ଅର୍ଚ୍ଚନାର ଅଠର ନଳା କୋଉଁଠି ପୋତିବୁ କୀଳା…କମ୍ବଳ ଉଠା, କମ୍ବଳ ତଳେ କିଏ ଦେଖିବା ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଟିଭି ହେଉ କିଅବା ପ୍ରିଣ୍ଟ ମିଡିଆ ଅଥବା ସୋ-ସି-ଆ-ଲ ମି-ଡି-ଆ ପ୍ରାୟ ସବୁଆଡେ ସେହି ଗୋଟିଏ ଚର୍ଚ୍ଚା ସୁନ୍ଦରୀ ଅର୍ଚ୍ଚନା । ତେବେ ଏହାକୁ ନେଇ ଟିକେ କମ୍ବଳ ଉଠା କମ୍ବଳ ତଳେ କିଏ କିଏ ଟିକେ ଦେଖିବା ଏଭଳି କଥା ଯେଉଁମାନେ କହୁଛନ୍ତି ସେ ଆଉ କେହି ନୁହଁନ୍ତି ଜଟଣୀ ବିଧାୟକ ସୁର ଭାଇନା । ମାତ୍ର ସେ କେବଳ ଏତିକି କହୁ ନାହାଁନ୍ତି ତାଙ୍କ କହିବା କଥା ଗୋଟିଏ କି ଦୁଇଟି ନୁହେଁ ସଂପୂର୍ଣ୍ଣ ୧୮ ନଳା କେଉଁଠି ପୋତିବୁ କୀଳା ?

ଏପଟେ ବନ୍ଦ କରିଲେ ସେପଟେ ଆରମ୍ଭ ସେପଟେ ବନ୍ଦ କରିଲେ ଏପଟେ ଚାଲି ଆସୁଛନ୍ତି ପୁରା କମ୍ବଳ ସାରା । ତେବେ ଏହିଭଳି କିଛି କହି ସୁନ୍ଦରୀ ଅର୍ଚ୍ଚନା ଙ୍କୁ ଟାର୍ଗେଟ କରୁଛନ୍ତି ଜଟଣୀ ବିଧାୟକ ସୁର ଭାଇନା । ସୁର ଭାଇନାଙ୍କ ଏହିଭଳି ମଜାଦାର କଥା ଶୁଣିବା ପାଇଁ ସମସ୍ତେ ଘେରି ରହିଥାନ୍ତି । ଆଉ ଏଭଳି କିଛି କହିବା ବେଳେ ଜଣେ କିଛି ପଚାରି ଦେଉଛନ୍ତି କେଉଁ କେଉଁ ନେତାମାନେ ନାଗଫାସରେ ପଡିଛନ୍ତି ?

ଆଉ ଏହା ପରେ ସୁର ଭାଇନା ଚିଲାଇ ଉଠିଲେ କହିଲେ ଯେ ସେ କେଉଁଠାକୁ ଯାଉନଥିଲା ? ସବୁଆଡେ ଯାଉଥିଲା ଏବଂ ଘାଣ୍ଟି ପକାଉଥିଲା । ସାପୁଆ କେଳା ସିନା ସାପ କୁ ନଚାଏ ମାତ୍ର କିଛି ଲୋକ ସେହି ନାଗୁଣୀ କଥାରେ ନାଚୁଥିଲେ ବୋଲି କହିଛନ୍ତି ସୁର ରାଉତରାୟ । ଆଉ ଏହାପରେ କଥା କଥା ରେ କହିଦେଲେ ଯେ ଆମେ ଖଣ୍ଡେ ଘର କରି ପାରୁ ନାହୁଁ ମାତ୍ର ସେ କି ଘର କରିଛି, କମ୍ବଳ ଉଠାଅ କମ୍ବଳ ତଳେ କିଏ କିଏ ଆମେ ମଧ୍ୟ ଟିକିଏ ଦେଖିବୁ ।

ତେବେ ଏହିଭଳି କିଛି କହି ନିଜର ପ୍ରତିକ୍ରିୟା ରଖିବା ସହିତ ସୁନ୍ଦରୀ ଅର୍ଚ୍ଚନା ଙ୍କୁ ଟାର୍ଗେଟ କରିଥିଲେ ଜଟଣୀ ବିଧ୍ୟାୟକ ସୁର ରାଉତରାୟ । ତେବେ ବର୍ତ୍ତମାନ ଅର୍ଚ୍ଚନା ଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିବା ପରେ ପୋଲିସ ତାହାର ତଦନ୍ତ କୁ ଅଧିକ ବଜାୟ ରଖିବ ।

ଆଉ ଏଥି ନିମନ୍ତେ ଆସନ୍ତା ୨ କି ୩ ତାରିଖରେ ଖଣ୍ଡଗିରୀ ଥାନା ପୋଲିସର ଏକ ସ୍ଵତନ୍ତ୍ର ଟିମ ଝାରପଡା ଜେଲ ଯିବେ ବୋଲି ଚର୍ଚା ହେଉଛି । ମାତ୍ର ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି ଯେ କାହିଁକି ଅର୍ଚ୍ଚନା ଙ୍କ ପ୍ରତି ଏତେ ସିମ୍ପଥି ? ଏହି ସବୁ କୁ ଆଧାର କରି ସୁର ଭାଇ କିନ୍ତୁ ଉଚିତ ପ୍ରତିକ୍ରିୟା ଦେଇ ଆସୁଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *