‘ମୋ ପୁଅ ବହୁତ ଭଲ ଥିଲା, ହେଲେ ଝିଅ ତାକୁ….’ କାନ୍ଦି କାନ୍ଦି କିଛି ଏମିତି କହିଲେ Aparajita, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ଅପରାଜିତା ମହାନ୍ତି ନିଜ ପୁଅ ବାବୁସାନଙ୍କୁ ନେଇ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଏହା ପ୍ରାୟ ସମସ୍ତେ ଜାଣିଛନ୍ତି ଯେ କଣ ଘଟିଛି ? ମାତ୍ର ମୁଁ ଏହି ୬ ଦିନ ହେବ ନଥିଲି । ମି-ଡି-ଆରେ ଏହିଭଳି ଦେଖିବାକୁ ପାଇ ଅପରାଜିତା ଭୁବନେଶ୍ଵର କୁ ଆସିଲେ ବୋଲି କହିଅଛନ୍ତି । ସେ କହିଛନ୍ତି ଯେ ସାରା ଓଡିଶା ଆମ୍ଭ ପରିବାର ସହିତ ଅଛନ୍ତି ତଥା ସମଗ୍ର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଅଛନ୍ତି । ମି-ଡି-ଆ ଯାହା ମଧ୍ୟ ଦେଖାଇବ ତଥା କହିବ ତାହା ସଠିକ ତଥ୍ୟ ଥିବ ବୋଲି ମୋର ଆଶା ।

ଏଣୁ ମି-ଡି-ଆ ଜରିଆରେ ମୁଁ ଅନୁରୋଧ କରୁଛି ଠିକ ଟା ଠିକ, ଭୁଲ ଟା ଭୁଲ । ଅନେକ ବାଇଟରୁ ମୁଁ ଶୁଣିଛି ଯେ ବନ୍ଧୁର କଣ ଡେଫିନେସନ ? ମାତ୍ର ସେ ହେଉଛି ପ୍ରକୃତ ବନ୍ଧୁ ଯିଏ ଗୋଟିଏ ବନ୍ଧୁକୁ ଶାରୀରିକ, ମାନସିକ, ଆର୍ଥିକ ଏବଂ ପାରିବାରିକ ଏହିସବୁ ଜିନିଷରେ ସାହାର୍ଯ୍ୟ କରିଥାଏ ।

କେବେ ମଧ୍ୟ ତାକୁ କ୍ଷତି ହେବା ନିମନ୍ତେ ଦେଇନଥାଏ । ସେ ହେଉଛି ପ୍ରକୃତ ବନ୍ଧୁ । କିନ୍ତୁ ଏହିସବୁ ଦ୍ଵାରା ଯଦି ଗୋଟେ ବନ୍ଧୁକୁ କ୍ଷତି ହେଲା ତେବେ ସେ କି ବନ୍ଧୁ ? ସେ କେବେ ମଧ୍ୟ ପ୍ରକୃତ ବନ୍ଧୁ ନୁହେଁ । ବାବୁସାନ ଜଣେ ବହୁତ ଭଲ ଛୁଆ ଅଟନ୍ତି ବୋଲି କହିଛନ୍ତି ତାଙ୍କ ମା ଅପରାଜିତା । ସେ ବହୁତ ସ୍ନେହୀ, ବହୁତ ଗେହ୍ଲା ବହୁତ ଭଲପାଇବା ପାଇବା ନିମନ୍ତେ ସବୁବେଳେ ଚାହିଁଥାନ୍ତି ।

ଏବଂ ତା’ ବାପା, ମା, ସ୍ତ୍ରୀ ପିଲକୁ ସେ ବହୁତ ଅଧିକ ଭଲପାଏ । ତାକୁ ମଧ୍ୟ ସମସ୍ତେ ଭଲପାଆନ୍ତି । କାମ କହିଲେ ତାହାର ଜୀବନ । ଓଡିଆ ଇଣ୍ଡଷ୍ଟ୍ରୀକୁ ନେଇ ତାଙ୍କର ବହୁତ ସ୍ଵପ୍ନ ବୋଲି କହିଛନ୍ତି ଅପରାଜିତା । କିନ୍ତୁ ଏହି ଦେଢ ବର୍ଷ ତଥା ୨ ବର୍ଷ କୋରନା ସମୟରେ କେଉଁ ସଙ୍ଗତରେ ପଡିଲେ ତଥା କ’ଣ ତାଙ୍କ ସଙ୍ଗତରେ ହେଲା ?

ମୁଁ କିଛି ମଧ୍ୟ ଜାଣିପାରିଲି ନାହିଁ । ଏବଂ ବାବୁସାନ ସଂପୂର୍ଣ୍ଣ ଭାବରେ ବଦଳିବାକୁ ଲାଗିଲେ । ତାଙ୍କର କଥା କହିବାର ଶୈଳୀ ମଧ୍ୟ ବଦଳିଗଲା ବୋଲି କାନ୍ଦି କାନ୍ଦି କହିଛନ୍ତି  ଅପରାଜିତ ମହାନ୍ତି । ଏଣୁ ଅପରାଜିତା ମହାନ୍ତି ମି-ଡି-ଆ ମାଧ୍ୟମରେ ହାତଯୋଡି ସମସ୍ତ ଓଡିଶା ବାସୀଙ୍କୁ କହିଛନ୍ତି ଆପଣ ମାନେ ଆଶୀର୍ବାଦ କରନ୍ତୁ ଯେ ବାବୁସାନ ତା’ ଘର ସଂସାରକୁ ଫେରି ଆସୁ ।

Leave a Reply

Your email address will not be published. Required fields are marked *