କୈଳାସ ପର୍ବତର ଭୟଙ୍କର ରହସ୍ୟ ! ଯାହାକୁ ଦେଖି ବୈଜ୍ଞାନିକ ମାନଙ୍କର ଉଡିଗଲା ହୋସ…

ଆମ ପୃଥିବୀରେ ବହୁତ ଗୁଡାଏ ଭିନ୍ନ ଭିନ୍ନ ଓ ବଡ ବଡ ପର୍ବତ ଅଛି । କିନ୍ତୁ ଯଦି ସବୁଠାରୁ ଅଦ୍ଭୁଦ ଓ ଚମତ୍କାରୀ ପର୍ବତ କୁହାଯାଏ ତା ହେଲେ କୈଳାସ ପର୍ବତର ନାମ ପ୍ରଥମେ ଆସେ । କାରଣ ଏହି ପର୍ବତ ଏତେ ରହସ୍ୟମୟ ଅଟେ ଯେ ଆଜି ପର୍ଯ୍ୟନ୍ତ ଏହି ପର୍ବତକୁ ଚଢିବାରେ କେହି ମଧ୍ୟ ସଫଳ ହୋଇ ନାହାନ୍ତି । ଆଉ ଯେଉଁ ମାନେ ଜିଦରେ ଏହି ପର୍ବତ ଉପରେ ଚଢିବା ପାଇଁ ଚେଷ୍ଟା କରିଥିଲେ ସେମାନଙ୍କର ରହସ୍ୟମୟ ମୃତ୍ୟୁ ହୋଇଛି ।

କୈଳାସ ପର୍ବତକୁ ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥାନ ବୋଲି କୁହାଯାଏ କାରଣ ପୌରାଣିକ କଥା ଅନୁସାରେ ଏହି ପର୍ବତକୁ ସୃଷ୍ଟି କର୍ତ୍ତା ଭଗବାନ ଶିବଙ୍କ ନିବାସ ବୋଲି କୁହାଯାଇଛି । ଏହି ପର୍ବତ ସହ ଜଡିତ ଏତେ ରହସ୍ୟ ରହିଛି ଯେ, ଯାହାକି ଆଜି ପର୍ଯ୍ୟନ୍ତ ବଡ ବଡ ବୈଜ୍ଞାନିକ ମାନେ ସମାଧାନ କରି ପାରି ନାହାନ୍ତି । ପୌରାଣିକ କଥା ଅନୁସାରେ ଭଗବାନ ଶିବ ନିଜ ପରିବାର ସହ କୈଳାସ ପର୍ବତରେ ରହୁଥିଲେ ।

ଅନ୍ୟ ଧର୍ମରେ ମଧ୍ୟ କୈଳାସ ପର୍ବତକୁ ନେଇ ସେମାନଙ୍କର ଅଲଗା ମାନ୍ୟତା ରହିଛି । ଏହି ପର୍ବତର ଉଚ୍ଚାତା ପାଖାପାଖି 21 ହଜାର 778 ଫୁଟ । ଏହାର ଦକ୍ଷିଣ ଓ ପଶ୍ଚିମ ଦିଗରେ ମାନସରବର ଏବଂ ରକ୍ଷାସ୍ଥଳ ନାମକ ପ୍ରସିଦ୍ଧ ହ୍ରଦ ଅବସ୍ଥିତ । ଏହି ପର୍ବତରୁ ବହୁତ ପ୍ରସିଦ୍ଧ ନଦୀ ବାହାରି ଛନ୍ତି । ସେଗୁଡିକ ହେଲା ବ୍ରହ୍ମପୁତ୍ର, ସତରୁଜ ଓ ସିନ୍ଧୁ ନଦୀ  । ଯଦି ଉଚ୍ଚତା ତୁଳନାରେ ଦେଖାଯାଏ ତେବେ ଏହା ଦୁନିଆର ସବୁଠାରୁ ବଡ ପର୍ବତ ନୁହେଁ ।

କାରଣ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା 19031 ଫୁଟ ଅଛି ଯାହା କୈଳାସ ପର୍ବତ ଠାରୁ ବହୁତ ବଡ । ହେଲେ କୈଳାସ ପର୍ବତ କେବଳ ତାର ରହସ୍ୟ ପାଇଁ ସାରା ବିଶ୍ଵରେ ପ୍ରସିଦ୍ଧ ଅଟେ । ଏହି ପର୍ବତକୁ ଦୂରରୁ ଦେଖିଲେ ଏହା ବରଫରେ ଘୋଡା ହୋଇଥିବା ଏକ ବିଶାଳ ଶିବ ଲୀଙ୍ଗ ଭଳି ଲାଗେ । ଏହି ପବିତ୍ର ପର୍ବର ଦର୍ଶନ କରିବାର ଭାଗ୍ୟ କେବଳ ସେହି ମାନଙ୍କର ଥାଏ ଯେଉଁ ମାନେ ଅମରନାଥ ଦର୍ଶନ କରିବାକୁ ଆସିଥାନ୍ତି ।

କାରଣ ଅମରନାଥ ଯାତ୍ରା ସମୟରେ ସେମାନଙ୍କୁ ଶିଖର ଦେଇ ଯିବାକୁ ପଡେ ଆଉ ସେହି ସମୟରେ ସେମାନଙ୍କୁ ଏ ଭବ୍ୟ ପର୍ବତ ଦେଖାଯାଏ । କୈଳାସ ପର୍ବତର ସବୁଠାରୁ ବଡ ରହସ୍ୟ ଏହା ଯେ, ଏହି ପର୍ବତର ଶିଖରରେ ଆଜି ପର୍ଯ୍ୟନ୍ତ କେହି ଚଢି ପାରି ନାହାନ୍ତି ।

କୁହାଯାଏ ଯଦି କେହି କୈଳାସ ପର୍ବତ ଉପରେ ଚଢିବାକୁ ଚେଷ୍ଟା କରେ ସେମାନଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ହୋଇଯାଏ । କେହି ମଧ୍ୟ ଜାଣି ନାହାନ୍ତି କୈଳାସ ପର୍ବତରେ ସେହି ଲୋକ ମାନଙ୍କ ସହ କଣ ଘଟିଛି । ଏହା କେବଳ ରହସ୍ୟ ହୋଇ ରହିଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *