ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. କାନ୍ଥରେ ଥାଏ ସେ ଛାତରେ ଥାଏ ପୋକ ମାଛି ଯେତେ ଗୋଡେଇ ଖାଏ ଶୋଷ ଲାଗିଲେ ପିଏନି ପାଣି ମାଟି ଛୁଇଁ ଶୋଷ ଉଭେଇଯାଏ, କହିଲ ଦେଖି କିଏ ସେ ଇଏ ?
ଉତ୍ତର- ଝିଟିପିଟି
୨. ପଶୁ ନୁହେଁ କି ସେ ପକ୍ଷୀ ନୁହେଁ ଦିନରେ ସୁଏ ସେ ରାତିରେ ଚିଏଁ, କହିଲ ଭାବି କିଏ ସେ ସିଏ ?
ଉତ୍ତର- ବନ୍ଧୁଗଣ ଏ ହେଉଛି ଚେମିଣିଆଁ ।
୩. ବୋଉର ସେ ଭାଇ ନୁହେଁ ତଥାପି ମାମୁଁ ଡାକୁ ଜଙ୍ଗଲରେ ରହେ ସିଏ ନୁହେଁ ସେ ଚୋର ଡାକୁ ?
ଉତ୍ତର- ବାଘ ମାମୁଁ
୪. ଯେତେ ତାକୁ ଟାଣିବ ଲମ୍ବା ହେବା ବଦଳରେ ସେ ସେ କମିବ ?
ଉତ୍ତର- ସିଗାରେଟ
୫. ଉପରକୁ ଯେତେ ମୋଟା ଗଣ୍ଡି ଭିତରେ ତା ସେତେ ବଡ ପୋଲ ଭାରି ସିଏ ଉପକାରୀ-ନାହିଁ ତାର ମୂଲ, ତାହା କଣ ?
ଉତ୍ତର- ବାଉଁଶ
୬. ଆ ହାତରୁ ତା ହାତ ହୁଏ ସେ ବହୁତ ଯା ହାତରେ ରହିଲା ସିଏ ମଜବୁତ ?
ଉତ୍ତର- ଟଙ୍କା
୭. କବାଟ ପଡିଲେ ଦିନବି ଅନ୍ଧାର କବାଟ ଖୋଲିଲେ ପୃଥିବୀ ସୁନ୍ଦର, ତାହା କଣ ?
ଉତ୍ତର- ଆଖି ପତା
୮. ସକାଳେ ସଞ୍ଜରେ ଲାଲ ଗୁଲୁଗୁଲୁ ଖରାବେଳେ ଚାହିଁ ହୁଏନା ରାତି ହେଲେ ସିଏ କେଣେ ଲୁଚିଯାଏ ଯେତେ ଖୋଜିଲେ ବି ପାଏନା, ତାହା କଣ ?
ଉତ୍ତର- ସୂର୍ଯ୍ୟ
୯. ମୋ ପାଖକୁ ଛୋଟ ବଡ ସବୁ ଆସିଥାଏ ଛୋଟ ଛୋଟ ଖସିଯାଏ, ବଡ ଫସିଯାଏ, ତାହା କଣ ?
ଉତ୍ତର- ଚାଲୁଣି
୧୦. ଖାଇବାକୁ ସକ ସକ ଖାଇଦେଲେ ଲାଗେ ଭୋକ, ତାହା କଣ ?
ଉତ୍ତର- ହାଜମୋଲା
୧୧. ଗୋଟିଏ ଗୁମ୍ଫାରେ ବତିଶି ଚୋର ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ ?
ଉତ୍ତର- ଦାନ୍ତ
୧୨. ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ଗୋଟେ ନାହିଁ ?
ଉତ୍ତର- ତାରା
୧୩. ବାପାଙ୍କର ଭଉଣୀ ସିଏ ଜେଜେଙ୍କର ଝିଅ ବୋଉର ସେ ନଣନ୍ଦ ହବ କିଏ ସିଏ କୁହ ?
ଉତ୍ତର- ପିଉସୀ ନାନି
୧୪. ମୋତେ କଟାଯାଏ ମୋତେ ଛେଚା ଯାଏ ମୋତେ ଭାରି ବାଧେ ହେଲେ ମୋତେ କାଟୁ ଥିବା ଲୋକ ଲୁହ ଝାରି କାନ୍ଦେ ?
ଉତ୍ତର- ପିଆଜ
୧୫. କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଷଣ୍ଢ, ସୋରିଷଥୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ? କୁହନ୍ତୁ ସେ କିଏ ?
ଉତ୍ତର- ଉଙ୍କୁଣି