କାହିଁକି ଖରାପ ହୁଏ Kidney ? କଣ ଆପଣ ଏମିତି ଭୁଲ କରୁ ନାହାନ୍ତି ତ ? ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁଗଣ ଯଦି ଆମେ ଶରୀରର ମୁଖ୍ୟ ଅଙ୍ଗ କହିବା ତା ହେଲେ ସେଥିମଧ୍ୟରୁ ଗୋଟେ ହେଉଛି କିଡ୍ନି । ଆପଣ ମାନେ ଘରେ ଫିଲ୍ଟର ରଖିଥାନ୍ତି ଫିଲ୍ଟର ପାଣିରୁ ବର୍ଜ୍ୟ ବସ୍ତୁ ବାହାର କରିଥାଏ ଓ ଆମକୁ ଭଲ ପାଣି ଦେଇଥାଏ । ଠିକ ସେହି ଭଳି ଯେତେବେଳେ ଆମ ପଣି ପିଇ ଥାଉ ସେତେବେଳେ ଆମ ଶରୀର ପାଇଁ ମାତ୍ର ଦେଢ ଲିଟର ପାଣି ଲାଗି ଥାଏ ଓ ଅନ୍ୟ ବର୍ଜ୍ୟ ବସ୍ତୁ ଝାଳ ଓ ମୁ-ତ୍ର ବାଟରେ ଚାଲି ଯାଇଥାଏ ।

ତେବେ ମୁ-ତ୍ର ଆକାରରେ ବାହାରିବା ପାଇଁ କିଡ୍ନିର ଆବଶ୍ୟକତା ପଡିଥାଏ କାରଣ କି-ଡ୍ନି ହିଁ ଫିଲ୍ଟର ଭଳି କାମ କରିଥାଏ । ବନ୍ଧୁଗଣ ଅନେକ ଲୋକଙ୍କର କିଡ୍ନି ଖରାପ ହୋଇଯାଉଛି । କେତେ ଜଣଙ୍କର ଦୁଇଟି ଯାକ କିଡ୍ନି ଖରାପ ହେଉଛି ତ କେତେ ଜଣଙ୍କର ଗୋଟିଏ କିଡ୍ନି । ଆମ ଭାରତ ଦେଶରେ ଅଧିକାଂଶ ଲୋକଙ୍କର ଡାଇବେଟିସ ସମସ୍ୟା ରହିଛି । ଡାଇବେଟିସ ଥିବା ରୋଗୀ ମାନଙ୍କର ଭବିଷ୍ୟତରେ କିଡ୍ନି ରୋଗରେ ପୀଡିତ ହେବାର ଏକ ବଡ ସମ୍ଭାବନା ରହିଛି ।

ଯେହେତୁ ଆମ ଦେଶରେ ଅଧିକାଂଶ ଡାଇବେଟିସ ରୋଗୀ ଅଛନ୍ତି ତେଣୁ ସେମାନଙ୍କୁ କିଡ୍ନି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କିଡ୍ନି ଖରାପ ହେବାର ଆଉ ଗୋଟେ କାରଣ ହେଉଛି ଅନେକ ଲୋକଙ୍କର ଜ୍ଵର ଓ ଆଣ୍ଠୁ ଗଣ୍ଠି ବ୍ୟଥା ହୋଇଥାଏ ସେହି ସମୟରେ ଅନେକ ଲୋକ ବିଭିନ୍ନ ପ୍ରକାରର ମେ-ଡ଼ି-ସି-ନ ବର୍ଷ ବର୍ଷ ଧରି ଖାଇ ଥାନ୍ତି ।


ଅଯଥା ମେ-ଡ଼ି-ସି-ନ ଖାଇବା ଦ୍ଵାରା ମଧ୍ୟ କିଡ୍ନି ଖରାପ ହୋଇଥାଏ । ବନ୍ଧୁଗଣ କିଡ୍ନି ଖରାପ ହେବା ଦ୍ଵାରା କିଛି ଲକ୍ଷଣ ମଧ୍ୟ ଦେଖା ଦେଇଥାଏ । ଅନେକ ସମୟରେ ଆପଣଙ୍କୁ ଦୁର୍ବଳ ଲାଗିବ, ବା-ନ୍ତି ଲାଗିବ, ଆପଣଙ୍କୁ ଠିକ ଭାବରେ ନିଦ ହେବ ନାହିଁ ଓ ଆପଣଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେବ ।

ଏହି ସବୁ ସମସ୍ୟାକୁ ଲୋକମାନେ ସାଧାରଣ ଭାବି ଥାନ୍ତି ହେଲେ ବନ୍ଧୁଗଣ ଯଦି ଏହି ସବୁ ସମସ୍ୟା ବାରମ୍ବାର ହେଉଛି ତା ହେଲେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ । ବନ୍ଧୁଗଣ କିଡ୍ନି ସମସ୍ୟା ହେବାର ଆଉ ଗୋଟେ ମୁଖ୍ୟ କାରଣ ରହିଛି । ଆପଣ ମାନେ ଦେଖିଥିବେ ଗୋଟିଏ ସ୍ଥାନରେ ଅଧିକାଂଶ କିଡ୍ନି ରୋଗୀ ଅଛନ୍ତି ଏହାର କାରଣ ହେଉଛି ସେହି ସ୍ଥାନରେ ଥିବା ପାଣିରେ ମାଙ୍ଗାନିଜ ଓ ଜିଙ୍କର ପରିମାଣ ଅଧିକ ରହିଥାଏ ଯାହାକୁ ପିଇବା ଦ୍ଵାରା ଲୋକ ମାନଙ୍କ କିଡ୍ନି ଖରାପ ହୋଇଯାଇଥାଏ ।

ଯଦି ବନ୍ଧୁଗଣ ଆପଣ କିଡ୍ନି ଜଡିତ ସମସ୍ୟାର ସମ୍ମୁଖୀନ ହେବାକୁ ଚାହୁଁ ନାହାନ୍ତି ତା ହେଲେ ଆପଣ ନିଜ ଘରେ ଭଲ ପାଣି ଫିଲ୍ଟରର ବ୍ୟବହାର କରନ୍ତୁ । ଯଦି ଆପଣଙ୍କ ଘରେ ଫିଲ୍ଟର ନାହିଁ ତା ହେଲେ ଆପଣ ପାଣିକୁ ୧୦୦ ଡିଗ୍ରୀରୁ ଅଧିକ ଫୁଟାଇ ପିଅନ୍ତୁ ।

Leave a Reply

Your email address will not be published. Required fields are marked *