କାହିଁକି ପାଗଳ ହେଇ ଏଣେ ତେଣେ ବୁଲୁଛନ୍ତି ଆଡଭୋକେଟ Byomkesh Tripathy….ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆମେ ସୋସିଆଲ ମିଡିଆରେ ଅନେକ ଗୀତ ଦେଖିଥାଉ । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଗୀତ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଆପଣ ମାନଙ୍କର ପ୍ରିୟ ଓକିଲ ବୋମ୍ୟାକେଶ ତ୍ରିପାଠୀ ଏବେ ପାଗଳ ଭେଷରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି । ଏବେ ନିଜର ଏହି ଗୀତ ପାଇଁ ବୋମ୍ୟାକେଶ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ସେହି ଗୀତର ସାରାଂଶ କଣ ଆଉ ସେ କାହିଁକି ଏଭଳି ପାଗଳ ଭେଷ ନେଇଛନ୍ତି ତାହା ବିଷୟରେ ସେ ଏକ ସାକ୍ଷାତ୍କାରରେ କହିଛନ୍ତି । ବୋମ୍ୟାକେଶ ଏକ ସାକ୍ଷାତ୍କାରରେ କହିଛନ୍ତି-‘ମୋର ପ୍ରଫେସନ ସହିତ ମୋର ଅଭିନୟର କୌଣସି ସମ୍ବନ୍ଧ ନାହିଁ । ପିଲା ଦିନରୁ ଅଭିନୟ କରିବା ପାଇଁ ମୋର ରୁଚି ଥିଲା ସେତେବେଳେ ତ ମଉକା ମିଳି ନଥିଲା ।

ବହୁତ ଚେଷ୍ଟା କରିଛି ଅଭିନୟ କରିବା ପାଇଁ ହେଲେ ମୁଁ ଫେଲ ହେଇଛି । କାରଣ ସାଧାରଣ ମଣିଷ ଏତେ ସହଜରେ ଅଭିନୟ କରୁ ପାରୁ ନଥିଲା ଯେଉଁ ମାନେ ଫିଲ୍ମ ବ୍ୟାକଗ୍ରାଉଣ୍ଡରୁ ଆସୁଥିଲେ ସେମାନେ ଅଭିନୟ କରୁଥିଲେ । ଏହା ସହ ଯେଉଁ ମାନଙ୍କ ପାଖରେ ଅଧିକ ପଇସା ଥିଲା ସେମାନେ ଅଭିନୟ କରିବାର ମଉକା ପାଉ ଥିଲେ । ସେତେବେଳେ ମୁଁ ବହୁତ ଚେଷ୍ଟା କରିଥିଲି ହେଲେ ମୋତେ ଅଭିନୟ କରିବାର ସୁଯୋଗ ମିଳି ନଥିଲା  ।

ହେଲେ ଆଜି ମୋତେ ଏମିତି ଏକ ସୁଯୋଗ ମିଳିଛି ଏମିତି ଗୋଟେ ସମୟ ଆସିକି ପହଞ୍ଚିଛି ନିଜ କଳା ଦେଖେଇବା ପାଇଁ ବହୁତ ପ୍ଲାଟଫର୍ମ ରହିଛି । ମୁଁ ଯେଉଁ ଗୀତରେ ଅଭିନୟ କରିଛି ସେଥିରେ ପୁଅ ବୋହୁ ବାପାକୁ ଘରୁ ବାହାର କରି ଦେଇଛନ୍ତି ବାପା ହାର୍ଟ ଆଟାକ କାରଣରୁ ମରି ଯାଇଛି ଆଉ ଶେଷରେ ପୁଅ ପାଗଳ ହେଇ ଯାଇଛି । ମୁଁ ଦେଖେଇଛି ଲୋକ ଲୋଚନକୁ ଯେ, ଗୋଟେ ପରିବାରରେ ବାପାର କେତେ ବଡ ଭୂମିକା ରହିଛି ।

ବାପର ଯେଉଁ ସ୍ଵପ୍ନ ଅଛି କେମିତି ପିଲା ବଡ ହେଲା ପରେ ସେ କେମିତି ବାପାର ସ୍ଵପ୍ନ ବୁଝି ପାରେନି ତାହା ଆମେ ଦେଖେଇଛୁ’ । ବନ୍ଧୁଗଣ ବୋମ୍ୟାକେଶଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଦର୍ଶକ ମାନଙ୍କ ଗାଳି ବର୍ଷଣ ହେଉଛି । ଏମିତିରେ ଦର୍ଶକ ମାନଙ୍କ ଗାଳି ଆଉ ତାଳିରୁ ହିଁ ଗୋଟେ କଳାକାର ସଫଳ ହୋଇଥାଏ ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *