରାଣୀ ଏବଂ ତାଙ୍କ ଡ୍ରାଇଭର କେବେ ମ-ଅଦ ପିଇନାହାଁନ୍ତି ବୋଲି ସେ କହିଛନ୍ତି ।

ବହୁତ ଲୋକ ବହୁତ ପ୍ରକାର କଥା କହୁଛନ୍ତି କିନ୍ତୁ ଆକ୍ସିଡେଣ୍ଟ ବେଳେ ସେଠାରେ କେହି ଉପସ୍ଥିତ ନଥିଲେ । ପ୍ରାୟ ୧୦ ମିନିଟ ପରେ ସବୁ ସେଠାରେ ଆସି ପହଞ୍ଚିଲେ । ବାଇକ ଆରୋହୀ ଆରପଟ କାର କୁ ଓଭରଟେକ କରି ଆଗକୁ ଆସୁଥିବା ସମୟରେ ଏହିଭଳି ହେଲା । ସେତେବେଳେ ରାନୀ ଙ୍କ ଗୋଡହାତ ଥରୁଥିଲା ସେ ସମସ୍ତଙ୍କୁ ଫୋନ କରୁଥିଲେ, ମାତ୍ର ସବୁ ବର୍ତ୍ତମାନ ମିଛ କହୁଛନ୍ତି ଯେ ସେ ଫଟୋ ଉଠାଉଥିଲେ ବୋଲି ।

ରାଣୀ କହିଛନ୍ତି ଯେ ଏହାପରେ ସେ ମେଡିକାଲ ଆସି ଦୁଇଦିନ ରହିଲେ, ଏବଂ ଓଡିଶାବାସୀ ଙ୍କୁ କହିଛନ୍ତି ଯେ ସେ ଜାଣିଶୁଣି କିଛି ମଧ୍ୟ କରିନାହାଁନ୍ତି । ସେ ଦୁଃଖ ର ସାଥି ସେ କେବେ ମଧ୍ୟ କାହାକୁ ଜୀବନରୁ ମାରିବାକୁ ଚାହିଁବେ ନାହିଁ । ରାଣୀ ଙ୍କର କିଛି ଦୋଷ ନାହିଁ କିନ୍ତୁ ତଥାପି ସେ ଏତେ ଅବିବେକୀ ନୁହନ୍ତି ବୋଲି ସମସ୍ତ କଥା ଲୋକଙ୍କର ଶୁଣିଛନ୍ତି । ଯିଏ ସବୁବେଳେ ସମାଜକୁ ସାହାର୍ଯ୍ୟ ସହଯୋଗ ର ହାତ ବଢାଇ ଆସିଛି ସେ କ’ଣ ସତରେ ଜାଣିଶୁଣି କାହାର ଜୀବନ ନେଇ ପାରିବ ?

ଏହା ସତରେ ଚିନ୍ତା କରିବାର ବିଷୟ । ତେବେ ରାଣୀ ଙ୍କ ଉପରେ ଗୋଟେ ପରେ ଗୋଟେ ବିବାଦ ଲାଗୁଥିବାର ଦେଖିବାକୁ ମିଳିଥିବାରୁ, ରାଣୀ ପଣ୍ଡା ଏହାକୁ ନେଇ ବହୁତ ଭାଙ୍ଗି ପଡିଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *