‘ମୋର 80 ସ୍ଵାମୀ, ମୁଁ ନିଜେ ବାଛିନି, କିନ୍ତୁ…’ କହୁ କହୁ ଏ କଣ କହିଦେଲେ Ollywood ଅଭିନେତ୍ରୀ Kusum Tripathy, ଦେଖନ୍ତୁ ଏହି Exclusive ଇଣ୍ଟରଭ୍ୟୁ…

ଓଡିଆ ଫିଲ୍ମ ଓ ସିରିଏଲରେ ବର୍ତ୍ତମାନ ବହୁତ କଳାକାର କାମ କରୁଛନ୍ତି । କିନ୍ତୁ କିଛି କଳାକାର ସମୟ ସହିତ ଏହି ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି ତ ଅନ୍ୟ କିଛି କଳାକାର ଆଜି ବି ଏହି ଇଣ୍ଡଷ୍ଟ୍ରି ସହ ଯୋଡି ହୋଇ ଅଛନ୍ତି । ଆଜି ଆମେ ଆପଣଙ୍କୁ ଏକ ଅଭିନେତ୍ରୀ କୁସୁମ ତ୍ରିପାଠୀଙ୍କ ବିଷୟରେ କହିବୁ ଯିଏକି ଫିଲ୍ମ ଓ ସିରିଏଲରେ ୮୦ ଜଣଙ୍କ ପତ୍ନୀ ହୋଇସାରିଛନ୍ତି । ଅଭିନେତ୍ରୀ ଜଣଙ୍କୁ ଯେତେବେଳେ ରୋମାଣ୍ଟିକ ଉପରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ମୁଁ ରିଅଲ ଲାଇଫରେ ସବୁବେଳେ ରୋମାଣ୍ଟିକ, କିନ୍ତୁ ରିଲ ଲାଇଫରେ ଦରକାର ପଡିଲେ ଆମେ ରୋମାଣ୍ଟିକ ହବୁ ।

ନଚେତ କାହିଁକି ହବୁ । ଏହା ପରେ ତାଙ୍କୁ ପ୍ରଶ୍ନ କରାଗଲା ରିଲ ଲାଇଫର କାହାର ପତ୍ନୀ ହେବାକୁ ସେ ଅଧିକ ପସନ୍ଦ କରନ୍ତି । ଯାହାର ଜବାର ସେ କହିଲେ କି ମୁଁ ସମସ୍ତଙ୍କ ସହ ଅଭିନୟ କରିଛି । କିନ୍ତୁ ମୁଁ ଅଶ୍ରୁ ଭାଇଙ୍କ ସ୍ତ୍ରୀ ଭୂମିକା ଅଧିକା କରିଛି ।

ମୋର ପାଖାପାଖି ୮୦ ଜଣ ସ୍ଵାମୀ ହେବେ ଫିଲ୍ମ ଓ ସିରିଏଲରେ । ଯେତେବେଳେ ଯେଉଁ ସମୟରେ ସେମାନେ ମୋ ଅପୋଜିଟରେ ଯାହାକୁ ରଖନ୍ତି ମୁଁ ତାଙ୍କ ସହ ଅଭିନୟ କରିଥାଏ । ମୁଁ ନିଜ ଇଚ୍ଛାରେ ସ୍ଵାମୀ ବାଛି ନାହିଁ । ଯେଉଁଠି ସେମାନେ ଯାହା ସହିତ ଯୋଡି କରନ୍ତି ମୁଁ ତାଙ୍କ ସହ ଅଭିନୟ କରିନିଏ । ଅଭିନେତ୍ରୀ ଜଣକ ଆଗକୁ କହିଲେ କି ପୂର୍ବେ କାମ କରିବାକୁ ଭଲ ଲାଗୁ ଥିଲା । ମଣିଷର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଥିଲା ।

ଆମର ଗୁରୁ ଗୁରୁଜନଙ୍କ ପ୍ରତି ଭକ୍ତି ଥିଲା ଭଲ ପାଇବା ଥିଲା । ସିନିୟର କଳାକାରମାନଙ୍କୁ ଆମେ ସମ୍ମାନ ଦେଉଥିଲୁ । ସ୍ଵର୍ଗତ ବିଜୟ ଭାଇ ଓ ମିହିର ଭାଇ ଯେଉଁମାନେ କି ଚାଲିଗଲେଣି, ସ୍ମେଆନେ ଯେଉଁଠି ବସୁଥିଲେ ଆମେ ସେଠି ଛିଡା ହୋଇ ରହୁଥିଲୁ । ମୁଁ ପାଖାପାଖି ସବୁ ହିରୋ ଓ ହିରୋଇନଙ୍କ ସହ କାମ କରିସାରିଛି । ମୋର ୫୦ ରୁ ବି ଅଧିକ ଫିଲ୍ମ ଋଲ୍ଜ ହୋଇଥିବ । କିନ୍ତୁ ଆମେ ଆମର ଜାଗାରେ ରହୁ ।

ଆମେ କେବେ ବି ସୀମା ପାର କରି ନ ଥାଉ । କିନ୍ତୁ ଆଜିକାଲି ଝିଅମାନଙ୍କର ସିନିୟରମାନଙ୍କୁ ସେତିକି ସମ୍ମାନ ଦବାର ନାହିଁ । ଅଭିନେତ୍ରୀ ଜଣକ ଆଗକୁ କହିଲେ କି କେତେକ ଜାଗାରେ ଆମକୁ ଲୋକମାନେ ବହୁତ ସମ୍ମାନ ବି ଦିଅନ୍ତି । କେତେକ ଦୋକାନରେ ଆମେ ଖାଇବା ପରେ ଲୋକମାନେ ଆମ ଠାରୁ ଟଙ୍କା ନିଅନ୍ତି ନାହିଁ । କିନ୍ତୁ ଆମେ ଟଙ୍କା ଦେଇ ଆସି ଥାଉ ।

Leave a Reply

Your email address will not be published. Required fields are marked *