ଦେଖନ୍ତୁ Video- କରୋନା କରିଦେଲା ଅନାଥ, କଇଁ କଇଁ ହେଇ କାନ୍ଦୁଛି ଏହି ଝିଅ, ଥରେ ଦେଖନ୍ତୁ ଏହି Video ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକ ନିଜ ପ୍ରାଣ ହରାଇ ସାରିଛନ୍ତି ।

କିଏ ନିଜ ବାପା ମାଙ୍କୁ ହରେଇଛି ତ କିଏ ନିଜ ଭାଇ ଭଉଣୀଙ୍କୁ । ବନ୍ଧୁଗଣ ବର୍ତ୍ତମାନର ସମୟରେ କେତେକ ଲୋକ ଭାଙ୍ଗି ପଡିଛନ୍ତି । ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଦୁଃଖ ଭରା ଖବର ନେଇ ଆସିଛୁ ଯାହା ବିଷୟରେ ଜାଣିଲ ପରେ ଆପଣ ମାନଙ୍କ ଆଖିରୁ ଲୁହ ଝରି ଆସିବ ।

ବନ୍ଧୁଗଣ ଏହି ଖବରଟି ହେଉଛି ବାଲେଶ୍ଵର ଜିଲ୍ଲାର । କରୋନା ପାଇଁ ଗୋଟେ ଝିଅ ତା ମାକୁ ହରେଇଛି ବାପା ଆଗରୁ କ୍ୟାନ୍ସରରେ ଚାଲି ଯାଇଥିଲେ ଓ ଏବେ ମା । ଝିଅଟି ବର୍ତ୍ତମାନ ଅନାଥ ହୋଇଯାଇଛି । ବନ୍ଧୁଗଣ ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ଓ ଆଜିଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ମୁତାବକ ହି ଖବରଟି ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର । ବନ୍ଧୁଗଣ ଏହି ଗ୍ରାମରେ ରହୁଥିବା ମଧୁସୂଦନଙ୍କ ଘରେ ଏହି ଘଟଣାଟି ଘଟିଛି । ପରିବାରକୁ ଚଳେଇବା ପାଇଁ ମଧୁସୂଦନ ମଜୁରିଆ ଭାବରେ କାମ କରୁଥିଲେ ହେଲେ ଟଙ୍କା ଅଭାବରୁ କ୍ୟାନ୍ସରରେ ଚାଲିଗଲେ । ସ୍ଵାମୀ ଯିବା ପରେ ରେବତୀ ନିଜ ଝିଅକୁ ମଣିଷ କରିବା ପାଇଁ ଅଙ୍ଗବାଡିରେ କାମ କରୁଥିଲେ । ହେଲେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ସେ ମଧ୍ୟ ଝିଅକୁ ଛାଡି ଚାଲିଯାଇଥିଲେ ।

କରୋନା କାଳରେ ସମ୍ମୁଖ ଯୋଦ୍ଧା ଭାବେ ଲୋକ ମାନଙ୍କୁ ସଚେତନ କରାଉଥିବା ବେଳେ କରୋନରେ ଆକ୍ରାନ୍ତ ହୋଇ ଆଖି ବୁଝି ଦେଲେ ରେବତୀ । ବନ୍ଧୁଗଣ ବର୍ତ୍ତମାନ 9 ବର୍ଷର କୁନି ଝିଅଟି ଅନାଥ କରିଦେଲା ଏହି କରୋନା । ବାପା ମାଙ୍କ ମୃତ୍ୟୁ ପରେ ପରିବାରର ଅନ୍ୟ କେହି ଲୋକ ନାହାନ୍ତି ଏହି ଝିଅ କଥା ବୁଝିବା ପାଇଁ ।

ଝିଅକୁ ରଖିବା ପାଇଁ କେବଳ ତାର ବୁଢୀ ଆଇଟି ବଞ୍ଚିଛି । ଯେଉଁ ପାଞ୍ଚ କିଲୋ ଚାଉଳ ଭତ୍ତା ପାଉଛନ୍ତି ସେଥିରେ ବଞ୍ଚୁ ଛନ୍ତି ଝିଅ ଓ ତାର ଆଇ । ଦିନ ସାରା କେବଳ ମାଙ୍କ ଫଟୋକୁ ଦେଖି କାନ୍ଦୁଛି ସେହି କୁନି ଝିଅଟି । ଝିଅଟି ବର୍ତ୍ତମାନ ବହୁତ କମ ବୟସରେ ଘରର ସମସ୍ତ କାମ କରୁଛି । ସେପଟେ କୁନି ଝିଅଟିର ଏହିପରି ଅବସ୍ତା ଦେଖି ସାହି ପଡିଶାଙ୍କ ଆଖିରୁ ଲୁହ ଝରୁଛି ।

ପରିବାରର ଅନ୍ୟ କେହି ସଦସ୍ୟ ନଥିବାରୁ ବାପା ମାଙ୍କୁ ଝୁରି ଝୁରି ଭୋକ ଉପାସରେ ରହୁଛି କୁନି ଝିଅଟି । ଏହି ସମୟରେ ସାହି ପଡିଶା ମାନେ ଝିଅକୁ ଖାଇବା ପିଇବାକୁ ଦେଉଛନ୍ତି । ଅନ୍ୟ ପକ୍ଷରେ କିପରି ଝିଅର ଲାଳନ ପାଳନ କରିବେ ସେନେଇ ଚିନ୍ତିତ ଅଛନ୍ତି ଗ୍ରାମ ବାସୀ ।

Leave a Reply

Your email address will not be published. Required fields are marked *