ପୁରା ନୂଆ ଓ କମ ସମୟରେ ବନାନ୍ତୁ ଅଣ୍ଡା ଭାତ, ଭୋକ ନଥିଲେ ବି ପିଲାମାନେ ଖାଇଦେବେ, ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବେଳେବେଳେ ଆପଣଙ୍କ ରୋଷେଇ ଘରେ ଖାଦ୍ୟ ବଳି ଯାଇଥାଏ ତେବେ ଅଧିକାଂଶ ସମୟ ଆପଣ ଙ୍କୁ ସେହି ଖାଦ୍ୟ କୁ ଫୋପାଡିବାକୁ ପଡ଼ିଥାଏ। ତେବେ ଏହା କରିବା ସମୟରେ ଆପଣ ଙ୍କୁ ବହୁତ କଷ୍ଟ ମଧ୍ୟ ହୋଇଥାଏ। ତେବେ ସେଥିପାଇଁ ଆମେ ଆପଣଙ୍କୁ ଏକ ଏଭଳି ରେସେପି କହିବୁ ଯାହା ଦ୍ୱାରା ଆପଣ ବଳକା ଭାତରେ ସୁନ୍ଦର ଏଗ ଫ୍ରାଇଡ଼ ରାଇସ କିମ୍ବା ଅଣ୍ଡା ଭାତ କରି ପାରିବେ। ତେବେ ଆସନ୍ତୁ ଜାଣିନେବା ସେହି ରେସେପି ବିଷୟରେ।


ତେବେ ପ୍ରଥମେ ଆପଣ ବଳକା ଭାତରେ କିଛି ତେଲ ଏବଂ ଲଂକା ଗୁଣ୍ଡ ଏବଂ ଧନିଆ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦେବା। ତେବେ ଏହା ପରେ କଢେଇ ରେ ତେଲ ଗରମ କରିବା ତେଲ ଗରମ ହେଲେ ଅଧା ଚାମଚ ଲୁଣ ଦେବା ଏବଂ ଅଧା ଚାମଚ ଲଙ୍କା ଗୁଣ୍ଡ ପକାଇବା।

ତେବେ ଏହାକୁ ଲୋ ଫ୍ଲେମ ରେ ରଖିବା ତେବେ ଏହା ଭଲ ଭାବରେ ମିଶିବା ପରେ ଏଥିରେ ତିନୋଟି ଅଣ୍ଡା କୁ ଭାଙ୍ଗି କରି ପକାଇ ଦେବା। ତେବେ ଏଠି ଆମେ ଗ୍ୟାସ କୁ ହାଇ ଫ୍ଲେମ କରିବା ଏବଂ ଅଣ୍ଡା କୁ ଭାଜି ଦେବା ତେବେ ଦୁଇ ତିନି ମିନିଟ ଭିତରେ ଭଲ ଭାବରେ ଅଣ୍ଡା ଭାଜି ହୋଇଯିବ।


ତେବେ ଏହା ପରେ ଅଣ୍ଡା କୁ ବାହାର କରିଦେବା ଏହା ପରେ ସେହି କଢେଇ କିମ୍ବା ପ୍ୟାନ ରେ ତେଲ ଗରମ କରି ସେଥିରେ କୋରା ଅଦା ଓ ରସୁଣ ପକାଇବା ଏହା ପରେ ଗୋଟିଏ ପିଆଜ କୁ କାଟି ପକାଇ ଦେବା। ତେବେ ପିଆଜ ବ୍ରାଉନ ହେଲା ପରେ ସେଥିରେ ଅଳ୍ପ ହଳଦୀ ଗୁଣ୍ଡ, ଛୋଟ ଚାମଚ ଚିକେନ୍ ମସଲା,ଏହା ପରେ ଛୋଟ ଟମାଟୋ କୁ କାଟିକି ପକେଇ ଦେବେ ଅଳ୍ପ ଲୁଣ ଦେଇ ଲୋ ଫ୍ଲେମ ରେ ଦୁଇ ମିନିଟ ଘୋଡାଇ ରଖିବା।


ତେବେ ଏହା ପରେ ସେଥିରେ ଭଜା ଅଣ୍ଡା ଓ ଭାତ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହା ପରେ ଆପଣଙ୍କ ଅଣ୍ଡା ଭାତ କିମ୍ବା ଏଗ ଫ୍ରାଇଡ଼ ରାଇସ ପ୍ରସ୍ତୁତ ହୋଇ ଯାଇଛି।ତେବେ ନିଜେ ଖାଆନ୍ତୁ ଏବଂ ଲୋକ ମାନଂକୁ ମଧ୍ୟ ଖୁଆନ୍ତୁ।

Leave a Reply

Your email address will not be published. Required fields are marked *