ଯୁଦ୍ଧ ଭୁଇଁରେ ବେଦନାର ସ୍ବର: ଆହା ପଦେ କହିବାକୁ ବି କେହି ନାହିଁ, କାନ୍ଦି କାନ୍ଦି ୟୁକ୍ରେନ୍‌ ଛାଡିଯାଉଛି ବେସାହାରା ଶିଶୁ, ଭିଡିଓ ଦେଖିଲେ ନ କାନ୍ଦି ଆପଣ ରହି ପାରିବେନି…

ନମସ୍କାର ବନ୍ଧୁଗଣ ତେବେ ଯୁଦ୍ଧ ଭୁଇଁରେ ବେଦନାର ସ୍ବର । ଆଖିରୁ ସୁଖୁନି ଲୁହ କମୁନି ଭୟ । ଜିଇଁବାକୁ ସଂଘର୍ଷ ଆଉ ଯନ୍ତ୍ରଣା ଅନେକ । ନାଗରିକ ପାଲଟିଛି ଶରଣାର୍ଥୀ । ଭିଟାମାଟି ଛାଡି ଅନିଶ୍ଚିତ ରାସ୍ତାରେ ଜଳୁଛି ୟୁକ୍ରେନ୍‌ । ମିସାଇଲ ଆଉ ଗୁଳିମାଡ ରେ ବିପନ୍ନ ୟୁକ୍ରେନ୍‌ର ପରିଚୟ । ଗୋଳା ବାରୁଦର ଶବ୍ଦ ଭିତରେ ହାରି ଯାଉଛି ଜୀବନ । ନିମିସକେ ମାଟିରେ ମିଶି ଯାଉଛି ବିଶାଳ ଅଟ୍ଟାଳିକା । ବଞ୍ଚିବାକୁ ଅହରହ କରିବାକୁ ପଡୁଛି ସଂଘର୍ଷ ।

କେବଳ ଗୋଟିଏ ଚିନ୍ତା । ସବୁ ପଛେ ଚାଲିଯାଉ ଖାଲି ଜୀବନଟା ବଞ୍ଚିଯାଉ । ଭିଟାମାଟି ଛାଡି ସମସ୍ତେ ଧାଉଁଛନ୍ତି । ଅଜଣା ରାସ୍ତାରେ ଅଚିହ୍ନା ରାଇଜକୁ ବଢୁଛି ପାଦ । ନା ଅଛି ଯୋଜନା ନା କିଛି ନିର୍ଦ୍ଧିଷ୍ଟ ଠିକଣା । ହଜାର ହଜାର ସଂଖ୍ୟାରେ ବାସହରା ଚାଲୁଛନ୍ତି ଯେ ଚାଲୁଛନ୍ତି । ନାଗରିକ ଏବେ ଶରଣାର୍ଥୀ । ଋଷ-ୟୁକ୍ରେନ୍‌ ଯୁଦ୍ଧ ବିଭୀଷିକା ସମସ୍ତଙ୍କୁ ଯେମିତି ନିର୍ବାକ କରିଦେଇଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଭିଡିଓ ।

ତେବେ ବୟସ ୮ କି ୧୦ ହେବ । ସମସ୍ତେ ଚାଲିଛନ୍ତି ନିଜ ନିଜ ଆତ୍ମୀୟଙ୍କୁ ନେଇ । ଜୀବନ କଣ ବୁଝିବା ଆଗରୁ ବଞ୍ଚିବାକୁ ସଂଘର୍ଷ କରୁଛି କୁନି ଶିଶୁଟି । ଆଖିରୁ ଝରିଯାଉଛି ଧାରଧାର ଲୁହ । ଶୁଭୁଛି କ୍ରନ୍ଦନର ସ୍ବର । କିନ୍ତୁ ପାଦ ଅଟକୁନି । କାନ୍ଦି କାନ୍ଦି ଆଗକୁ ଚାଲିଛି ନୀରିହ ନିଷ୍ପାପ ଶିଶୁ । ଅମଡା ରାସ୍ତାରେ ନା ଅଛନ୍ତି ଆତ୍ମୀୟ ନା କେହି ପରିଜନ । ଆହା ପଦେ କହିବାକୁ ବି କେହି ନାହାନ୍ତି । ଯୁଦ୍ଧ ବିଭୀଷିକାରେ ସମସ୍ତେ ଜର୍ଜରିତ । କିଏ ବା ଶୁଣିବ ଏହି ଶିଶୁର କାନ୍ଦ ।

କିଏ ପୁଅକୁ ହରାଇଛି ତ ଗୁଳିମାଡରେ ଟଳିପଡିଛି କାହାର ମାଆ । ଜୀବନ ବଞ୍ଚାଇବାକୁ ୟୁକ୍ରେନ୍‌ ଛାଡି ଯିଏ ଯୁଆଡେ ପାରୁଛନ୍ତି ଧାଉଁଛନ୍ତି । ଅଜଣା ଅଚିହ୍ନା ରାସ୍ତାରେ ସମସ୍ତେ ନୀରବ ଆଉ ଅସହାୟ । ଜୀବନର ଗତିପଥ ବଦଳାଇ ଦେଇଛି ଯୁଦ୍ଧ । ମାଟିରେ ମିଶିଯାଇଛି ଜୀବନ ଯାକର ପୁଞ୍ଜି । ତେବେ ଗୋଟିଏ ପଟେ ଯୁଦ୍ଧ ଥମୁନଥିବା ବେଳେ ଭୟରେ ଅନେକ ୟୁକ୍ରେନ୍‌ବାସୀ ଦେଶ ଛାଡ଼ି ଚାଲିଯାଇଛନ୍ତି ।

ଏଭଳି ପରିସ୍ଥିତିରେ ତୃତୀୟ ଥର ପାଇଁ ଋଷିଆ ଯୁଦ୍ଧ ବିରତି ଘୋଷଣା କରିଛି । ୫ ସହର କିଭ୍, ଚେରନିଭ୍, ସୁମି, ମାରିଉପଲ, ଖାରକିଭରେ ସାମୟିକ ଯୁଦ୍ଧ ବିରତି ଘୋଷଣା ହୋଇଛି । ଭାରତୀୟ ସମୟାନୁସାରେ ଆଜି ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଆରମ୍ଭ ହେବ । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପୁଟିନ୍‌ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ମାନବ କରିଡର ଜରିଆରେ ଲୋକଙ୍କୁ ଉଦ୍ଧାର କରାଯିବ ।

ବେଲାରୁଷରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପରେ ରୁଷିଆ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ତେବେ କେବେ ଶେଷ ହେବ ଏ ଯୁଦ୍ଧ ବିଭୀଷିକା? କେବେ ଆସିବ ସେଇ ପୁରୁଣା ଦିନ? ଆଉ କେତେ ଜୁଝିବେ ୟୁକ୍ରେନ୍‌ବାସୀ? ସବୁକିଛି କେବଳ ପ୍ରଶ୍ନ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *