ଘର ଜଳିଯିବା ପରେ କାନ୍ଦିଲେ ମହିଳା, ମହିଳାଙ୍କ କାନ୍ଦ ସହି ପାରିଲେନି Rudra Moharathy, କହିଲେ କାହା କଥା ଶୁଣିବିନି, ସିଧା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେ ହେଉଛନ୍ତି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୨୧ ମସିହାରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ରୁଦ୍ର ପ୍ରତାପ ମହାରଥୀଙ୍କ ବାପାଙ୍କ ନାମ ପ୍ରଦୀପ ମହାରଥୀ ଯିଏକି ଜଣେ ରାଜନେତା ଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତେବେ ୨୦୨୦ ମସିହାରେ ତାଙ୍କ ବାପା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ ଏବଂ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁଁ ସେ ବିଧାୟକ ଥିବା ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ଖାଲି ପଡ଼ିଥିଲା, ତେଣୁ ୨୦୨୧ରେ ହୋଇଥବା ଉପ-ନିର୍ବାଚନରେ ରୁଦ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୬,୯୭୨ ଖଣ୍ଡ ଭୋଟ୍ ପାଇଥିଲେ ।  ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ତାଙ୍କ ଭଳି ନେତା ବର୍ତ୍ତମାନ ବହୁତ କମ ଦେଖିବାକୁ ମିଳୁଛି । ତେବେ ସବୁ ନେତା ମନ୍ତ୍ରୀ ଙ୍କ ଭଳି ଇଲେକ୍ସନ ଜିତିବା ପରେ ଘରେ ନ ବସି କିମ୍ବା ମଜା ମସ୍ତି ନ କରି ବରଂ ସେ ନିଜର କର୍ତ୍ତବ୍ୟ କରୁଛନ୍ତି । ତେବେ ରୁଦ୍ର ସବୁବେଳେ ଗରିବ ଓ ଅସହାୟ ଲୋକ ମାନଙ୍କ ପାଇଁ ଛିଡା ହେଉଛନ୍ତି । ଆଉ ଏହାରି ମଧ୍ୟରେ ରୁଦ୍ର ପ୍ରତାପଙ୍କର ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ରୁଦ୍ର ପ୍ରତାପଙ୍କ ଅଞ୍ଚଳ ପିପିଲିରେ ଏକ ଘର କୌଣସି କାରଣ ବଶତଃ ଜଳି ଯାଇଛି । ଗୋଟିଏ ଘର ଜଳିବା ପରେ ତାର ପାଖରେ ଥିବା ଅନ୍ୟ କେତେକ ଘର ଗୁଡିକ ମଧ୍ୟ ଟିକେ ଟିକେ ଜଳି ଯାଇଛି । ତେବେ ଏହି ଦୁର୍ଘଟଣାଟି ଘଟିବା ପରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପୋଲିସ ପ୍ରଶାସନ ସହ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ଥିଲେ । ରୁଦ୍ର ଘଟଣା ସ୍ଥଳରେ ପହଞ୍ଚିବା ମାତ୍ରେ ପ୍ରଥମେ ଜଳି ଯାଇଥିବା ଘରକୁ ଯାଇଥିଲେ ।

ସେହି ଘରର ଜଣେ ସଦସ୍ୟ ମହିଳା ବାହାରକୁ ଆସି କାନ୍ଦି କାନ୍ଦି ରୁଦ୍ରଙ୍କ ଆଗରେ ନେହୁରା ହୋଇ ସବୁ କଥା କହିଥିଲେ । ରୁଦ୍ର ମହିଳାଙ୍କ କାଣ୍ଡ ଦେଖି ନିଜ ଲୁହ ସମ୍ଭାଳି ପାରିଲେ ନାହିଁ ।ତେବେ ରୁଦ୍ର ସେହି ସମୟରେ ଟିକେ ଭାବ ବିହୁଳ ହୋଇଗଲେ । ତେବେ ନିଆଁ କେମିତି ଜଳିଆ ତାକୁ ନେଇ ମଧ୍ୟ ତଦନ୍ତ ନେବା ପାଇଁ ସେ ପୋଲିସ ପ୍ରଶାସନକୁ କହିଛନ୍ତି । ରୁଦ୍ର କହିଛନ୍ତି କାହା କଥା ଶୁଣିବେ ନାହିଁ ସେ ସିଧା ଆକ୍ସନ ନେବେ ଏବଂ ଶୀଘ୍ର ତାଙ୍କ ପାଇଁ ଆବାସ ଯୋଜନା କରିବା ପାଇଁ ମଧ୍ୟ ସେ ସରପଞ୍ଚ ଆଦି ଙ୍କ ସହିତ କଥା ହୋଇଥିଲେ । ତେବେ ଏହି ଘଟଣାର ଭିଡିଓଟି ଏବେ ବହୁତ ଚର୍ଚ୍ଚାରେ ଅଛି  । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *