Kader Khan ଓ Zareen Khan ଙ୍କ ମଧ୍ୟରେ କଣ ଥିଲା ସମ୍ପର୍କ ? ବହୁତ ହିଁ କମ ଲୋକଙ୍କୁ ଜଣା ଅଛି ଏମାନଙ୍କ ସମ୍ପର୍କ ର ସତ୍ୟତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦର୍ଶକ ମାନଙ୍କୁ ହସାଉଥିବା ଲୋକପ୍ରିୟ ହାସ୍ୟ ଅଭିନେତା କାଦର ଖାଁ ନବ ବର୍ଷ ର ଆରମ୍ଭ ରେ ହିଁ ସମସ୍ତ ଦର୍ଶକ ଙ୍କୁ କନ୍ଦାଇ ଆର ପାରି କୁ ଚାଲି ଯାଇଥିଲେ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଓ କାନାଡ଼ା ରେ ନିଜର ଅନ୍ତିମ ନିଶ୍ୱାସ ନେଇଥିଲେ ।

ସେଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । କେବଳ ସାଧାରଣ ଜନତା ଙ୍କ ପାଇଁ ହିଁ ନୁହେଁ ବଲିଉଡ ପାଇଁ ମଧ୍ୟ ଏହା ଏକ ଦୁଃଖଦ ବିଷୟ । ଏହି ସମ୍ବନ୍ଧରେ ଅଭିନେତ୍ରୀ ଜରିନ ଖାଁ ମଧ୍ୟ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ କାଦର ଖାଁ ଓ ଜରିନ ଖାଁ ଙ୍କ ଏକ ଖାସ ସମ୍ପର୍କ ରହିଛି ଯାହା ଖୁବ କମ ଲୋକ ଜାଣିଛନ୍ତି ।
ଅସଲ ରେ ଜରିନ ଖାଁ ଙ୍କ ମାଉସୀ ଙ୍କ ବିବାହ କାଦର ଖାଁ ଙ୍କ ଶଳା ଙ୍କ ସହିତ ହୋଇଛି ।

ତେଣୁ ଜରିନ ଖାଁ ଓ କାଦର ଖାଁ ପରସ୍ପର ସମ୍ପର୍କୀୟ ଅଟନ୍ତି । କାଦର ଖାଁ ଙ୍କ ନି-ଧ-ନ ଜରିନ ଙ୍କ ପାଇଁ ବହୁତ ଦୁଃଖଦ ଘଟଣା ଅଟେ । ଏହି ସମ୍ବନ୍ଧରେ ସେ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ଯେତେବେଳେ ମୁମ୍ବାଇ ର ବାନ୍ଦ୍ରା ରଙ୍ଗସାରଦା ରେ ତାଙ୍କର ସାକ୍ଷାତ କାଦର ଖାଁ ଙ୍କ ସହିତ ହୋଇଥିଲା । ବାସ୍ତବରେ ଜରିନ ଖାଁ ଏକ ନାଟକ ଦେଖିବା ପାଇଁ ରଂଗସାରଦା ଯାଇଥିଲେ ।

ଯେଉଁଥିରେ କାଦର ଖାଁ ଙ୍କ ପୁଅ ଅଭିନୟ କରିଥିଲେ । ଜରିନ ଙ୍କ ମନରେ ବହୁତ ଇଚ୍ଛା ଥିଲା ଯେ ସେ ଏକତ୍ର କାଦର ଖାଁ ଙ୍କ ସହିତ ଅଭିନୟ କରିବେ ବୋଲି । ଜରିନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ପୋଷ୍ଟ ରେ ଲେଖିଥିଲେ ଯେ, କାଦର ଖାଁ ଙ୍କ ନି-ଧ-ନ ରେ ତାଙ୍କୁ ଗଭୀର ଆଘାତ ଲାଗିଛି । ସେ ତାଙ୍କର ସମସ୍ତ ଫିଲ୍ମ ଛୋଟ ବେଳୁ ଦେଖି ଆସିଛନ୍ତି । ଜରିନ ଏହା ମଧ୍ୟ ଲେଖିଥିଲେ ଯେ କାଦର ଖାଁ ଜଣେ ବିନମ୍ର ଏବଂ ଦୟାଳୁ ବ୍ୟକ୍ତି ଥିଲେ ।

ତାଙ୍କ ସହିତ ଏକାଠି କାମ କରିବା ଜରିନ ଙ୍କ ଇଚ୍ଛା ଥିଲା । ସେ ତାଙ୍କ ଠାରୁ ବହୁତ କିଛି ଶିଖି ଥାନ୍ତେ ବୋଲି ଜରିନ ଲେଖିଥିଲେ । କାରଣ ତାଙ୍କ ପାଖରେ ଜୀବନ ର ସମସ୍ତ ପାର୍ଶ୍ୱ ର ଅନୁଭବ ରହିଥିଲା । ଜରିନ ଙ୍କ ଇଚ୍ଛା ଥିଲା ସେ କାଦର ଖାଁ ଙ୍କ ସହିତ ସକ୍ରିୟ ପୋଷ୍ଟ କରିବେ ବୋଲି । କିନ୍ତୁ ତାଙ୍କର ଏହି ଇଚ୍ଛା ଅଧା ରେ ରହି ଯାଇଥିଲା ।

କାଦର ଖାଁ ଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା । ପରିବାର ରେ ସଦସ୍ୟ ବହୁତ ଅଧିକ ଥିଲେ କିନ୍ତୁ ରୋଜଗାର କମ ଥିଲା । କାଦର ଖାଁ ଦାରିଦ୍ର୍ୟତା କୁ ଖୁବ ପାଖରେ ଦେଖିଛନ୍ତି । ତାଙ୍କୁ ତାଙ୍କ ମାଆ ଯେବେ ନମାଜ ପଢ଼ିବା ପାଇଁ କବରିସ୍ତାନ ପଠାଉଥିଲେ ସେ ସେତେବେଳେ କବରିସ୍ତାନ ରେ ନମାଜ ପଢ଼ନ୍ତି ଏବଂ ବହୁତ ସମୟ ସେଠାରେ ବିତାଇ ଥାଆନ୍ତି । ନିଜ ମନର କଥା ନିଜକୁ କୁହନ୍ତି ।

କାଦର ଖାଁ ଙ୍କୁ ସେଠାରେ ଜଣେ ଲେଖକ ଦେଖିଥିଲେ ଏବଂ ତାଙ୍କୁ ନିଜ ନାଟକ ପାଇଁ କାଦର ଖାଁ ଙ୍କ ବୟସ ର ପିଲା ଦରକାର ଥିଲା । କାଦର ଖାଁ ଏହି ରୋଲ କୁ ସ୍ୱୀକାର କରିଥିଲେ ଏବଂ ନାଟକ କରିଥିଲେ । ସେହି ନାଟକ ରେ ଅଭିନେତା ଦିଲୀପ କୁମାର ଙ୍କ ନଜର କାଦର ଖାଁ ଙ୍କ ଉପରେ ପଡ଼ିଥିଲା ।

ଦିଲୀପ କୁମାର ଙ୍କୁ କାଦର ଖାଁ ଙ୍କ ଅଭିନୟ ବହୁତ ପସନ୍ଦ ଆସିଥିଲା । ଯାହା ହୃଦୟ ସ୍ପର୍ଶୀ ଥିଲା । ଦିଲୀପ କୁମାର ତାଙ୍କୁ ଇଣ୍ଡଷ୍ଟ୍ରୀ ରେ ସୁଯୋଗ ଦେଇଥିଲେ ଏବଂ କାଦର ଖାଁ ନିଜର କଳା କୁ ଇଣ୍ଡଷ୍ଟ୍ରୀ ରେ ସାବ୍ୟସ୍ତ କରିଥିଲେ । ସିରିଆଲ ସହିତ ଅନେକ ଫିଲ୍ମ ରେ ତାଙ୍କୁ ଦେଖିବାକୁ ମିଳିଥିଲା । ପରେ ଗୋବିନ୍ଦା ଙ୍କ ସହିତ ମିଶି କାଦର ଖାଁ ଦର୍ଶକ ମାନଙ୍କୁ ଖୁବ ହସାଇ ଥିଲେ । ଏହି ଯୋଡ଼ି ସମସ୍ତ ଦର୍ଶକ ଙ୍କ ପ୍ରିୟ ହୋଇଥିଲା ।

କେବେ ଫିଲ୍ମ ରେ ଶଶୁର ତ କେବେ ବାପା ହୋଇ କାଦର ଖାଁ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ଏହି ମହାନ ଅଭିନେତା ଜଣକ ପାଖାପାଖି ୩୦୦ ଟି ଫିଲ୍ମ ରେ କାମ କରିଛନ୍ତି । ସେ ଅନେକ ଫିଲ୍ମ ରେ ଦମଦାର ଡାଇଲଗ୍ ମଧ୍ୟ ଲେଖିଛନ୍ତି ଏବଂ ଅଭିନୟ କରିଛନ୍ତି । ଏହି ମହାନ ହାସ୍ୟ ଅଭିନେତା କାଦର ଖାଁ ଙ୍କ ସହିତ ଏକାଠି କାମ କରିବା କେବଳ ଜରିନ ଖାଁ ହିଁ ନୁହେଁ ଆହୁରି ଅନେକ କଳାକାର ମଧ୍ୟ ଇଚ୍ଛା ରହିଥିଲା । ଯେଉଁ ଇଚ୍ଛା ପୂରଣ ହୋଇପାରିଲା ନାହିଁ ଏବଂ ଅଧା ରେ ରହିଗଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *