Arindam ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କଣ କହିଲେ Ollywood ହିରୋଇନ Anu Choudhury, ଦେଖନ୍ତୁ Video

ବନ୍ଧୁଗଣ କର୍ତ୍ତବ୍ୟ ସମ୍ପାଦନା କରିବା ବେଳେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃ-ତ୍ୟୁ ହୋଇଛି । କଟକ ମୁଣ୍ଡଳିରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ଘଟଣା ସ୍ଥଳକୁ ଯାଇଥିଲେ ଅରିନ୍ଦମ । ଅରିନ୍ଦମ ଓଡ୍ରାଫ ଟିମ ସହ ମହାନଦୀକୁ ଏକ ବୋଟରେ ଯାଇଥିବା ବେଳେ ଅଧିକ ଜଳ ସ୍ରୋ-ତ ହେତୁ ବୋଟ ଟି ଓ-ଲୋ-ଟି ଯାଇଥିଲା । ଯାହା ଫଳରେ ନଦୀରେ ଭା-ସି ଯାଇଥିଲେ ଅରିନ୍ଦମ ଏବଂ ଅରିନ୍ଦମଙ୍କ ସହ ଓଟିଭି କ୍ୟାମେରା ମ୍ୟାନ ପ୍ରଭାତ ସେନା ମଧ୍ୟ ତାଙ୍କ ସହ ଯାଇଥିଲେ ।

ଡାକ୍ତର ଅରିନ୍ଦମଙ୍କୁ ମୃ-ତ ଘୋଷଣା କରିଥିବା ବେଳେ କ୍ୟାମେରା ମ୍ୟାନ ପ୍ରଭାତଙ୍କ ଚିକିତ୍ସା ଚାଲିଛି । ଗତ କାଲି ମୁଣ୍ଡଳି ବ୍ରିଜ ପାଖରେ ଫ-ସି ରହିଥିବା ହାତୀର ଅବସ୍ତା ବିଷୟରେ ଜାଣିବା ପାଇଁ ଅରିନ୍ଦମ ଯାଇଥିଲେ । ସେ ଲଗାତାର ଓଟିଭିର ଲାଇଭ ବୁଲେଟିନରେ ହାତୀର ଉପସ୍ଥିତି ସମୟରେ ଅପଡେଟ ତଥ୍ୟ ଦେଇ ଚାଲିଥିଲେ ଅରିନ୍ଦମ । ଓଡ୍ରାଫ ଟିମ ବାହାରିବା ସମୟରେ ତାଙ୍କ ସହ ସାମିଲ ହୋଇ ରିପୋର୍ଟ ସଂଗ୍ରହ କରିବା ପାଇଁ ଯାଇଥିଲେ ଅରିନ୍ଦମ ।


ବୋଟରେ ବସିବା ପୂର୍ବରୁ ସମସ୍ତେ ଲାଇଫ ଜାକେଟ ମଧ୍ୟ ପିନ୍ଧି ଥିଲେ । ହେଲେ ବୋଟଟି ହାତୀର ପାଖା ପାଖି ହେବା ବେଳକୁ ନଦୀର ପ୍ରଖର ସ୍ରୋତର ସାମ୍ନା କରିନ ପାରି ବୋଟଟି ହଠାତ ଓ-ଲୋ-ଟି ଯାଇଥିଲା । ବ୍ରିଜ ଉପରେ ଥିବା କେତେକ ଅଗ୍ନିସମ ବିଭାଗର କର୍ମଚାରୀ ମାନେ ଅରିନ୍ଦମଙ୍କୁ ଦୌଡି ପକାଇ ବଞ୍ଚାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ହେଲେ ଅରିନ୍ଦମ ନିଜ ଜୀବନ ହରାଇ ବସିଲେ ।

ଅରିନ୍ଦମଙ୍କ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡିଶା ଦୁଃଖ ଅନୁଭବ କରିଛି । କାରଣ ବର୍ଷା, ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ କଥା ଭାବିଲେ ସାଙ୍ଗେ ସାଙ୍ଗେ ଅରିନ୍ଦମଙ୍କ ଚେହେରା ସାମ୍ନାକୁ ଆସିଯାଉଛି ।

ଅରିନ୍ଦମ ଏକ ସାହସୀ ରିପୋର୍ଟର ଥିଲେ ଓ ସେ ନିଜ କାମକୁ ବହୁତ ଖୁସିର ସହ କରୁଥିଲେ । ଅରିନ୍ଦମ ତାଙ୍କ ପର୍ଶନାଲ ଲାଇଫରେ ମଧ୍ୟ ଜଣେ ସରଳ ଓ ଶାନ୍ତ ମଣିଷ ଥିଲେ । ସେ ଅନ୍ୟ ମାନଙ୍କର ସହାୟତା ପାଇଁ ସବୁବେଳେ ଛିଡା ହେଉଥିଲେ । ଅରିନ୍ଦମ ଜଣେ ଗୋଲ୍ଡେନ ହାର୍ଟର ମଣିଷ ଥିଲେ । ଆମେ ମାନେ ସମସ୍ତେ ତାଙ୍କ ଆମର ଆତ୍ମାର ସଦ୍ଗଧି କାମନା କରୁଛୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *