‘ଔଷଧ ଦିଅ କି ଇଞ୍ଜେକସନ ଦିଅ ସନ୍ଧ୍ୟା ସୁଦ୍ଧା ମ୍ୟାଚ୍ ପାଇଁ ଫିଟ୍ କର…’ କମାଲ କରିଦେଲେ Suryakumar, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସନ୍ଧ୍ୟାରେ ଥିଲା ମ୍ୟାଚ ଏବଂ ସକାଳେ ଜ୍ଵରରେ କମ୍ପୁଥିଲେ ସୂର୍ଯ୍ୟ କୁମାର । ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ରେ ଭିସ୍ଫୋରକ ଖେଳ ଖେଳି ଭାରତକୁ ସିରିଜ ବିଜୟ ଭେଟିଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ । ହାଇଦ୍ରାବାଦରେ ଖେଲାଯାଇଥିବା ଶେଷ ମ୍ୟାଚରେ ସୂର୍ଯ୍ୟଙ୍କ ତେଜରେ କଙ୍ଗାରୁ ଟିମ ଚିତପଟାଙ୍ଗ ମାରିଛି । ପଡିଆର ବିଭିନ୍ନ ଦିଗକୁ ଚିତାକର୍ଷକ ସର୍ଟ ଖେଳି ମ୍ୟାଚର ରୋମାଞ୍ଚ ବଢାଇ ଥିଲେ ସୂର୍ଯ୍ୟ ରାତିରେ ମଧ୍ୟ ଚମକି ଥିଲେ ସୂର୍ଯ୍ୟ କୁମାର ।

ମାତ୍ର 36 ବଲରେ ବିସ୍ଫୋରକ 29 ରନ କରିଥିଲେ ସୂର୍ଯ୍ୟ କୁମାର । ଯେଉଁଥିରେ 5 ଟି ଛକା ଏବଂ 5 ଟି ଚୌକା ସାମିଲ ଥିଲା । ତେବେ ସୂର୍ଯ୍ୟ କୁମାର ଙ୍କ ପାଇଁ ଏହି ବିସ୍ଫୋରକ ଇନିଞ୍ଜ ଖେଳିବା ଏତେ ସହଜ ନଥିଲା । କାରଣ ମ୍ୟାଚ ପୂର୍ବରୁ ପ୍ରବଳ ଜ୍ଵରରେ କମ୍ପୁଥିଲେ ସୂର୍ଯ୍ୟ କୁମାର । ମାତ୍ର ଏହା ପରେ ମଧ୍ୟ ମଇଦାନ କୁ ଓହ୍ଲାଇଥିଲେ ସୂର୍ଯ୍ୟ ଏବଂ ପଡିଆରେ ଦେଖାଇଥିଲେ ପରାକ୍ରମ ।

ମ୍ୟାଚ ପରେ BCCI ନିଜର ଟ୍ଵିଟର ପେଜରେ ଏକ ଇଣ୍ଟରଭିୟୁ ସେୟାର କରିଛି । ଯେଉଁଥିରେ ସୂର୍ଯ୍ୟ କୁମାର ଙ୍କ ସହିତ ବାର୍ତ୍ତାଳାପ କରୁଥିଲେ ଅକ୍ଶର ପଟେଲ । ଆଉ ଏହି ସମୟରେ ସୂର୍ଯ୍ୟ କୁମାର କହିଥିଲେ ଯେ କିଭଳି ମ୍ୟାଚ ପୂର୍ବରୁ ତାଙ୍କ ଦେହ ଖରାପ ଥିଲା । ଆଉ ମନବଳ ଦୃଢକରି ସେ ମଇଦାନ କୁ ଓହ୍ଲାଇଥିଲେ । ଇଣ୍ଟରଭିୟୁ ସମୟରେ ଅକ୍ଶର କହିଥିଲେ ଯେ ନିର୍ଣ୍ଣାୟକ ମ୍ୟାଚ ର ସକାଳେ ଫିଜିଓଭାରି ବ୍ୟସ୍ତ ଥିଲେ ।

ଆଉ ସମସ୍ତେ ସୂର୍ଯ୍ୟ କୁମାର ଙ୍କ ବାବଦରେ କଥା ହେଉଥିଲେ । ତେବେ ସଂପୂର୍ଣ୍ଣ ଘଟଣା ଉପରୁ ପରଦା ହଟାଇଥିଲେ ସୂର୍ଯ୍ୟ କୁମାର । ଇଣ୍ଟରଭିୟୁରେ ସୂର୍ଯ୍ୟକୁମାର କହିଥିଲେ ଯେ, ଯେହେତୁ ପାଣିପାଗ ବଦଳୁଥିଲା ଏବଂ ଆମେ ଲଗାତାର ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯାତ୍ରା କରୁଥିଲୁ ।

ତେଣୁ ମ୍ୟାଚ ଦିନ ସକାଳୁ ଦେହ ଅସୁସ୍ଥ ହୋଇ ପଡିଥିଲା । ପେଟରେ ଯନ୍ତ୍ରଣା ହେବା ସହିତ ଜ୍ଵର ଆସିଥିଲା । କିନ୍ତୁ ଏହା ନିର୍ଣ୍ଣାୟକ ମ୍ୟାଚ ଥିବାରୁ ଡାକ୍ତରଙ୍କ ସହିତ ଆଲୋଚନା ବେଳେ ସୂର୍ଯ୍ୟ କୁମାର କହିଥିଲେ ଯେ ଯଦି ଏହା ବିଶ୍ଵକପ ର ଫାଇନାଲ ମୁକାବିଲା ହୋଇଥାନ୍ତା ତେବେ କଣ ଚୁପ ବସିଥାନ୍ତି ?

ଯେହେତୁ ଏହା ନିର୍ଣ୍ଣାୟକ ମ୍ୟାଚ ଥିଲା ଏଣୁ ଖେଳିବାକୁ ନିଷ୍ପତ୍ତି ନେଇଥିଲି । ଆଉ ଏଥି ନିମନ୍ତେ ସେ ଡାକ୍ତରଙ୍କୁ କହିଥିଲେ ଯେ ମତେ ଯାହା ମଧ୍ୟ ଇଞ୍ଜେକ୍ସନ ଦିଅନ୍ତୁ କି ଔଷଧ ଦିଅନ୍ତୁ, ମତେ ସନ୍ଧ୍ୟା ସୁଦ୍ଧା ଫିଟ କରି ଦିଅନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *