କଂଗ୍ରେସ ବିଧାୟକ ସୁର ଭାଇ (Sura Routray) ଙ୍କୁ ଉଠାଇ ନେଲା ପୋଲିସ, କିନ୍ତୁ କାହିଁକି ? ଜାଣିବା ପାଇଁ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ନିଜର ଖୋଲା ମିଜାଜ୍, କଥାବାର୍ତ୍ତା ଓ ଭାଷଣକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କଂଗ୍ରେସ ମୁଖପାତ୍ର ସୁର ରାଉତରାୟ । ଯେକୌଣସି ସମୟରେ ଯେକୌଣସି ଚର୍ଚ୍ଚିତ ବିଷୟରେ ନିଜର ପ୍ରତିକ୍ରିୟା ଦେଇଥାଆନ୍ତି ସୁର ରାଉତରାୟ । ସୋସିଆଲ ମିଡିଆରେ ନିୟମିତ ଭାବେ ତାଙ୍କର ଭିଡିଓ ଗୁଡ଼ିକ ବେଶ୍ ଭାଇରାଲ୍ ହୁଏ ।ହୁଏତ ଆପଣ ମାନେ ମଧ୍ୟ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡ଼ିଆ କିମ୍ବା ନ୍ୟୁଜରେ ଦେଖିଥିବେ ।

ଆଉ ଏବେ ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ବିଧାୟକ ସୁର ରାଉତରାୟ ସବୁବେଳେ ତାଙ୍କ କାମକୁ ନେଇ ଆଉ କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଆଉ ଏବେ ସେ ବହୁତ ଚର୍ଚ୍ଚାରେ ଅଛନ୍ତି । ତାଙ୍କୁ ପୋଲିସମାନେ ଟେକି ନେଉଥିବାର ଭିଡିଓ ଏବେ ୟୁଟ୍ୟୁବରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ସେହି ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କି ବିଧାୟକ ସୁର ରାଉତରାୟଙ୍କୁ କାହିଁକି ଏମିତି ପୋଲିସ ମାନେ ଉଠାଇ ନେଲେ ।

ତେବେ ଦରବୃଦ୍ଧି , ବେରୋଜଗାର ଏବଂ ଜିଏସଟି ବୃଦ୍ଧି ପ୍ରତିବାଦ ରେ ରାଜ୍ୟବ୍ୟାପୀ କଂଗ୍ରେସ ର ଜୋରଦାର ବିକ୍ଷୋଭ ହୋଇଛି । ଆଜି ଭୁବନେଶ୍ୱରର ରାଜଭବନ ଆଗରେ ଘେରାଉ କରିଛି କଂଗ୍ରେସ । ନିଜର ଫାଇଦା ପାଇଁ କେନ୍ଦ୍ର ସରକାର ଙ୍କ ଜିଏସଟି  ନୀତି କୁ ରାଜ୍ୟ ସରକାର ଗ୍ରହଣ କରୁଥିବାରୁ ବିଜେଡି ସରକାର କୁ ମଧ୍ୟ ଭର୍ତ୍ସନା କରିଛି କଂଗ୍ରେସ । ଦରବୃଦ୍ଧି ତଥା ବେକାରୀ ସମସ୍ୟା କୁ ନେଇ ଆଜି ସାରା ଦେଶରେ ପ୍ରତିବାଦ ଜଣାଉଛି କଂଗ୍ରେସ ।

ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା କୁ ନେଇ ଆଜି ସାରା ଦେଶରେ କଂଗ୍ରେସ ରାଜରାସ୍ତା କୁ ଉହ୍ଲାଇଛି । ତେବେ ଯଦି ଏହି ସମସ୍ୟା କୁ ସମାଧାନ ନ କରାଯାଏ ତାହେଲେ କଂଗ୍ରେସ ଏହି ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବ । ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବ୍ୟାରିକେଟ ଭାଙ୍ଗି ଯିବାକୁ ଚେଷ୍ଟା କରିଥିଲେ । ଭୁବନେଶ୍ୱରରେ ଆଜି ପାଖାପାଖି ୧୧ ଟି ବେଳକୁ ରାଜଭବନ ଅଭିମୁଖେ ରାଲି ବାହାରିଥିଲା ।


ଏହି ରାଲି ରେ ଯୋଗ ଦେଇଥିଲେ ବିଧାୟକ ସୁର ରାଉତରାୟ ।   ତେବେ ସେହି ରାଲି ରେ କିଛି ଆରକ୍ଷୀ ଅଧିକାରୀ ମାନେ ସୁର ରାଉତରାୟ ଙ୍କୁ ଟେକି ଟେକି ନେଉଥିବାର ଦେଖା ଯାଇଛି । ସୁର ରାଉତରାୟ କହିଛନ୍ତି ଯେ , ଚିନି ରେ , ଗୁଡ ରେ ମୁଡି ରେ ,ଚାଉଳ ରେ ,ଡାଲି ରେ ଯେଉଁ ଜିଏସଟି ଲଗା ଯାଇଛି , ତାରି ବିରୁଦ୍ଧ ରେ ଏହି ସଂଗ୍ରାମ । କେତେ ଦିନ ଟେକିକି ନେବୁ ଦେଖିବା । ଶେଷରେ କହିଛନ୍ତି ରହ ୨୦୨୪ ରେ ତମ ସହିତ ଆମର ମୁକାବିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *