Interesting Gk Questions- କଞ୍ଚା ହଳଦିଆ ପାଚିଲେ କଳା ନକହି ପାରିଲେ ରାଜ୍ୟରୁ ପଳା ? କେବଳ ବୁଦ୍ଧିମାନ ହିଁ ଦେଇ ପାରିବେ

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କଞ୍ଚାବେଳେ ଲତପତ ପାଚିଗଲେ ଟାଣ ଏହାର ଉତ୍ତର କହିଦିଅ ରହିଲା ମୋରାଣ ?

ଉତ୍ତର- ଏହା ହେଉଛି ମାଟି ହାଣ୍ଡି ଯାହା କଞ୍ଚା ଅବସ୍ଥାରେ ଲତପତ ହୁଏ ହେଲେ ପାଚିଗଲେ ଟାଣି ହୋଇଯାଏ ।

୨. କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର, ତାହା କଣ ?

ଉତ୍ତର- ଉକୁଣି ଯାହାକି କଳା ଘାସ ବଣେ ତଥା କେଶରେ ଏହା ରୁହେ ନଖ ମୁନେ ଏହା ବାହାରି ଥାଏ ।

୩. କହିଲ ଦେଖି କେଉଁ ଫଳର ଆଖି ତିନୋଟି ?

ଉତ୍ତର- ନଡିଆ ଯାହାକି ଏହା ଗୋଟେ ଫଳ ଓ ଏହାର ମୁହଁରେ ତିନୋଟି ଆଖି ରହିଥାଏ ।

୪. କାତିଳେ ରକତ ନାହିଁ, କୁଟିଲେ ହାଡ ବି ନାହିଁ କି ଜୀବ ସିଏ କହିଲ ଭାଇ ?

ଉତ୍ତର- ଚିଙ୍ଗୁଡି ଦେହରେ ରକ୍ତ ନଥାଏ ଓ ହାଡ ବି ନଥାଏ ।

୫. କାଠର ବାଛୁରୀ ପଥର ଗାଇ ଯେତେ ଦୁହୁଁ ଥିଲେ ପହ୍ନଉ ଥାଇ ?

ଉତ୍ତର- ଚନ୍ଦନ କାଠ ପେଡି, କାଠର ବାଛୁରୀ ଅର୍ଥାତ ଚନ୍ଦନ କାଠ ଓ ପଥର ହେଉଛି ପେଡି ।

୬. ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁ ପଡେ ?

ଉତ୍ତର- ବାଷ୍ପ ଯାହା ଗରମ ପାଇଲେ ବାଷ୍ପୀଭୂତ ହୋଇ ବାଯୁମଣ୍ଡଳକୁ ଚାଲିଯାଇଥାଏ । ଆଉ ଶୀତଳ ହେଲେ ତଳକୁ ପଡେ ।

୭. ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ?

ଉତ୍ତର- ଭେଣ୍ଡି ଯାହା ଗଛରେ ଫଳେ ହେଲେ ପାଚିଗଲେ ବହୁତ ଟାଣ ହୋଇଯାଏ ।

୮. କଞ୍ଚା ହଳଦିଆ, ପାଚିଲେ କଳା ନକହି ପାରିଲେ ରାଜ୍ୟରୁ ପଳା ?

ଉତ୍ତର- ଖଜୁରୀ କୋଳି ଯାହାକୁ କଞ୍ଚା ଥିଲେ ହଳଦିଆ ଥାଏ ଓ ପାଚିଲେ କଳା ହୋଇଯାଏ ।

୯. ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଅନ୍ୟ ମାନଙ୍କର ଦେଖା ଯାଇଥାଏ କିନ୍ତୁ ନିଜର ଦେଖା ଯାଇ ନ ଥାଏ ?

ଉତ୍ତର- ଦୋଷ ବା ଭୁଲ ।

୧୦. ଆସିଲା ବଡ ଚଢେଇ ବସିଲା ଡେଣା ମେଲାଇ, ଧରିଲା ମାଛ ଖାଇଲା ନାହିଁ ?

ଉତ୍ତର- ଜାଲ ମାଛ ଧରେ କିନ୍ତୁ ଖାଏ ନାହିଁ ।

Leave a Reply

Your email address will not be published. Required fields are marked *