3 ହିରୋ ଓ 1 କ୍ରିକେଟର ଙ୍କ ସହ ଅଫେୟାର ରଖିବା ପରେ ବି କାହିଁକି ଆଜି କୁଆଁରୀ ଅଛନ୍ତି South ର ହଟ Actress Nagma

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ନଗମାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନଗମା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପରେ ନିଜ ନାମ ପରିବର୍ତ୍ତନ କରିଥିଲେ । ତାଙ୍କର ପ୍ରକୃତ ନାମ ହେଉଛି ନନ୍ଦିତା ମୌରାଜି । ନଗମାଙ୍କ ମା ହେଉଛନ୍ତି ମୁସ୍ଲିମ ଓ ବାପା ହେଉଛନ୍ତି ହିନ୍ଦୁ । ତାଙ୍କ ବାପାଙ୍କ ନାମ ହେଉଛି ଅରବିନ୍ଦ ପ୍ରତାପ ମୁରାଜ ସେ ଏକ ରାଜକୀୟ ପରିବାରରୁ ଆସିଥିଲେ । ପ୍ରଥମେ ନଗମା ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ।

ହେଲେ ବଲିଉଡରେ କିଛି ଖାସ ସଫଳତା ନମିଳିବାରୁ ସେ ତାଙ୍କ ସାଙ୍ଗ ଦିବ୍ୟା ଭାରତୀଙ୍କ କଥା ଶୁଣି ସାଉଥ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ବଲିଉଡ ଓ ସାଉଥ ଫିଲ୍ମ ସହ ସେ କେତେକ ଭୋଜପୁରୀ ଫିଲ୍ମରେ ମଧ୍ୟ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ନଗମା ଆଜିକୁ ୪୩ ବର୍ଷର ହୋଇସାରିଛନ୍ତି କିନ୍ତୁ ସେ ଆଜି ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି । ସେ ବିବାହ କରି ନାହାନ୍ତି । ନଗମା ନିଜ କାରିୟରରେ ୪ଟି ବଡ ହସ୍ତୀଙ୍କୁ ଡେଟ କରିଛନ୍ତି ଯାହାଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୌରବ ଗାଙ୍ଗୁଲି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ସୌରବ ଗାଙ୍ଗୁଲି । ୨୦୦୧ ମସିହାରେ ସୌରବ ନଗମାଙ୍କ ସହ ଲଭ ରିଲେସନରେ ଥିଲେ । ହେଲେ ନିଜ ଲଭ ଲାଇଫକୁ ସବୁବେଳେ ସେ ଲୁଚେଇ ରଖୁଥିଲେ କାରଣ ସେହି ସମୟରେ ସେ ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ଥିଲେ ଓ ବିବାହ ମଧ୍ୟ କରି ସାରିଥିଲେ । ଏହି ଦୁଇଜଣ କେବେବି ନିଜ ରିଲେସନକୁ ସ୍ଵୀକାର କରି ନଥିଲେ । କିଛି ବର୍ଷ ରିଲେସନରେ ରହିବା ପରେ ଏହି ଦୁଇଜଣଙ୍କ ବ୍ରେକ ଅପ୍ ହୋଇଯାଇଥିଲା ।

ଶରତ କୁମାର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା ଶରତ କୁମାର । ସୌରବଙ୍କ ସହ ବ୍ରେକ ଅପ୍ କରିବା ପରେ ନଗମା ଶରତଙ୍କ ସହ ରିଲେସନରେ ରହିଥିଲେ ।  ସେତେବେଳେ ଶରତ ବିବାହିତ ଥିଲେ ହେଲେ ଏହି କଥା ବିଷୟରେ ଯେତେବେଳେ ଶରତଙ୍କ ପତ୍ନୀ ଜାଣିଲେ ସେତେବେଳେ ସେ ଶରତଙ୍କ ତଲାକ ଦେଇଦେଲେ । ଏହାପରେ ଶରତ ଓ ନଗମାଙ୍କ ସମ୍ପର୍କ ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା ।

ରବି କିଶନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ରବି କିଶନ । ରବି କିଶନ ହେଉଛନ୍ତି ଭୋଜପୁରୀ ଓ ବଲିଉଡ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତା । ଶରତଙ୍କ ସହ ବ୍ରେକ ଅପ୍ ହେବା ପରେ ନଗମା ରବିଙ୍କ ସହ ରିଲେସନରେ ରହିଥିଲେ । ରବି ମଧ୍ୟ ସେତେବେଳେ ବିବାହିତ ଥିଲେ ଓ ତାଙ୍କ ପତ୍ନୀଙ୍କୁ ଏହା ବିଷୟରେ ଜଣା ଥିଲା ହେଲେ ତାଙ୍କ ପତ୍ନୀ ରବିଙ୍କୁ କିଛି ବି କହି ନଥିଲେ । ରବି ଏକ ଇଣ୍ଟର୍ବ୍ୟୁରେ ନିଜ ରିଲେସନ ବିଷୟରେ କହି ଥିଲେ । ହେଲେ ନଗମା ଓ ରବିଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା ।

ମନୋଜ ତିବାରି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭୋଜପୁରୀ ଅଭିନେତା ମନୋଜ ତିବାରି । ରବିଙ୍କ ସହ ବ୍ରେକ ଅପ୍ ହେବା ପରେ ନଗମା ମନୋଜଙ୍କ ସହ ରିଲେସନରେ ରହିଥିଲେ । ସେତେବେଳେ ମନୋଜ ମଧ୍ୟ ବିବାହିତ ଥିଲେ ସେଥିପାଇଁ ସେ ନିଜ ଲଭ ରିଲେସନକୁ ସ୍ଵୀକାର କରି ନଥିଲେ । କିଛି ବର୍ଷ ରିଲେସନରେ ରହିବା ପରେ ନଗମା ଓ ମନୋଜ ଅଲଗା ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *