କେବଳ ମଜା ନେବା ପାଇଁ ଗୋପୀ ମାନଙ୍କର ବସ୍ତ୍ର ଚୋରି କରୁନଥିଲେ ଭଗବାନ ଶ୍ରୀ କୃଷ୍ଣ, ତାଙ୍କର ଏହି ଲୀଳା ପଛରେ ଥିଲା ବହୁତ ବଡ ରହସ୍ୟ

ହିନ୍ଦୁଧର୍ମ ଗ୍ରନ୍ଥରେ ଭଗବାନ ଶ୍ରୀ କୃଷ୍ଣଙ୍କର ବହୁତ ଲୀଳା ଓ କଥା ପଢିବାକୁ ମିଳିଥାଏ । କୁହାଯାଏ ଭଗବାନ ବିଷ୍ଣୁ କୃଷ୍ଣ ରୂପରେ ସବୁଠାରୁ ଅଧିକ ଲୀଳା କରିଛନ୍ତି, ସେଥିପାଇଁ ତାଙ୍କୁ ନୀଳାଧର ମଧ୍ୟ କୁହାଯାଏ । ସେହିପରି ଶ୍ରୀ କୃଷ୍ଣ ବାଲ୍ୟକାଳରେ ଗୋପୀ ମାନେ ଗାଧୋଇବା ସମୟରେ ତାଙ୍କର ବସ୍ତ୍ର ଚୋରି କରି ଗଛ ଉପରକୁ ନେଇ ଯାଉଥିଲେ । କିନ୍ତୁ ବର୍ତ୍ତମାନର ବହୁତ ଲୋକ ଏହାକୁ ଶ୍ରୀ କୃଷ୍ଣଙ୍କର ଲୀଳା ବୋଲି ମାନିଥାନ୍ତି । ହେଲେ ବନ୍ଧୁଗଣ ଏହି ଲୀଳା ପଛରେ ରହିଛି ବହୁତ ବଡ ରହସ୍ୟ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଧର୍ମ ଗ୍ରନ୍ଥ ଅନୁସାରେ ଦିନେ ଗୋପୀମାନେ ନିଜର ବସ୍ତ୍ର ଖୋଲି ନଦୀ ମଧ୍ୟରେ ସ୍ନାନ କରୁଥିଲେ । ସେହି ସମୟରେ ଶ୍ରୀ କୃଷ୍ଣ ଏକ ବଡ ଗଛ ଉପରେ ବସି ସମସ୍ତ ଦୃଶ୍ୟ ଦେଖୁଥିଲେ । କିଛି ସମୟରେ ପରେ ଯେତେବେଳେ ଗୋପୀମାନେ ଗାଧୋଇବାରେ ବ୍ୟସ୍ତ ହୋଇଗଲେ ସେହି ସମୟରେ ଶ୍ରୀ କୃଷ୍ଣ ଗୋପୀ ମାନଙ୍କର ବସ୍ତ୍ର ନେଇ ଗଛ ଉପରେ ବସିଯାଇଥିଲେ ।

ଯେତେବେଳେ ଗୋପୀ ମାନେ ଗାଧୋଇ ନଦୀ ତୁଟକୁ ନିଜ ବସ୍ତ୍ର ନେଇ ଆସିଲେ ସେତେବେଳେ ସେମାନଙ୍କ ସମସ୍ତ ବସ୍ତ୍ର ଚୋରି ହୋଇଯାଇଥିଲା । ଏହା ଦେଖି ଗୋପୀମାନେ ଚିନ୍ତିତ ହୋଇ ଯାଇଥିଲେ ଓ ସମସ୍ତେ ନିଜର ବସ୍ତ୍ରକୁ ଖୋଜିବାରେ ଲାଗିଲେ ।

ସେହି ସମୟରେ ଗୋପୀ ମାନଙ୍କର ନଜର ଭଗବାନ ଶ୍ରୀ କୃଷ୍ଣଙ୍କ ଉପରେ ପଡିଥିଲା । ଗୋପୀମାନେ ଶ୍ରୀ କୃଷ୍ଣଙ୍କୁ ଦେଖି ଲଜ୍ୟାରେ କହିଲେ, କାହ୍ନା ଆମକୁ ଏହି ଅବସ୍ତାରେ ଦେଖି ତମକୁ କଣ ଟିକେ ଲଜ୍ୟା ଲାଗୁନାହିଁ । ସେତେବେଳେ ଶ୍ରୀ କୃଷ୍ଣ ଗୋପୀ ମାନଙ୍କୁ ଉତ୍ତର ଦେଇ କହିଲେ, ‘ମୋତେ କାହିଁକି ଲଜ୍ୟା ଲାଗିବ… ତୁମ ସମସ୍ତଙ୍କୁ ଲଜ୍ୟା ଆସିବା ଆବଶ୍ୟକ ।

କାରଣ ତୁମେ ସମସ୍ତେ ସଂପୂର୍ଣ୍ଣ ନଗ୍ନ ଅବସ୍ତାରେ ନଦୀ ମଧ୍ୟରେ ଗାଧୋଉଛ’ । ସେହି ସମୟରେ ଗୋପୀମାନେ ନିଜ ବସ୍ତ୍ର ମାଗିଥିଲେ, ହେଲେ ଶ୍ରୀ କୃଷ୍ଣ କହିଥିଲେ, ଏହି ଗଛ ଉପରେ ତୁମ ମାନଙ୍କର ବସ୍ତ୍ର ରହିଛି ସମସ୍ତେ ଆସି ନିଜର ବସ୍ତ୍ର ନେଇଯାଅ । ସେହି ସମୟରେ ଗୋପୀମାନେ ଶ୍ରୀ କୃଷ୍ଣଙ୍କୁ କହିଥିଲେ, ଆମେ କେମିତି ଯିବୁ ଆମେମାନେ ନଗ୍ନ ଅବସ୍ତାରେ ଅଛୁ ।


ସେହି ସମୟରେ ଶ୍ରୀ କୃଷ୍ଣ ଉତ୍ତର ଦେଇ କହିଲେ, ‘ତା ହେଲେ କଣ ହେଲା ତୁମେ ସମସ୍ତେ ନଦୀ ମଧ୍ୟକୁ ଅବସ୍ତାରେ ଯାଇଛ, ତା ହେଲେ ତୁମକୁ ନଦୀ ପାଖରେ ଥିବା ସମସ୍ତ ପ୍ରାଣୀ ଦେଖିଛନ୍ତି, ଆକାଶରେ ଉଡୁଥିବା ପକ୍ଷୀମାନେ ଓ ଜଳରେ ଥିବା ଜଳଚର ଜୀବମାନେ ମଧ୍ୟ ତୁମ ସମସ୍ତଙ୍କୁ ନଗ୍ନ ଅବସ୍ତାରେ ଦେଖିଛନ୍ତି । ଏହା ସହିତ ଜଳ ରୂପରେ ଥିବା ବରୁଣ ଦେବ ମଧ୍ୟ ତୁମ ସମସ୍ତଙ୍କୁ ନଗ୍ନ ଦେଖିଛନ୍ତି । ସଂପୂର୍ଣ୍ଣ ରୂପେ ନଗ୍ନ ଅବସ୍ତାରେ ସ୍ନାନ କରିବା ଦ୍ଵାରା ମଣିଷର ସୁଖ, ସମୃଦ୍ଧି, ଧନ ମାନ ଆଦି ନଷ୍ଟ ହୋଇଥାଏ । ତେଣୁ କେବେ ବି ସଂପୂର୍ଣ୍ଣ ନଗ୍ନ ଅବସ୍ତାରେ ସ୍ନାନ କରିବା ଉଚିତ ନୁହେଁ’ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଶାସ୍ତ୍ର ସମ୍ବନ୍ଧୀୟ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *