‘Ollywood ରେ ଆଉ କ୍ୟାରିୟର ନାହିଁ, ଆଜି ଓଡିଆ ସିନେମାର ଯେଉଁ ଅବସ୍ଥା ସେଥିପାଇଁ ଆମେ ସମସ୍ତେ ଦାୟୀ, ଯଦି ଆମେ…’ ଦେଖନ୍ତୁ କଣ କହିଲେ Sidhhant Mohapatra

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଭଳି ଖୁବ୍ କମ୍ ଅଭିନେତା ଅଛନ୍ତି ଯେଉଁମାନେ ନିଜର ଦମଦାର ଅଭିନୟ ଦ୍ୱାରା ୯୦ ଦଶକ ରୁ ଆରମ୍ଭ କରି ଅଦ୍ୟାବଧି ଦର୍ଶକ ମାନଙ୍କ ମନରେ ରାଜ କରୁଛନ୍ତି । ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ମହାପାତ୍ର ଙ୍କୁ କିଏ ବା ନଜାଣେ !! ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ସେ ଅତି ପ୍ରିୟ । ତାଙ୍କ ଅଭିନୟ ଜୀବନ ବିଷୟରେ ତ ସମସ୍ତେ ବେଶ୍ ଭଲ ଭାବରେ ଅବଗତ ।


ତେବେ ତେବେ ସିଦ୍ଧାନ୍ତ ମହାପାତ୍ର ୧୯୯୩ ମସିହାରେ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ଶ୍ରଦ୍ଧାଞ୍ଜଳି । ବିଶେଷ କରି ରଚନା ବାନାର୍ଜୀଙ୍କ ସହ ସିଦ୍ଧାନ୍ତ ମହାପାତ୍ର ଙ୍କ ଯୋଡ଼ିକୁ ଲୋକମାନେ ଖୁବ୍ ପସନ୍ଦ କରୁଥିଲେ । ଦୁହେଁ ପାଖାପାଖି ୪୦ ଟି ସିନେମାରେ ଏକାଠି ଅଭିନୟ କରିଥିଲେ ।

ତେବେ ୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତଙ୍କ ପ୍ରଥମ ମୁକ୍ତିଲାଭ କରିଥିବା କଥାଚିତ୍ର ହେଲା ପଥର ଖସୁଛି ବଡ଼ଦେଉଳୁ , ୨୦୧୭ ସୁଦ୍ଧା ୧୩୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ତେବେ ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇଥିଲେ ଓ ଓଡ଼ିଶାର ବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରୁ ୨୦୦୯ ଏବଂ ୨୦୧୪ ମସିହାର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ ।

ତେବେ ବର୍ତ୍ତମାନ ତାଙ୍କର ଏକ ଇନ୍ଟର୍ଭିୟୁ ରେ ସେ ଓଲିଉଡ଼ ବିଷୟରେ ନିଜର ମତ ରଖିଥିଲେ । ତେବେ ତାଙ୍କୁ ଯେତେବେଳେ ଓଲିଉଡ କୁ କପିଉଡ଼ କାହିଁକି କୁହାଯାଉଛି ବୋଲି ପ୍ରଶ୍ନ କରାଯାଇ ଥିଲା । ତେବେ ସେତେବେଳେ ସେ ଉତ୍ତର ରେ କହିଥିଲେ କି କପି ତ ଆଗରୁ ମଧ୍ୟ ହେଉଥିଲା କିନ୍ତୁ ବର୍ତ୍ତମାନ ଷ୍ଟୋରି,ଚରିତ୍ର, ଡାଇଲଗ, ସିନ ସବୁ କପି ହେଉଛି । ତେବେ ସେଥିପାଇଁ ଲୋକମାନେ ଓଡ଼ିଆ ସିନେମା ଦେଖିବାକୁ ପସନ୍ଦ କରୁ ନାହାନ୍ତି ।


ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ବର୍ତ୍ତମାନ ଅଭିନେତା ଅଭିନେତ୍ରୀ ନିର୍ଦ୍ଦେଶକ ମିଳୁଛନ୍ତି କିନ୍ତୁ ପ୍ରଯୋଜକ ମିଳୁ ନାହାନ୍ତି । ତେବେ ବର୍ତ୍ତମାନ ର ନୂଆ ଯୁବ ପିଢ଼ି ପାଇଁ ବର୍ତ୍ତମାନ ସମୟରେ ଓଲିଉଡ ରେ କୌଣସି କ୍ୟାରିୟର ନାହିଁ । ତେବେ ଏହା ଛଡା ସେ କହିଛନ୍ତି କି ଡ୍ରଗ୍ସ,କାଷ୍ଟିଂ କାଉଚ୍ ଆଦି ବିଷୟ ଟି ବହୁତ ଖରାପ ଜିନିଷ ଏହା ହେବା ଉଚିତ ନୁହେଁ ।

ତେବେ ନିଜର ପ୍ରଚେଷ୍ଟା ବଳରେ ହିଁ ବର୍ତ୍ତମାନ ଆମେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ବଞ୍ଚେଇ ପାରିବା ଏଵଂ ଏଥିରେ ଆମକୁ ସରକାର ମଧ୍ୟ ସାହାର୍ଯ୍ୟ କରିବା ଉଚିତ । ତେବେ ବାବୁଶାନ ଙ୍କ ବିଷୟରେ ପଚାରିବାରୁ ସେ ବାସ ହସି ଦେଇଥିଲେ ଏବଂ ବହୁତ ଦୁଃଖ ଲାଗିଲା ବୋଲି ମଧ୍ୟ କହିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *