କଳିଯୁଗ ର 5 ଟି କଟୁ ସତ୍ୟ ଯାହା ଭଗବାନ ଶ୍ରୀ କୃଷ୍ଣ ନିଜେ କହିଛନ୍ତି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି । ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇ ଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ ।

ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ । ଯଦି ଆପଣ ତାହାକୁ ମାନି ଚଳିଥାନ୍ତି ତେବେ ତାହା ସଫଳ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ର ରେ କଳିଯୁଗ ସମ୍ପର୍କରେ ଅନେକ କଥା ବର୍ଣ୍ଣିତ ହୋଇଛି ।

ଶାସ୍ତ୍ର ତ ଭଗବାନ ଙ୍କ ବାଣୀ ଏହା ଆମେ ସମସ୍ତେ ଜାଣିଥାଉ । କିନ୍ତୁ କଳିଯୁଗ ର ଏପରି କିଛି କଥା ଅଛି ଯାହାକୁ ଭଗବାନ ନିଜେ କହିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଳିଯୁଗର ସେହି କଟୁ ସତ୍ୟ ସମ୍ପର୍କରେ ।

ବନ୍ଧୁଗଣ କଳିଯୁଗ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ସମୟ ରେ ହିଁ କଳ୍ପନା କରିସାରିଥିଲେ । ଏହାକୁ ଜାଣିବା ପାଇଁ ପଞ୍ଚୁ ପାଣ୍ଡବ ଇଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବଣ କୁ ପଠାଇଲେ ଓ କହିଲେ ତୁମ୍ଭେମାନେ ଯାହା ସବୁ ବଣ ରେ ଦେଖିକି ଆସିବ ମୋତେ ତାହା ଜଣାଇବ । ଏହା ପରେ ସମସ୍ତେ ବଣ କୁ ଗମନ କରିଥିଲେ ।

ପ୍ରଥମେ ଯୁଧିଷ୍ଠିର ଗୋଟିଏ ଦୁଇଟି ଦାନ୍ତ ଓ ଗୋଟିଏ ବଡ଼ ଶୁଣ୍ଢ ଥିବା ହାତୀ ଟି ଏ ଦେଖିଲେ । ଏହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହେଲେ ଓ ଶ୍ରୀକୃଷ୍ଣ ଙ୍କୁ ପଚାରିଲେ । ଭଗବାନ କହିଲେ କଳିଯୁଗ ରେ ଯେଉଁମାନେ ଶାସନ କରିବେ ସେମାନେ ଠିକ ଏହି ହାତୀ ଭଳି ହିଁ ହେବେ । ଅର୍ଥାତ ସେମାନେ କହିବେ ଗୋଟେ କଥା କିନ୍ତୁ କରିବେ ଆଉ କିଛି । ଏମାନେ ଦୁଇ ଦିଗ ରୁ ପ୍ରଜା ମାନଙ୍କୁ ଶୋଷଣ କରିବେ ।

ଏହା ପରେ ଭୀମ ଦେଖିଥିଲେ ଗୋଟିଏ ଗାଈ ତାର ଛୁଆ ଟି କୁ ତା ଜିଭ ରେ ଚାଟି ଚାଟି ତାର ସମସ୍ତ ଲାଳ ଅଂଶ ତା ଶରୀର ରେ ଲଗାଇସାରିଲାଣି । ଏହା ଦେଖି ସେ ଶ୍ରୀକୃଷ୍ଣ ଙ୍କୁ ପଚାରିବାରୁ ସେ କହିଲେ କଳିଯୁଗ ରେ ପିତାମାତା ମାନେ ନିଜର ସନ୍ତାନ କୁ ବହୁତ ଭଲ ପାଇବେ । ସେମାନେ ନିଜ ସନ୍ତାନ ପ୍ରେମ ରେ ଏତେ ଅନ୍ଧ ହୋଇଯିବେ କି ତାଙ୍କୁ ଧର୍ମ ଵିଷୟ ରେ ଶିକ୍ଷା ଦେଇପାରିବେ ନାହିଁ । ଯଦି ଅନ୍ୟର ପିଲା ଧର୍ମ ମାର୍ଗ ରେ ଯାଇ ସାଧୁ ହୋଇପାରିଲା ତେବେ ତାର ବହୁତ ପ୍ରଶଂସା କରିବେ କିନ୍ତୁ ନିଜ ପିଲା କୁ ସେହି ରାସ୍ତା ରେ ଯିବା ପାଇଁ ମନା କରିବେ ।

ଏହା ପରେ ଅର୍ଜୁନ ଏକ ପକ୍ଷୀ ଦେଖିଲେ ଯାହା ର ପର ରେ ବେଦ ଲେଖା ହୋଇଥିଲା କିନ୍ତୁ ସେ ମାଂସ ଖାଉଥିଲା । ଶ୍ରୀକୃଷ୍ଣ କହିଲେ କଳିଯୁଗ ରେ ଅନେକ ବିଦ୍ୱାନ ରହିବେ କିନ୍ତୁ ସେମାନେ ଧର୍ମ ପରିବର୍ତ୍ତେ ଅନ୍ୟ ଲୋକଙ୍କ ଧନ ସମ୍ପତ୍ତି ଉପରେ ନଜର ରଖିବେ ।

ଏହା ପରେ ନକୁଳ ଦେଖିଲେ ଯେ ଏକ ବଡ଼ ପଥର ଯାହାକି ସମସ୍ତ ବଡ଼ ଗଛ କୁ ଭାଙ୍ଗି କରି ତଳକୁ ଆସିଲା କିନ୍ତୁ ଏକ ଛୋଟ ବୃକ୍ଷ ଏହାକୁ ଅଟକାଇ ପାରିଲା । ଏବେ ଶ୍ରୀକୃଷ୍ଣ କହିଲେ କଳିଯୁଗ ରେ ମନୁଷ୍ୟ ବୁଦ୍ଧି ବହୁତ କମ ହୋଇଯିବ । ସେ ନିଜର ଅବନତି ଆଡ଼କୁ ଗତି କରିବ । ଏଥିରୁ ତାଙ୍କୁ କେଉଁ ଶିକ୍ଷା କିମ୍ବା ଅନ୍ୟକିଛି ଅଟକାଇ ପାରିବ ନାହିଁ କେବଳ ହରି ନାମ କରିବା ଦ୍ୱାରା ହିଁ ମନୁଷ୍ୟ ମୁକ୍ତି ପାଇପାରିବ ।

ଏହାପରେ ସହଦେବ ଅନେକ କୂଅ ଦେଖିଲେ କିନ୍ତୁ ଯେଉଁ କୂଅ ଟି ମଝି ରେ ଥିଲେ ତାହା ବହୁତ ଗଭୀର ଥିଲା କିନ୍ତୁ ସେଥିରେ ପାଣି ନ ଥିଲା । ଏହାକୁ ବୁଝାଇବାକୁ ଯାଇ ଶ୍ରୀକୃଷ୍ଣ କହିଲେ କଳିଯୁଗ ରେ ଅନେକ ବଡ଼ ଲୋକ ରହିବେ ଯେଉଁ ମାନେ ବହୁତ ବିଳାସ କରିବେ ଯେହେତୁ ତାଙ୍କ ପାଖରେ ପ୍ରଚୁର ଧନ ରହିବ । କିନ୍ତୁ ସେମାନେ କୌଣସି ଗରିବ କୁ ସାହାଯ୍ୟ କରିବେ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *