କି ଅପୂର୍ବ ଦୃଶ୍ୟ ! ନନ୍ଦିଘୋଷଠୁ ରତ୍ନବେଦୀ ପର୍ଯ୍ୟନ୍ତ ପଡିଛି କାଳିଆର ପଦଚିହ୍ନ…ପାଦଚିହ୍ନକୁ ଛୁଇଁବା ପାଇଁ ଝୁରୁଛନ୍ତି ଭକ୍ତ, ଦେଖନ୍ତୁ ଭିଡିଓ

ରାସ୍ତାରେ ମହାପ୍ରଭୁଙ୍କ ପାଦ ଚିହ୍ନ । ନନ୍ଦିଘୋଷର ରତ୍ନ ବେଦି ପର୍ଯ୍ୟନ୍ତ କାଳିଆର ପାଦ ଚିହ୍ନ । ପାଦ ଚିହ୍ନକୁ ପାଖରେ ପାଇ ଝୁରୁ ଛନ୍ତି ଭକ୍ତ । ବନ୍ଧୁଗଣ ସେହି ପାଦ ଚିହ୍ନରୁ ଝରୁଛି ଚନ୍ଦନ, କର୍ପୁର ଓ ତୁଳସୀର ବାସ୍ନା । ହେ କାଳିଆ ଏ କି ଅପୂର୍ବ ଲୀଳା ତୋତେ ଛୁଇଁ ପାରିଲେନି ବୋଲି ତୁ ତୋର ବାଦ ଚିହ୍ନ ଛାଡି ଚାଲିଗଲୁ ଆମେ ଆଜି ଧନ୍ୟରେ କାଳିଆ ଆମେ ଆଜି ଧନ୍ୟ । କାଳିଆ ତୁ କାହିଁକି ଗଲୁରେ ।

ଏକୁଟିଆ କରି କାହିଁକି ଚାଲି ଗଲୁ । ତୋ ଆଖିରେ ପରା ମୁଁ ମୋ ନିଜକୁ ଦେଖୁଥିଲି ତୋତେ ଏତେ ପାଖରୁ ପାଇ ପରା ମୁଁ ମୋ ନିଜକୁ ଭୁଲି ଯାଇଥିଲି । ତୋତେ କଣ ଆଉ ଏତେ ପାଖରେ ଦେଖି ପାରିବି । ମୁଁ ପରା ତୋର ଅଧମ ଭକ୍ତ ଟିଏ । ଯଦି ଗଲୁ ମୋତେ ସାଙ୍ଗରେ ନେଇ ଗଲୁନିରେ ଏକୁଟିଆ କରି କାହିଁକି ପଳେଇଲୁ । ବନ୍ଧୁଗଣ ଏମିତି ଏବେ ଭକ୍ତଙ୍କର ମନ ।

ଏବେ ବଡଦାଣ୍ଡରେ ପଡିଥିବା କାଳିଆର ପାଦ ଚିହ୍ନକୁ ପାଇ ଭକ୍ତ ମାନେ ଭାବ ବିହୁଳିତ ହୋଇ ପଡିଛନ୍ତି । ବନ୍ଧୁଗଣ କୋଟି କୋଟି ଭକ୍ତଙ୍କ ଆଖିରେ ଲୁହ ଦେଇ ପୁଣି ଥରେ ଏକୁଟିଆ କରି ଶ୍ରୀମନ୍ଦିର ଭିତରକୁ ଚାଲି ଯାଇଛନ୍ତି କାଳିଆ ସାନ୍ତେ । ହେଲେ ବନ୍ଧୁଗଣ ଛାଡି ଯାଇଛନ୍ତି ପାଦ ଚିହ୍ନ । ଶ୍ରୀ ମନ୍ଦିରରୁ ବାହାରକୁ ଆସି ନିଜେ କାନ୍ଦି ଛନ୍ତି ଏବଂ କନ୍ଦାଇ ଛନ୍ତି ।

କାଳିଆର ଆଖିରୁ ଲୁହ ଝରିଛି ଆଉ ତାକୁ ଦେଖି ଭକ୍ତଙ୍କ ଆଖିରୁ ବି ଲୁହ ଝରିଛି । ଆଉ ଏବେ ଶ୍ରୀ ମନ୍ଦିରକୁ ପ୍ରବେଶ କରିଛନ୍ତି କାଳିଆ ସାନ୍ତେ । ବନ୍ଧୁଗଣ ଗତ କାଲି ହୋଇଥିଲା ନୀଳାଦ୍ରି ବିଜୟ । ଯେତେବେଳେ ମହାପ୍ରଭୁଙ୍କ ସେବକ ମାନେ ମହାପ୍ରଭୁଙ୍କୁ ପହଣ୍ଡି କରି ମନ୍ଦିର ଭିତରକୁ ନେଉଥାନ୍ତି ସେତେବେଳେ ବଡଦାଣ୍ଡରେ ଠିଆ ହୋଇଯାଇଥାନ୍ତି କାଳିଆ ସାନ୍ତେ ।

ଛିଡା ହେବା ସମୟରେ ମହାପ୍ରଭୁଙ୍କ ପାଦ ଚିହ୍ନ ବଡଦାଣ୍ଡରେ ପଡିଥାଏ । ନନ୍ଦିଘୋଷ ରଥ ଠାରୁ ଆରମ୍ଭ କରି ରତ୍ନ ବେଦୀ ପର୍ଯ୍ୟନ୍ତ ପଡି ଥାଏ ମହାପ୍ରଭୁଙ୍କ ପାଦ ଚିହ୍ନ । କଳା ପିଚ ପିଚ ରାସ୍ତା ଉପରେ ପଡିଥିବା ହଳଦିଆ ପାଦ ଚିହ୍ନ ଆଜି ଭକ୍ତ ମାନଙ୍କୁ ଟାଣି ଆଣିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *