‘ ଏଇଟା କଣ ତୁମ ବାପ ସମ୍ପତ୍ତି, ଡାକୁନ…’ କାହିଁକି ଏମିତି ଗର୍ଜିଲେ କଂଗ୍ରେସ ବିଧାୟକ Sura Routaray, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏହି ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ।ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ। ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ଏହି ୭୪ ବର୍ଷ ମଧ୍ୟରେ ବଦଳିଛି ।

ତେବେ ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର, ଏବେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ। ରୋଜଗାର ପାଇଁ  ବି ଅନେକ ଲୋକ ବାଛିଛନ୍ତି ଭୁବନେଶ୍ୱରକୁ। ଜର୍ମାନ ଆର୍କିଟେକ ଓଟୋ କନିଙ୍ଗ୍ସବର୍ଜରଙ୍କ ପରିକଳ୍ପିତ ଏହି ସହର ହେଉଛି ଭାରତର ପ୍ରଥମ ପରିକଳ୍ପିତ ସହର। ଜାମସେଦପୁର ଏବଂ ଚଣ୍ଡୀଗଡ଼ ସହର ମଧ୍ୟ ଏହି ଢାଞ୍ଚାରେ ନିର୍ମିତ ହୋଇଛି।

ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ  ବିଭିନ୍ନ ସଂସ୍ଥା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।ତେବେ ଅନ୍ୟପକ୍ଷ ରେ ରାଜଧାନୀର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମନ୍ତ୍ରଣ ନ ଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ୍‌ କରି ସେ କହିଛନ୍ତି ଯେ, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି।

ଏହି ମହାନ ଦିବସ ଅବସରରେ ମୁଁ ଉତ୍ସବରେ ଯୋଗ ଦେବାକୁ ଚାହୁଁଥିଲି। ହେଲେ ମୋତେ କାହିଁକି ନିମନ୍ତ୍ରଣ କରାଗଲାନି ? ମୋର ଦୋଷ କ’ଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।ତେବେ ଏହି ଘଟଣାକୁ ନେଇ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ଡକାଯାଇନଥିବାରୁ ସେ ଚିଠି ଲେଖିଛନ୍ତି ।

ରାଜଧାନୀର ଲୋକପ୍ରତିନିଧି ଭାବେ ଆମନ୍ତ୍ରଣ ପାଇବା ତାଙ୍କର ଅଧିକାର । ତେବେ ଏହା ସାମ୍ବିଧାନିକ ପଦବୀ ପାଇଁ ଅସମ୍ମାନ ବୋଲି ସେ କହିବା ସହ ଘଟଣାର ତଦନ୍ତ କରିବାକୁ କହିଛନ୍ତି । ଯେଉଁମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି ।ତେବେ ବର୍ତ୍ତମାନ ଏହା ଉପରେ କଂଗ୍ରେସ ଦଳର ବରିଷ୍ଠ ନେତା ସୁର ରାଉତରାୟ ମିଡ଼ିଆ ଆଗରେ କହିଲେ କି ଏହା କଣ ତୁମ ବାପ ସମ୍ପତ୍ତି କିମ୍ବା ତୁମ ବାପ ରାଇଜ ନୁହେଁ ଏବଂ ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟରତ ଏମପି ଏବଂ ଏମଏଲଏ ଙ୍କୁ ନ ଡାକି ପୂର୍ବତନ ଏମପି ଏବଂ ଏମଏଲଏ ଙ୍କୁ ଡାକିବା ଏହା କଣ ଉଚିତ।

ତେବେ ଏହା ଉପରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ହସ୍ତାନ୍ତର କରିବାକୁ ପଡିବ ଏବଂ ଏପରି ଭୁଲ ଯେମିତି ଆଗକୁ ନ ହୁଏ ତା ପ୍ରତି ଧ୍ୟାନ ଦେବାକୁ ହେବ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *