କଳି ଯୁଗର କଳାଧନ ସାଲିଆସାହିର କୋଟିପତି ମଜୁରିଆ ! ଯାହାଙ୍କ କଳା କାରନାମା ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପେଶା ରେ ଦିନ ମଜୁରିଆ । ମାତ୍ର ଘରୁ ବାହାରିଲା ଦେଢ କୋଟି ଟଙ୍କା । ସାଲିଆ ସାହି ବସ୍ତି ରେ ଦେଖିବାକୁ ମିଳିଛି କଳା ଟଙ୍କାର ଗୁମର । ଝୁମ୍ପୁଡି ଘରେ କୋଟିପତି ଯନ୍ତ୍ରୀ ଙ୍କ ଗୁପ୍ତ ଧନର ଖୋଲିଲା ପେଡୀ । ସାଲିଆ ସାହିର ଏକ ଝୁମ୍ପୁଡି ଘରେ ରହୁଥିଲେ ଉର୍ବଶୀ ପ୍ରଧାନ । ସାଲିଆ ସାହି ହଟିଆଶୁଣି ବସ୍ତି ର ଏକ ଘରୁ ଠାବ ହୋଇଛି ନଗଦ ୧ କୋଟି ୪୧ ଲକ୍ଷ ଟଙ୍କା ।

କେବଳ ସେତିକି ନୁହେଁ ୩୫୪ ଗ୍ରାମ ର ସୁନା ଏବଂ ୧ କେଜି ର ରୂପା ଅଳଙ୍କାର ମଧ୍ୟ ଜବତ ହୋଇଛି । ଆଶ୍ଚର୍ଯ୍ୟ ହେବାର ଆହୁରି ଅନେକ କାରଣ ରହିଅଛି । କାରଣ ଭଡା ରେ ରହୁଥିବା ଉର୍ବଶୀ ରାତି ପାହିଲେ, ସିମେଣ୍ଟ, ଗୋଡି ଏବଂ ମାଟି କାମ କରୁଥିଲେ । ଅଥବା ଦିନ ମଜୁରିଆ ଭାବରେ କାମ କରୁଥିଲେ ।

ମାତ୍ର ତାଙ୍କ ଘରୁ ୧ କୋଟି ରୁ ଅଧିକ ଟଙ୍କା ମିଳିବା ବସ୍ତି ବାସିନ୍ଦା ଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ କେବେଠାରୁ ସେ ମୁଲିଆ କମ କରିଥିବ ଆମେ ଜାଣି ନାହୁଁ ମାତ୍ର ଏଇଠି ଯେତେ ଦିନ କାମରେ ଲାଗିଲା ଆମ୍ଭେ ଜାଣିଛୁ । ସେ ଭଡା ୨ ରୁ ୩ ଦିନ ହେବ ଥିଲେ । ତେବେ ଉର୍ବଶୀ ପ୍ରଧାନ ହେଉଛନ୍ତି କଳ୍ପନା ପ୍ରଧାନ ଙ୍କ ଭଉଣୀ । ଏବଂ କଳ୍ପନା ହେଉଛନ୍ତି କୋଟିପତି ଯନ୍ତ୍ରୀ କାର୍ତ୍ତିକ ରାଉଳ ଙ୍କର ଦ୍ଵିତୀୟ ପତ୍ନୀ ।

ସମ୍ପର୍କ ରେ ଯେତେ ଜଟିଳତା କଳା ଟଙ୍କା ଘୋଡାଇବାରେ ସେତେ ଗୁମର । ଭଉଣୀ ର ଠିକଣା ସାଲିଆ ସାହି ରେ ଏବଂ ବଡ ଭଉଣୀ ଅର୍ଥାତ କଳ୍ପନା ରହୁଥିଲା ଆଲିଶାନ ଫ୍ଲାଟ ରେ । ସେହି ଫ୍ଲାଟ କୁ ଭଞ୍ଜନଗର ରୁ ମଝି ମଝିରେ ଆସୁଥିଲେ ସ୍ଵାମୀ କାର୍ତ୍ତିକେଶ୍ଵର । ସୂଚନା ଅନୁଯାୟୀ କାର୍ତ୍ତିକେଶ୍ଵର ଙ୍କ ଦ୍ଵିତୀୟ ପତ୍ନୀ ହେବା ପୂର୍ବ ରୁ କଳ୍ପନା ମଧ୍ୟ ଏହି ସାଲିଆ ସାହି ରେ ରହୁଥିଲେ ।

ମାତ୍ର କାର୍ତ୍ତିକେଶ୍ଵର ଙ୍କୁ ବିବାହ କରିବା ପରେ ଆଉ ସାଲିଆ ସାହି କୁ ଆସୁ ନଥିଲେ । ମାତ୍ର ଟଙ୍କା ଲୁଚାଇବାକୁ ଶେଷରେ ସେହି ସାଲିଆ ସାହି କୁ ଆସିବାକୁ ପଡିଥିଲା । ତେବେ ଏହିଭଳି ଆଇନ ଆଖିରେ ଧୂଳି କଳାଧନ କୁ ଲୁଚାଇ ରଖିବା କେତେଦୂରେ ଠିକ ? ଏହାକୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *