କଣ ଆପଣ ଜାଣିଛନ୍ତି ରାଜ୍ୟ ସରକାରଙ୍କ ପାୱାର ବ୍ରିଗେଡରେ ଥିବା ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କଣ ? ଶୁଣି ଚମକି ପଡିବେ ଆପଣ…

ପଞ୍ଚମ ପାଳିର ଦ୍ଵିତୀୟ ଦଫାରେ ନବୀନ ପୁଣି ମାଷ୍ଟର ଷ୍ଟ୍ରୋକ ଖେଳି ଛନ୍ତି । ବନ୍ଧୁଗଣ ନବୀନଙ୍କ ପାୱାର ବ୍ରିଡେନରେ ସାମିଲ ହୋଇଛଣି ପ୍ରୀତି ରଞ୍ଜନ ଘଡାଇ । ଗତ କିଛି ଦିନ ତଳେ ଘଡାଇଙ୍କର ଦୁଇଟି ଯାଁଳା ଝିଅ ହୋଇଥିଲା । ଆଉ ଏବେ ଘଡାଇ ପରିବାରକୁ ପୁଣି ମନ୍ତ୍ରୀ ପଦ ମିଳିଛି । ପୂର୍ବରୁ କିଛି ବର୍ଷ ହେବ ପ୍ରୀତିଙ୍କ ବାପା ମନ୍ତ୍ରୀ ହୋଇ ରହିଥିଲେ । ଏବେ ପ୍ରୀତିଙ୍କୁ ଗ୍ରାମ ଉନୟନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ମିଳିଛି ।

ସେ ବେଙ୍ଗାଲୋରରୁ ମେକାନିକାଳ ଇଞ୍ଜିୟରିଙ୍ଗ ଡିଗ୍ରୀ ହାସଲ କରିଛନ୍ତି । ସେହି ଭଳି ନବ କିଶୋର ଦାସ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅଛନ୍ତି । ପୂର୍ବରୁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରେ ଥିଲେ ଆଉ ଏବେ ବି ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରେ ଅଛନ୍ତି । 2009 ମସିହାରୁ ଆଜି ପର୍ଯ୍ୟନ୍ତ ହାଟ୍ରିକ ବିଜୟ ହାସଲ କରିଛନ୍ତି ନବ ଦାସ । ନବ କରୋନା ସମୟରେ ବହୁତ ଭଲ କାମ କରିଥିଲେ ।

ତେଣୁ ଏହି ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ନେବା ବେଳେ ବି ନବ ନିଜ ପୁରୁଣା ପଦ ବି ବଜାଇ ରଖିଛନ୍ତି । ନବ ଏମଏଏମଏଲବି ପାସ କରିଛନ୍ତି । ବନ୍ଧୁଗଣ ସେହି ଭଳି ପ୍ରଫୁଲ କୁମାର ମଲିକ ଖଣି ଓ ଇସ୍ପାତ ବିଭାଗରେ ଅଛନ୍ତି । ନବୀନଙ୍କ ଗୁଡ ବୁକରେ ଅଛନ୍ତି କାମାକ୍ଷା ନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ କୁମାର ମଲିକ ଆଉ ପୁଣି ପ୍ରଫୁଲଙ୍କୁ ମିଳିଛି ସମାନ ଦାୟିତ୍ଵ । ବନ୍ଧୁଗଣ ଏବେ ପ୍ରଫୁଲ ନବୀନଙ୍କ ଗୁଡ ବୁକରେ ଅଛନ୍ତି ।

ଶ୍ରୀକାନ୍ତ ସାହୁ ଶ୍ରମ ଓ କର୍ମଚାରୀ, ରାଜ୍ୟବୀମା ବିଭାଗରେ ଅଛନ୍ତି । ଗଞ୍ଜାମ ପଲସ୍ତରାରୁ ଦୁଇ ଥର ବିଧାୟକ ହୋଇଛନ୍ତି ଶ୍ରୀକାନ୍ତ ସାହୁ । ଶ୍ରୀକାନ୍ତ ଦଶମ ଶ୍ରେଣୀ ପାସ କରିଛନ୍ତି ଶିକ୍ଷାଗତ ଯୋଗ୍ୟତା ବେସୀ ନଥିଲେ ମଧ୍ୟ ତାଙ୍କ ଉପରେ ଆଶା ରଖି ମନ୍ତ୍ରୀ ମଣ୍ଡଳରେ ତାଙ୍କୁ ସାମିଲ କରାଯାଇଛି । ସେ ଇଏସଆଇ ବିଭାଗ କଥା ବୁଝିବେ । ଟୁକୁନି ସାହୁ ଜଳ ସମ୍ପଦ ବିଭାଗରେ ଅଛନ୍ତି ।

ନବୀନଙ୍କ କ୍ୟାବିନେଟରେ ଏକ ମାତ୍ର ମହିଳା ରୂପେ ସ୍ଥାନ ପାଇଛନ୍ତି ଟୁକୁନି ସାହୁ । ମନ୍ତ୍ରୀ ମଣ୍ଡଳ ବଦଳିବା ପରେ ବି ସେ କ୍ୟାବିନେଟରେ ପୁଣି ସ୍ଥାନ ପାଇଛନ୍ତି । ସେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ 2014ରୁ ଏ ପର୍ଯ୍ୟନ୍ତ ଟିଟିଲାଗଡର ବିଧାୟକ ରହି ଆସିଛନ୍ତି ।

ସମୀର ରଞ୍ଜନ ଦାସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଅଛନ୍ତି । ସରପଞ୍ଚରୁ ଆରମ୍ଭ ହୋଇଥିଲା ରାଜନୈତିକ କାରିୟର ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ବି ହୋଇଥିଲେ ସମୀର । ସେ ଲଗାତାର ତିନି ଥର ବିଧାୟକ ହୋଇଛନ୍ତି । ଆଇନରେ ସ୍ନାତକ ଡିଗ୍ରୀ ବି ହାସଲ କରିଛନ୍ତି । ତାଙ୍କ ପତ୍ନୀ ଜଣେ ଶିକ୍ଷୟତ୍ରୀ । ତାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ମିଳିଥିଲା ଆଉ ଏବେ ବି ତାଙ୍କ ପଦ ବଜାଇ ରହିଛି ।

Leave a Reply

Your email address will not be published. Required fields are marked *